କୋରୋନା ପଜିଟିଭ୍ ହେବା ପରେ ରୋହିତ ସେୟାର କଲେ ପ୍ରଥମ ପୋଷ୍ଟ; ଖେଳିବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ?
Advertisement
Article Detail0/zeeodisha/odisha1236077

କୋରୋନା ପଜିଟିଭ୍ ହେବା ପରେ ରୋହିତ ସେୟାର କଲେ ପ୍ରଥମ ପୋଷ୍ଟ; ଖେଳିବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ?

India vs England: ରୋହିତ ଶର୍ମା ଯଦି ସୁସ୍ଥ ହୋଇ ଟେଷ୍ଟ ଦଳକୁ ନ ଫେରନ୍ତି, ତେବେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି । ଏହାପୂର୍ବରୁ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା, ସେତେବେଳେ କେ.ଏଲ୍ ରାହୁଲଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା ।

ସାଙ୍କେତିକ ଫଟୋ

India vs England 5th Test: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା (Rohit Sharma) ନିକଟରେ କୋରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ଏହାପରେ ରୋହିତଙ୍କ ବର୍ମିଂହାମ ଟେଷ୍ଟରେ (Birmingham Test) ଖେଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । କୋରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ହୋଟେଲ ରୁମରେ ରୋହିତଙ୍କୁ କ୍ଵାରେଣ୍ଟିନ କରାଯାଇଛି । ଏସବୁ ମଧ୍ୟରେ ରୋହିତ ଶର୍ମା ସୋମବାର ରାତିରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ହସୁଥିବା ଓ ଆଙ୍ଗୁଠି ଦେଖାଉଥିବା ନଜର ଆସୁଛି । ଏହା ପରେ ବର୍ତ୍ତମାନ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ରୋହିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଖେଳିପାରନ୍ତି ।

ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିବେ କି ରୋହିତ?
ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିବେ କି ନାହିଁ ତାହା ଜୁନ୍ ୩୦ ରେ ସ୍ଥିର ହେବ । ରୋହିତଙ୍କ RTPCR ଟେଷ୍ଟ ୩୦ ଜୁନରେ ପୁଣି ଥରେ କରାଯିବ । ଯଦି ଏହି ଟେଷ୍ଟ ପୂର୍ବରୁ ରୋହିତଙ୍କ ରିପୋର୍ଟ ନେଗେଟିଭ୍ ଆସେ, ତେବେ ସେ ବର୍ମିଂହାମ ଟେଷ୍ଟରେ ଖେଳି ପାରନ୍ତି । ଭାରତୀୟ ଦଳ ଏଡବଷ୍ଟନ୍ ଟେଷ୍ଟ ପାଇଁ ୨୮ ଜୁନ୍, ମଙ୍ଗଳବାର ଦିନ ବର୍ମିଂହାମ ଅଭିମୁଖେ ଯାତ୍ରା କରିବେ ।

fallback

ରୋହିତ ଶର୍ମା ଯଦି ସୁସ୍ଥ ହୋଇ ଟେଷ୍ଟ ଦଳକୁ ନ ଫେରନ୍ତି, ତେବେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି । ଏହାପୂର୍ବରୁ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା, ସେତେବେଳେ କେ.ଏଲ୍ ରାହୁଲଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା । କିନ୍ତୁ ଆଘାତ ଯୋଗୁଁ ସେ ସିରିଜରୁ ଦୂରେଇ ଯାଇଥିଲେ ଓ ଋଷଭ ପନ୍ତଙ୍କୁ ଅଧିନାୟକ କରାଯାଇଥିଲା । 

ଇଂଲଣ୍ଡ ଓ ଭାରତ ମଧ୍ୟରେ ଏହି ଟେଷ୍ଟ ଜୁଲାଇ ୧ ରୁ ଖେଳାଯିବ । ଏହି ସିରିଜରେ ଭାରତ ୨-୧ ରେ ଆଗୁଆ ଅଛି ଓ ଚତୁର୍ଥ ଟେଷ୍ଟ ଜିତିଲେ ଭାରତୀୟ ଦଳ ୧୫ ବର୍ଷ ପରେ ଇଂଲଣ୍ଡରେ ସିରିଜ୍ ଜିତିପାରିବ । ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ୨୦୦୭ ମସିହାରେ ଶେଷ ଥର ପାଇଁ ଭାରତୀୟ ଦଳ ଟେଷ୍ଟ ସିରିଜ ଜିତିଥିଲା । ବର୍ତ୍ତମାନ ଦ୍ରାବିଡ ଏହି ଗସ୍ତରେ ଦଳ ସହିତ କୋଚ୍ ଭାବରେ ଉପସ୍ଥିତ ଅଛନ୍ତି ।

ଏହା ବି ପଢ଼ନ୍ତୁ: କେଉଁ ପୋଷ୍ଟ ପାଇଁ ଜୁବେର ହେଲେ ଗିରଫ? ବିସ୍ତୃତ ଭାବେ କହିଲା ଦିଲ୍ଲୀ ପୋଲିସ

ଏହା ବି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ରାୟ ପରେ ବଢ଼ିଲା ବିଜେପିର ଜୋଶ୍, ଏକନାଥ ଗୋଷ୍ଠୀକୁ ମିଳିବ ୧୩ ଟି ମନ୍ତ୍ରୀ ପଦ