IND vs AUS 3rd Test: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ବଡ଼ ଅପଡେଟ୍, ବଦଳିବ ତୃତୀୟ ମ୍ୟାଚର ଭେନ୍ୟୁ!
Advertisement
Article Detail0/zeeodisha/odisha1566926

IND vs AUS 3rd Test: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ବଡ଼ ଅପଡେଟ୍, ବଦଳିବ ତୃତୀୟ ମ୍ୟାଚର ଭେନ୍ୟୁ!

IND vs AUS 3rd Test: ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍ ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ଭେନ୍ୟୁରେ ପରିବର୍ତ୍ତନ ହୋଇପାରେ । ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । 

IND vs AUS 3rd Test: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ବଡ଼ ଅପଡେଟ୍, ବଦଳିବ ତୃତୀୟ ମ୍ୟାଚର ଭେନ୍ୟୁ!

India vs Australia Test Series: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (IND vs AUS Test Series) ଫେବୃଆରୀ ୯ରୁ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (India vs Australia 1st Test Match) ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ  ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର ସ୍ଥିତି ମଜବୁତ ଦେଖାଯାଉଛି । ଏସବୁ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ସିରିଜ୍ ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ଭେନ୍ୟୁରେ ପରିବର୍ତ୍ତନ ହୋଇପାରେ । ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । 

ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍ (IND vs AUS 3rd Test) ଫେବୃଆରୀ ୧୭ରୁ ଖେଳାଯିବ । ଅନ୍ୟପକ୍ଷରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାସ୍ଥିତ  HPCA (Himachal Pradesh Cricket Association) ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ର ତୃତୀୟ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚର ସ୍ଥାନ ପରିବର୍ତ୍ତନ କରାଯାଇପାରେ । ଏହି ଗ୍ରାଉଣ୍ଡରେ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ନିକଟ ଅତୀତରେ HPCA ଷ୍ଟାଡିୟମରେ ମରାମତି କାର୍ଯ୍ୟ କରାଯାଇଥିଲା, ଏହା ପରେ ଏହି ଷ୍ଟାଡିୟମ୍ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ ପାଇଁ ଫିଟ୍ ହୋଇପାରିଲା ନାହିଁ ।

ଅଧିକ ପଢ଼ନ୍ତୁ:-ଜୟା କିଶୋରୀ ଗୋଟିଏ ପ୍ରବଚନ ପାଇଁ ନିଅନ୍ତି କେତେ ଟଙ୍କା? ଫି ଓ ମୋଟ ସମ୍ପତ୍ତି ବିଷୟରେ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଅଧିକ ପଢ଼ନ୍ତୁ:-ଗାର୍ଲ୍ସ ହଷ୍ଟେଲରେ ଭୂତ, ଅଜବ ଛାୟା ଓ ଚମକଦାର ଘୁରିବୁଲୁଥିବା ଆଖି ଦେଖି ଭୟରେ ଥରଥର ସମସ୍ତେ!

ଅଧିକ ପଢ଼ନ୍ତୁ:-ମହିଳା ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ସ୍କୁଲରେ ଗଢ଼ିଲେ ଶାରୀରିକ ସମ୍ପର୍କ, ଉଭୟ ବରଖାସ୍ତ

ESPNcricinfo ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ବିଶେଷଜ୍ଞ ଦଳ ଦ୍ୱାରା ଗ୍ରାଉଣ୍ଡ ଯାଞ୍ଚ ଫଳାଫଳକୁ ଆଧାର କରି ବିସିସିଆଇ ଆସନ୍ତା କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଏହା ଜାଣିବାକୁ ମିଳିଛି ଯେ ବିସିସିଆଇ ଏକ ବ୍ୟାକ୍ ଅପ୍ ଭେନ୍ୟୁକୁ ସର୍ଟଲିଷ୍ଟ କରିସାରିଛି, କିନ୍ତୁ ଧର୍ମଶାଳାକୁ ବାଦ ଦେବା ପରେ ହିଁ ଏହାର ଘୋଷଣା କରାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ସ୍ଥିତ ମଜବୁତ ରହିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବାବେଳେ ୧୭୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୩୨୧ ରନ୍ ସଂଗ୍ରହ କରିଛି । ଟିମ୍ ଇଣ୍ଡିଆ ମଧ୍ୟ ପ୍ରଥମ ଇନିଂସରେ ୧୪୪ ରନରେ ଆଗୁଆ ରହିଛି ।