ICC Rankings: ପାକିସ୍ତାନକୁ ଧୋଇ ଚମକିଲେ ହାର୍ଦ୍ଦିକ
Advertisement
Article Detail0/zeeodisha/odisha1328856

ICC Rankings: ପାକିସ୍ତାନକୁ ଧୋଇ ଚମକିଲେ ହାର୍ଦ୍ଦିକ

ICC Rank: ଭାରତର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦୁବାଇରେ ଚାଲୁଥିବା ଏସିଆ କପ୍‌ରେ (Asia Cup) ପାକିସ୍ତାନ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC)ର ଟ-20 ଅନ୍ତରାଷ୍ଟ୍ରୀୟ ଅଲରାଉଣ୍ଡର ରାଙ୍କିଂରେ (All Rounder Ranking) ୮ ଅଙ୍କ ଉପରକୁ ଉଠିବା କ୍ୟାରିୟରର ସର୍ବଶ୍ରେଷ୍ଠ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ହାର୍ଦ୍ଦିକ। 

ପ୍ରତୀକାତ୍ମକ

ହାର୍ଦ୍ଦିକ ୨୫ ରନ୍ ଦେଇ ତିନୋଟି ୱିକେଟ୍ ନେବା ପରେ ମାତ୍ର ୧୭ଟି ବଲରେ ଅପରାଜିତ ୩୩ ରନ୍ ସଂଗ୍ରହ କରିଥିଲେ ଓ ଭାରତର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ୱକପ୍‌ରେ ଭାରତର ଅଭିଯାନରେ ତାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ହେବ ତାହା ଏହି ପ୍ରଦର୍ଶନରୁ ହିଁ ଜଣାପଡୁଛି।

ଏସିଆ କପରେ ଆଫଗାନିସ୍ତାନର ଧମାକାଦାର ଆରମ୍ଭ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଦଳର ଖେଳାଳି ମାନଙ୍କୁ ରାଙ୍କିଂରେ ଫାଇଦା ମିଳିଛି। ଆଇସିସି ବିଜ୍ଞପ୍ତିରେ କୁହାଯାଇଛି ଯେ, ରସିଦ ଖାନ ଏକ ନମ୍ବର ବୋଲର ହେବା ଦିଗରେ ଅଗ୍ରସର ହେଉଛନ୍ତି। ସେ ସାଥୀ ଲେଗ୍ ସ୍ପିନର ଆଦିଲ ରସିଦ ଓ ଏଡମ ଜାମ୍ପାଙ୍କୁ ପଛରେ ପକାଇ ଦୁଇଟି ସ୍ଥାନକୁ ଉନ୍ନୀତ ହେବା ସହ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କର ବର୍ତ୍ତମାନ ୭୦୮ ଅଙ୍କ ରହିଛି। 

ଏଠାରେ କହିରଖୁଛୁ, ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପର ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ ଶେଷ ଓଭର ଯାଏଁ ଚାଲିଥିବା ବେଳେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା । ଶେଷ ଓଭରରେ ୬ ରନ ଆବଶ୍ୟକତା ଥିବା ବେଳେ ଛକା ମାରି ମ୍ୟାଚ ଜିତାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଏସିଆ କପରେ ଭାରତ ଏହି ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍ ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ନିଜର ଶ୍ରେଷ୍ଠ ଖେଳ ଦେଖାଇ ପାରି ନଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।