IND VS AUS: ଆଉଟ୍ ପରେ ଶୁଭମନ ଗିଲଙ୍କ ସହ କେ.ଏଲ୍ ରାହୁଲ ମିଳାଇଲେ ହାତ, ଆରମ୍ଭ ହେଲା ବୋବାଲ୍, ଜାଣନ୍ତୁ ମାମଲା?
Advertisement
Article Detail0/zeeodisha/odisha1591550

IND VS AUS: ଆଉଟ୍ ପରେ ଶୁଭମନ ଗିଲଙ୍କ ସହ କେ.ଏଲ୍ ରାହୁଲ ମିଳାଇଲେ ହାତ, ଆରମ୍ଭ ହେଲା ବୋବାଲ୍, ଜାଣନ୍ତୁ ମାମଲା?

India vs Australia, 3rd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି । ଆଜି କେ.ଏଲ୍ ରାହୁଲଙ୍କ (KL Rahul) ସ୍ଥାନରେ ଶୁଭମନ ଗିଲଙ୍କୁ (Shubman Gill) ଏକ ସୁଯୋଗ ମିଳିଥିଲା କିନ୍ତୁ ସେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ।

ସାଙ୍କେତିକ ଛବି

India vs Australia, 3rd Test: ଇନ୍ଦୋରରେ ଭାରତ ଓ ଅଷ୍ଟ୍ରେଲିଆ (India and Australia) ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ନିଜ ଜାଲରେ ନିଜେ ଫସି ଯାଇଛି । ଏହି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଭାରତୀୟ ଦଳ ତୃତୀୟ ଟେଷ୍ଟରେ ସ୍ପିନ୍ ଟ୍ରାକ୍ ତିଆରି କରିବା ନିଷ୍ପତ୍ତି ସାଂଘାତିକ ପ୍ରମାଣିତ ହୋଇଛି । ଇନ୍ଦୋରର ଏହି ସ୍ପିନ୍ ଫ୍ରେଣ୍ଡଲି ୱିକେଟ୍ ଉପରେ ଅଷ୍ଟ୍ରେଲୀୟ ସ୍ପିନରମାନେ (Australian spinners) ଟିମ୍ ଇଣ୍ଡିଆର ପ୍ରଥମ ଇନିଂସକୁ ମାତ୍ର ୧୦୯ ରନରେ ଅଲ ଆଉଟ୍ କରିବାରେ ସଫଳ ହୋଇଛନ୍ତି । କେ.ଏଲ୍ ରାହୁଲଙ୍କ (KL Rahul) ଜାଗାରେ ସୁଯୋଗ ପାଇଥିବା ଶୁଭମନ ଗିଲ୍ (Shubman Gill) ମାତ୍ର ୨୧ ରନ୍ ସ୍କୋର ଆଉଟ୍ ହୋଇଯାଇଥିଲେ । ତେବେ ଗିଲଙ୍କ ଆଉଟ୍ ପରେ ଏକ ଫଟୋ ସାମ୍ନାକୁ ଆସିଛି, ​​ଯାହା କ୍ରିକେଟ୍ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ବିତର୍କର କେନ୍ଦ୍ର ବିନ୍ଦୁ ପାଲଟିଛି ।

ବାସ୍ତବରେ, ଯେତେବେଳେ ଶୁଭମନ ଗିଲ ଆଉଟ୍ ହୋଇ ଡ୍ରେସିଂ ରୁମରେ ପହଞ୍ଚିଥିଲେ, କେ.ଏଲ୍ ରାହୁଲ କିଛି ସମୟ ପରେ ତାଙ୍କ ସହ ହାତ ମିଳାଇଥିଲେ । ପ୍ରଶଂସକମାନେ ଏଠାରେ ଏହି ବିଷୟକୁ ନେଇ ଆରୋପ-ପ୍ରତ୍ୟାରୋପ କରିବା ଆରମ୍ଭ କରିଦେଇଛନ୍ତି । ଏହା ସହ କ୍ରିକେଟ ପ୍ରଶଂସକମାନେ ମଧ୍ୟ ଜୋରଦାର କେ.ଏଲ୍ ରାହୁଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

କହିରଖୁଛୁ ଯେ କେଏଲ ରାହୁଲଙ୍କୁ ଇନ୍ଦୋର ଟେଷ୍ଟର ପ୍ଲେଇଂ ଇଲେଭେନରୁ ବାଦ୍ ପଡିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଟେଷ୍ଟ ଫର୍ମାଟରେ କ୍ରମାଗତ ତାଙ୍କର ଖରାପ ପ୍ରଦର୍ଶନ । ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହେବା ପରେ ହିଁ କେ.ଏଲ୍ ରାହୁଲଙ୍କୁ ଦଳରୁ ବାଦ ଦେବା ନେଇ ନିରନ୍ତର ଆଲୋଚନା ହୋଇଥିଲା । ଏହା ପରେ କେଏଲ ରାହୁଲଙ୍କୁ ଇନ୍ଦୋର ଟେଷ୍ଟ ପୂର୍ବରୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ଓ ପରେ ତାଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇଥିଲା । କହିରଖୁଛୁ, ଯେ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ଅର୍ଥ କିଛି ନୁହେଁ, କିନ୍ତୁ ଆଜିର ମ୍ୟାଚରେ ରାହୁଲ ପ୍ଲେଇଂ ଇଲେଭେନ୍ ବାଦ ପଡିଛନ୍ତି ।

କହିରଖୁଛୁ ଯେ, ଦିନିକିଆ ଓ ଟି-୨୦ ଫାର୍ମଟିରେ ଭଲ ଫର୍ମ କାରଣରୁ ଶୁଭମନ୍ ଗିଲ୍ ଇନ୍ଦୋର ଟେଷ୍ଟର ପ୍ଲେଇଂ ଇଲେଭେନେରେ ସ୍ଥାନ ପାଇଛନ୍ତି । କାରଣ ଏହି ଖେଳାଳିଙ୍କ ଟେଷ୍ଟ ରେକର୍ଡ ମଧ୍ୟ ଖରାପ ଅଟେ । ଗିଲ୍ ଏପର୍ଯ୍ୟନ୍ତ ୧୪ ଟି ଟେଷ୍ଟର ୨୬ ଇନିଂସରେ ୩୧.୫୪ ହାରାହାରିରେ ରନ୍ ସ୍କୋର କରିଛନ୍ତି । ଘରୋଇ ସିରିଜରେ ଶୁଭମନ ଗିଲ ହାରାହାରି ୨୫ ରହିଛି । ଏଭଳି ପରିସ୍ଥିତିରେ ଗିଲଙ୍କୁ ମଧ୍ୟ ଟେଷ୍ଟ କ୍ରିକେଟରେ ନିଜକୁ ପ୍ରମାଣିତ କରିବାର ଅବଶ୍ୟକତା ରହିଛି ।

ଏହା ବି ପଢ଼ନ୍ତୁ: Jasprit Bumrah: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା!