IND vs AUS: ଟିମ୍ ଇଣ୍ଡିଆକୁ ବଡ଼ ଝଟକା! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ହଠାତ୍ ବାହାର ହେଲେ ଏହି ଘାତକ ଖେଳାଳି
Advertisement

IND vs AUS: ଟିମ୍ ଇଣ୍ଡିଆକୁ ବଡ଼ ଝଟକା! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ହଠାତ୍ ବାହାର ହେଲେ ଏହି ଘାତକ ଖେଳାଳି

Jaydev Unadkat​:  ଏହି ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି । ଫଳରେ ଭାରତ ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଅଭିଜ୍ଞ ଓପନର୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ  ନାଗପୁର ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୧୭ରୁ ଦିଲ୍ଲୀରେ ଖେଳାଯିବ । ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇ ଟିମ୍ ମ୍ୟାନେଜମଣ୍ଟ ଜଣେ ଘାତକ ବୋଲରଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି । 

IND vs AUS: ଟିମ୍ ଇଣ୍ଡିଆକୁ ବଡ଼ ଝଟକା! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ହଠାତ୍ ବାହାର ହେଲେ ଏହି ଘାତକ ଖେଳାଳି

India vs Australia 2nd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ଟେଷ୍ଟ ସିରିଜରେ ଚାଲିଛି । ଏହି ସିରିଜ (India vs Australia Test Series) ରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାର ଅଛି । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁର (IND vs AUS Nagpur Test) ରେ ଖେଳାଯାଇଛି । ଏହି ମ୍ୟାଚରେ ଭାରତ (Indian Team) କଙ୍ଗାରୁ ଦଳ (Kangaroo Team) କୁ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି । ଫଳରେ ଭାରତ ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଅଭିଜ୍ଞ ଓପନର୍ ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ନାଗପୁର ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲା । 

ବର୍ତ୍ତମାନ ସିରିଜ (India vs Australia Test Series) ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (India vs Australia 2nd Test) ଫେବୃଆରୀ ୧୭ରୁ ଦିଲ୍ଲୀରେ ଖେଳାଯିବ । ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇ ଟିମ୍ ମ୍ୟାନେଜମଣ୍ଟ ଜଣେ ଘାତକ ବୋଲରଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି । ଏହି ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ (Arun Jaitley Cricket Stadium) ରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଜଣେ ଖେଳାଳିଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି । ଏହି ଖେଳାଳି ଦ୍ରୁତ ବୋଲର ଜୟଦେବ ଉନାଦକଟ (Jaydev Unadkat) ଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି  

ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଚୟନକର୍ତ୍ତାମାନେ ଜୟଦେବ ଉନାଦକଟ (Jaydev Unadkat) ଙ୍କୁ ଦଳରେ ସ୍ଥାନ ଦେଇଥିଲେ । କିନ୍ତୁ ନାଗପୁର ଟେଷ୍ଟରେ ଜୟଦେବ ଉନାଦକଟ (Jaydev Unadkat) ବେଞ୍ଚରେ ବସିଥିବାର ନଜର ଆସିଥିଲେ । ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇ ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ଦଳରୁ ରିଲିଜ କରିଛି । ଦିଲ୍ଲୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ପାଇଁ ତାଙ୍କୁ ଦଳରେ ନାମିତ କରାଯାଇଥିଲା, କିନ୍ତୁ ପ୍ଲେଇଙ୍ଗ -11 ରେ ତାଙ୍କ ସ୍ଥାନ କଷ୍ଟସାଧ୍ୟ ମନେ ହେଉଥିଲା । ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ସହମତି ପରେ ଜୟଦେବଙ୍କୁ ରିଲିଜ କରାଯାଇଛି ।

ଅଧିକ ପଢ଼ନ୍ତୁ:-କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୧୮ ମାସର DA ବକେୟା ଉପରେ ନିଆଯିବ ନିଷ୍ପତ୍ତି; ମିଳିବ ୨ ଲକ୍ଷରୁ ଅଧିକ ଟଙ୍କା

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗୁ ହୋଇ ନଥାଏ ଆୟକର ଆଇନ, କୋଟି କୋଟି ଟଙ୍କାର ଆୟ ଉପରେ ମଧ୍ୟ ଆଦାୟ କରାଯାଏ ନାହିଁ ଟିକସ; ଜାଣନ୍ତୁ ଏହାର କାରଣ

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ ଦଳରୁ ବାହାର ହେଲେ ଏହି ଖେଳାଳି, ହଠାତ୍ ରିପ୍ଲେସମେଣ୍ଟର କରାଗଲା ଘୋଷଣା

ଜୟଦେବ ଉନାଦକଟ (Jaydev Unadkat) ଏବେ ଘରୋଇ କ୍ରିକେଟକୁ ଫେରିବେ । ରଣଜୀ ଟ୍ରଫି ଫାଇନାଲରେ ସୌରାଷ୍ଟ୍ର ପାଇଁ ଖେଳିବା ପାଇଁ ୩୧ ବର୍ଷୀୟ ଜୟଦେବ ଉନାଦକଟଙ୍କୁ ରିଲିଜ କରାଯାଇଛି । ତାଙ୍କୁ ସୌରାଷ୍ଟ୍ର ଦଳର କମାଣ ସମ୍ଭାଳୁଥିବା ଦେଖିବାକୁ ମିଳିବ । ଅଷ୍ଟ୍ରେଲିଆ ସିରିଜରେ ଚୟନ ହେବା ପରେ ଜୟଦେବ ତାଙ୍କ ରଣଜୀ ଦଳ ଛାଡିଥିଲେ । କିନ୍ତୁ ସେ ପ୍ଲେଇଙ୍ଗ-11 ରେ ଏଣ୍ଟ୍ରି କରିପାରି ନଥିଲେ । ଏବେ ତାଙ୍କ ଘରୋଇ ଦଳ ସୌରାଷ୍ଟ୍ର ରଣଜୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଛନ୍ତି । 

ଆପଣଙ୍କୁ କହି ରଖୁଛୁ ଯେ, ଫେବୃଆରୀ ୧୬ରେ କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ସୌରାଷ୍ଟ୍ର ଓ ବଙ୍ଗଳା ମୁହାଁମୁହିଁ ହେବେ । ୨୦୧୦ ମସିହାରେ ଜୟଦେବ ଉନାଦକଟ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ତେବେ ଗୋଟିଏ ଟେଷ୍ଟ ମ୍ୟାଚରେ ଖେଳିବା ପରେ ତାଙ୍କୁ ବାହାର କରିଦିଆଯାଇଥିଲା । ତା’ପରେ ସେ ୧୨ ବର୍ଷ ପରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ ଓ ଡିସେମ୍ବର ୨୦୨୨ରେ ମିରପୁରରେ ବାଂଲାଦେଶ ବିପକ୍ଷରେ ତାଙ୍କ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ, ୭ଟି ODI ଏବଂ ୧୦ଟି ଟି -20 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।