ICC ODI World Cup 2023: ଦିନିକିଆ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୦ଟି ଦେଶକୁ ୨୮ ସେପ୍ଟେମ୍ବର ସୁଦ୍ଧା ସେମାନଙ୍କର ୧୫ ଜଣିଆ ଖେଳାଳିଙ୍କ ଫାଇନାଲ ଲିଷ୍ଟ ଦାଖଲ କରିବାକୁ ପଡିବ । ଏହା ସମେତ ରୋହିତ ଶର୍ମା ବିଶ୍ୱକପକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।
Trending Photos
ODI World Cup 2023: ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ODI ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୭ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଏକ ବଡ ଅପଡେଟ୍ ଜାରି କରିଛି । ଆଇସିସି ଏହାର ଅଫିସିଆଲ୍ ୱେବସାଇଟରେ କହିଛି ଯେ ୨୮ ସେପ୍ଟେମ୍ବର ସୁଦ୍ଧା ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୦ ଟି ଦେଶକୁ ସେମାନଙ୍କ ୧୫ ଜଣିଆ ଖେଳାଳିଙ୍କ ଫାଇନାଲ ତାଲିକା ଦାଖଲ କରିବାକୁ ପଡିବ । କହିରଖୁଛୁ ଯେ ବିଶ୍ୱକପକୁ ଆଉ ୫୨ ଦିନ ବାକି ଅଛି ।
ଆଇସିସି ତରଫରୁ କୁହାଯାଇଛି ଯେ ବିଶ୍ୱକପ ସମୟରେ ଟିମ ପାଖରେ ମଧ୍ୟ ଦଳ ବଦଳାଇବାର ଅଧିକାର ରହି ବ। ଏଥିପାଇଁ ଆଇସିସିର ଟେକନିକାଲ କମିଟିରୁ ଅନୁମତି ନେବା ଆବଶ୍ୟକ ହେବ । ଧରାଯାଉ ଯଦି କୌଣସି ଦଳର ଖେଳାଳି ଆହତ କିମ୍ବା ଅସୁସ୍ଥ ହୁଅନ୍ତି, ତେବେ ସେହି ଅବସ୍ଥାରେ ଦଳ ସହିତ ଉପସ୍ଥିତ ଅନ୍ୟ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ।
୫ ଅକ୍ଟୋବରରୁ ବିଶ୍ୱକପ୍ ୨୦୨୩ ଆରମ୍ଭ ହେବ
ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ, ବିଶ୍ୱକପର ୧୩ ତମ ସଂସ୍କରଣ ୫ ଅକ୍ଟୋବରରୁ ଆରମ୍ଭ ହେବ । ଫାଇନାଲ୍ ମ୍ୟାଚ୍ ୧୯ ନଭେମ୍ବରରେ ଖେଳାଯିବ । କ୍ରିକେଟର ଏହି ମହାକୁମ୍ଭ ସମୁଦାୟ ୧୦ ଟି ଦଳ ଅଂଶଗ୍ରହଣ କରୁଛନ୍ତି । ୪୬ ଦିନ ଯାଏଁ ହେବାକୁ ଥିବା ବିଶ୍ୱକପରେ ମୋଟ ୪୫ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ।
Australia's provisional @cricketworldcup squad is in
More https://t.co/Z28E9b9qcu#CWC23 pic.twitter.com/UmLdoeL5tP
— ICC (@ICC) August 7, 2023
ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ
ODI ବିଶ୍ୱକପ ପାଇଁ କେବଳ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛି । ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଅଧିନାୟକ ହେବେ । ଫର୍ମରେ ନଥିବା ଡେଭିଡ ୱାର୍ନରଙ୍କୁ ମଧ୍ୟ ବିଶ୍ୱକପରେ ସାମିଲ କରାଯାଇଛି । ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଦଳରେ ତନଭୀର ସଂଘା ଓ ଆରୋନ ହାର୍ଡିଙ୍କୁ ବାଛିଛି ।
ଟାଇଟଲ ଜିତିବ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଶ୍ଚିତ
ଭାରତରେ ଚାଲିଥିବା ODI ବିଶ୍ୱକପ ସମୟରେ ଦର୍ଶକଙ୍କ ବିପୁଳ ସମର୍ଥନ ପଛରେ ତାଙ୍କ ଦଳ ଟାଇଟଲ ଜିତିବ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଶ୍ଚିତ । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଆୟୋଜିତ ହୋଇଥିବା ୨୦୧୧ ବିଶ୍ୱକପରେ ଭାରତ ଏହି ଟାଇଟଲ ଜିତିଥିଲା ।
ରୋହିତ ଶର୍ମା କହିଛନ୍ତି, "ମୁଁ ଏହାକୁ ଏତେ ନିକଟରୁ ଦେଖି ନାହିଁ । ଆମେ ୨୦୧୧ ରେ ଜିତିଥିଲୁ, କିନ୍ତୁ ମୁଁ ସେହି ଦଳରେ ନଥିଲି । ଏହା ଏକ ସୁନ୍ଦର ଟ୍ରଫି ଓ ଏହା ପଛରେ ଅନେକ ସ୍ମୃତି, ଅତୀତ, ଇତିହାସ ରହିଛି ।"
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଶେଷ ଦୁଇଟି ମ୍ୟାଚ୍ ଖେଳିବା ପାଇଁ ଆମେରିକାରେ ପହଞ୍ଚିଥିବା ରୋହିତଙ୍କୁ ଆଇସିସି କହିଛି ଯେ ଏହା ବହୁତ ସୁନ୍ଦର ଓ ଆଶା କରୁଛୁ ଆମେ ଏହାକୁ ଜିତିବୁ ।
ରୋହିତ କହିଛନ୍ତି, "ମୁଁ ଜାଣେ ଆମେ ପଡ଼ିଆରେ ଜବରଦସ୍ତ ସମର୍ଥନ ପାଇବୁ । ଏହା ହେଉଛି ବିଶ୍ୱକପ ଓ ସମସ୍ତେ ଏହାକୁ ଅପେକ୍ଷା କରିଛନ୍ତି । ଏହା ୧୨ ବର୍ଷ ପରେ ଭାରତରେ ହେଉଛି । ଗତ ଥର ଆମେ ODI ବିଶ୍ୱକପ୍ ୨୦୧୧ ଆୟୋଜନ କରିଥିଲୁ । ଆମେ ୨୦୧୬ ରେ ୨୦ ଓଭର ବିଶ୍ୱକପ୍ ଖେଳିଥିଲୁ, କିନ୍ତୁ ୧୨ ବର୍ଷ ପରେ ଦେଶରେ ODI ବିଶ୍ୱକପ୍ ହେଉଛି । ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି ଓ ହାଇପ୍ ଆରମ୍ଭ ହୋଇସାରିଛି ।"
ଏହା ବି ପଢ଼ନ୍ତୁ: World Cup 2023: ଟିମ୍ ଇଣ୍ଡିଆ ପାଇଁ ବିଶ୍ୱକପ-୨୦୨୩ ଜିତିବା କଷ୍ଟକର! ଏହା ରହିଛି ୧୦ଟି କାରଣ
ଏହା ବି ପଢ଼ନ୍ତୁ: Crocodile kills football player: ପହଁରିବା ପାଇଁ ନଦୀକୁ ଡେଇଁଥିଲେ ୨୯ ବର୍ଷୀୟ ଫୁଟବଲ ଖେଳାଳି; କାମୁଡି ମାରିଦେଲା କୁମ୍ଭୀର, ଦେଖନ୍ତୁ ଭିଡ଼ିଓ