FIH Hockey World Cup 2023: ବାଜିଲା ହକି ବିଶ୍ୱକପ ବିଗୁଲ, 'ପୁଲ୍-ଡି'ରେ ଭାରତ ସହ ଏହି ସବୁ ଦଳ
Advertisement

FIH Hockey World Cup 2023: ବାଜିଲା ହକି ବିଶ୍ୱକପ ବିଗୁଲ, 'ପୁଲ୍-ଡି'ରେ ଭାରତ ସହ ଏହି ସବୁ ଦଳ

FIH Hockey World Cup 2023: ପୁରଷ ହକି ବିଶ୍ୱକପ ୨୦୨୩କୁ ଆଉ ୧୨୬ ଦିନ ବାକି ରହିଲା। ସୋମବାର ଏହି ବିଶ୍ୱକପ ବିଗୁଲ ବାଜିଛି। ଭୁବନେଶ୍ୱର ଲୋକସଭା ଭବନରେ ଡ୍ର ସେରିମନି ଅନୁଷ୍ଠିତ ହୋଇଯାଇଛି। ଡ୍ର ସେରିମନି ପରେ ପୁଲ ଘୋଷଣା ହୋଇଛି। ଏଥର ଭାରତ ପୁଲ ଡିରେ ସ୍ଥାନ ପାଇଛି।।

FIH Hockey World Cup 2023: ବାଜିଲା ହକି ବିଶ୍ୱକପ ବିଗୁଲ, 'ପୁଲ୍-ଡି'ରେ ଭାରତ ସହ ଏହି ସବୁ ଦଳ

FIH Hockey World Cup 2023: ପୁରଷ ହକି ବିଶ୍ୱକପ ୨୦୨୩କୁ ଆଉ ୧୨୬ ଦିନ ବାକି ରହିଲା। ସୋମବାର ଏହି ବିଶ୍ୱକପ ବିଗୁଲ ବାଜିଛି। ଭୁବନେଶ୍ୱର ଲୋକସଭା ଭବନରେ ଡ୍ର ସେରିମନି ଅନୁଷ୍ଠିତ ହୋଇଯାଇଛି। ଡ୍ର ସେରିମନି ପରେ ପୁଲ ଘୋଷଣା ହୋଇଛି। ଏଥର ଭାରତ ପୁଲ ଡିରେ ସ୍ଥାନ ପାଇଛି। ଏହି ପୁଲରେ ଭାରତ ସହ ଇଂଲଣ୍ଡ, ସ୍ପେନ ଓ ୱେଲ୍ସ.ଭଳି ଟିମ୍ ଅଛନ୍ତି। ସେହିପରି ପୁଲ-ଏରେ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ଅଛନ୍ତି। ପୁଲ-ବିରେ ବେଲଜିୟମ, କୋରିଆ, ଜାପାନ, ଜର୍ମାନୀ ଭଳି ଟିମ ରହିଥିବା ବେଳେ ପୁଲ-ସିରେ ନେଦରଲାଣ୍ଡ, ଚିଲି, ମାଲେସିଆ, ନ୍ୟୁଜିଲାଣ୍ଡ ସ୍ଥାନ ପାଇଛନ୍ତି। 

ଆସନ୍ତା ବର୍ଷ ଜାନୁଆରୀ ୧୩ ତାରିଖରୁ ପୁରଷ ହକି ବିଶ୍ୱକପ ଆରମ୍ଭ ହେବ। ଏଥ ମଧ୍ୟରେ ଓଡିଶାରେ ବିଶ୍ୱକପ ଅନୁଷ୍ଠିତ ହେବ। ଭୁବନେଶ୍ୱର ଓ ରାଉରକେଲାରେ ସମସ୍ତ ମ୍ୟାଚ ଖେଳାଯିବ। ଏଥିପାଇଁ ଅନ୍ତର୍ଜାତୀୟ ହକି ମହାସଂଘର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁରୁବାର ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ପୁଲ୍‌ ଘୋଷଣା ହୋଇଛି। ମୋଟ ୧୬ଟି ଟିମ ବିଶ୍ବକପର ଏହି ସଂସ୍କରଣରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ ଡି'ରେ ସ୍ଥାନ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଛନ୍ତି। 

Also Read: Asia Cup 2022: ଷ୍ଟାଡିୟମରେ ପାକିସ୍ତାନ ସମର୍ଥକଙ୍କୁ ପିଟିଲେ ଆଫଗାନୀ, ଭାଇରାଲ ହେଉଛି ଭିଡିଓ

ଲୋକସେବା ଭବନରେ ଆୟୋଜିତ ପୁଲ ସେରିମନିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ FIH ଅଧିକାରୀ, ହକି ଇଣ୍ଡିଆ ଅଧିକାରୀ, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ରହିଥିଲେ। ପୁରୁଷ ହକି ବିଶ୍ୱକପ ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଖୁବଶୀଘ୍ର ମ୍ୟାଚ ସିଡ୍ୟୁଲ ଘୋଷଣା ହେବ ବୋଲି FIH ସୂଚନା ଦେଇଛି

 

 

୨୦୨୩ ହକି ବିଶ୍ବକପ ଖେଳସୂଚୀ-

ପୁଲ୍ ଏ: ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଆର୍ଜେଣ୍ଟିନା
ପୁଲ୍ ବି: ବେଲଜିୟମ, କୋରିଆ, ଜାପାନ, ଜର୍ମାନୀ
ପୁଲ୍ ସି: ନେଦରଲାଣ୍ଡ, ନ୍ୟୁଜିଲାଣ୍ତ, ମାଲେସିଆ, ଚିଲି
ପୁଲ୍ ଡି: ଭାରତ, ଇଂଲଣ୍ଡ, ସ୍ପେନ, ୱେଲ୍ସ