IND vs ENG: ସଙ୍କଟରେ ପଞ୍ଚମ ଟେଷ୍ଟ, କୋରୋନା ପଜିଟିଭ ହେଲେ ଟିମ୍ ଇଣ୍ଡିଆର ଆଉ ଜଣେ ସପୋର୍ଟ ଷ୍ଟାଫ୍
Advertisement

IND vs ENG: ସଙ୍କଟରେ ପଞ୍ଚମ ଟେଷ୍ଟ, କୋରୋନା ପଜିଟିଭ ହେଲେ ଟିମ୍ ଇଣ୍ଡିଆର ଆଉ ଜଣେ ସପୋର୍ଟ ଷ୍ଟାଫ୍

England vs India: ମଞ୍ଚେଷ୍ଟରରେ ଭାରତୀୟ ଦଳର ଅନ୍ୟ ଜଣେ ସପୋର୍ଟ ଷ୍ଟାଫଙ୍କର କୋରୋନା ପଜିଟିଭ୍ ମିଳିବା ପରେ ଟିମ୍ ଇଣ୍ଡିଆର ଆଜିର ଟ୍ରେନିଂକୁ ବାତିଲ କରିଦିଆଯାଇଛି ।

 

IND vs ENG: ସଙ୍କଟରେ ପଞ୍ଚମ ଟେଷ୍ଟ, କୋରୋନା ପଜିଟିଭ ହେଲେ ଟିମ୍ ଇଣ୍ଡିଆର ଆଉ ଜଣେ ସପୋର୍ଟ ଷ୍ଟାଫ୍

ମଞ୍ଚେଷ୍ଟର: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଆସନ୍ତା କାଲି ଅର୍ଥାତ ୧୦ ସେପ୍ଟେମ୍ବରରୁ ମଞ୍ଚେଷ୍ଟରରେ (Manchester) ଭାରତ ଓ ଇଂଲଣ୍ଡ (England vs India) ମଧ୍ୟରେ ଖେଳାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଉଭୟ ଦଳ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ତେବେ ପଞ୍ଚମ ଟେଷ୍ଟ ଆରମ୍ଭ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ବାସ୍ତବରେ ଭାରତୀୟ ଦଳର ଅନ୍ୟ ଜଣେ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ (corona positive) ହୋଇଥିବା ଜଣାପଡିଛି । ଏହା ପରେ ଟିମ୍ ଇଣ୍ଡିଆର ଆଜିର ଟ୍ରେନିଂକୁ ବାତିଲ କରାଯାଇଛି ଓ ଖେଳାଳିମାନଙ୍କୁ ହୋଟେଲ ରୁମକୁ ଯିବାକୁ କୁହାଯାଇଛି।

ବୁଧବାର ସନ୍ଧ୍ୟାରେ ଦଳର କରାଯାଇଥିଲା ଟେଷ୍ଟ
କ୍ରିକେଟ୍ ୱେବସାଇଟ୍ କ୍ରିକିନଫୋ ରିପୋର୍ଟ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସମଗ୍ର ଭାରତୀୟ ଦଳର କୋରୋନା ଟେଷ୍ଟ କରାଯାଇଥିଲା ଓ ଏହା ପରେ ହିଁ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବୁଧବାର ଦିନ ଭାରତୀୟ ଦଳ ମଞ୍ଚେଷ୍ଟରରେ କାର୍ଯ୍ୟସୂଚୀ ଅନୁଯାୟୀ ଟ୍ରେନିଂ କରିବାର ଥିଲା, କିନ୍ତୁ ଗୁରୁବାର ଦିନ ଦଳ ଟ୍ରେନିଂ କରିନାହିଁ । ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍ କୋରୋନା ପଜିଟିଭ୍ ହେବାପରେ ଦଳ ନିଜର ଅନ୍ତିମ ଟେଷ୍ଟ ପୂର୍ବରୁ ଟ୍ରେନିଂ ସେସନ ବାତିଲ କରିବାକୁ ବାଧ୍ୟ ହୋଇଛି ।

ଅଧିକ ପଢ଼ନ୍ତୁ: ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ତିଆରି ହେବ ବଲିଉଡ଼ ଫିଲ୍ମ, ମୁଖ୍ୟ ଭୂମିକାରେ ଅଭିନୟ କରିବେ ରଣବୀର!

ଓଭାଲ ଟେଷ୍ଟ ସମୟରେ ରବି ଶାସ୍ତ୍ରୀ ହୋଇଥିଲେ କୋରୋନା ସଂକ୍ରମିତ 
ଲଣ୍ଡନର ଓଭାଲରେ ଖେଳାଯାଇଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ସମୟରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କୋରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା । ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ତିନିଜଣ ୧୦ ଦିନିଆ କ୍ଵାରେଣ୍ଟିନରେ ଅଛନ୍ତି ଓ ଶେଷ ଟେଷ୍ଟ ପର୍ଯ୍ୟନ୍ତ ଦଳ ଠାରୁ ଅଲଗା ରହିବେ ।

ଅଧିକ ପଢ଼ନ୍ତୁ: ଏଗୁଡ଼ିକ ହେଉଛି ଭାରତର ଟପ୍ ମେଡିକାଲ, ଇଞ୍ଜିନିୟରିଂ ଓ ଏମବିଏ କଲେଜ, ଶିକ୍ଷା ମନ୍ତ୍ରୀ ଜାରି କଲେ ଲିଷ୍ଟ

ଯେତେବେଳେ ଓଭାଲରେ ପଞ୍ଚମ ଦିନରେ ଭାରତ ଏହି ମ୍ୟାଚ ଜିତିଥିଲା ​​ସେତେବେଳେ କେବଳ ବ୍ୟାଟିଂ କୋଚ୍ ବିକ୍ରମ ରଥୋର ଦଳ ସହ ଥିଲେ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି, କିନ୍ତୁ ଏହି ନୂତନ ଅଘଟଣ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ହେବାକୁ ନେଇ ସନ୍ଦେହ ସୃଷ୍ଟି କରିଛି ।