Ind vs Eng Test 2024: ଅନ୍ତିମ୍ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଗୁଡ଼ ନ୍ୟୁଜ୍
Advertisement

Ind vs Eng Test 2024: ଅନ୍ତିମ୍ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଗୁଡ଼ ନ୍ୟୁଜ୍

Ind vs Eng: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୭ ତାରିଖରେ ଧର୍ମଶାଳା ଖେଳାଯିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଜଣେ ଘାତକ ବୋଲରଙ୍କ କମବ୍ୟାକ୍ ନେଇ କଳ୍ପନା କରାଯାଉଛି ।

Ind vs Eng Test 2024: ଅନ୍ତିମ୍ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଗୁଡ଼ ନ୍ୟୁଜ୍

Ind vs Eng Test 2024: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୭ ତାରିଖରେ ଧର୍ମଶାଳା ଖେଳାଯିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଜଣେ ଘାତକ ବୋଲରଙ୍କ କ ବ୍ୟାକ୍ ନେଇ କଳ୍ପନା କରାଯାଉଛି ।

ବାସ୍ତବରେ, ଇଂଲଣ୍ଡ ସହିତ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅନେକ ଖେଳାଳିଙ୍କୁ ବାଦ ଦିଆଯାଇଥିଲା । ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ରେ ବିଜୟ ହାସଲ କରିଥିଲା ଭାରତୀୟ ଦଳ। ତେବେ ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚ୍ ରେ ଜଣେ ଅଭିଜ୍ଞ ଖେଳାଳି ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ଦଳକୁ ଫେରିବେ କି ଜସପ୍ରୀତ ବୁମରା?

ଚତୁର୍ଥ ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଦଳର ଦ୍ରୁତ ବୋଲର ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା। ବୁମରା କ୍ରମାଗତ ଭାବେ ଦଳ ପାଇଁ ଖେଳୁଥିଲେ । କାର୍ଯ୍ୟଭାର ପରିଚାଳନା ହେତୁ ତାଙ୍କୁ ଗୋଟିଏ ମ୍ୟାଚ୍ ରୁ ବିଶ୍ରାମ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ବର୍ତ୍ତମାନର କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବୁମରା ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ରେ ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି । ବୁମରାଙ୍କ ଅନୁପସ୍ଥିତିରେ ବିହାରର ଦ୍ରୁତ ବୋଲର ଆକାଶ ଦୀପ ଡେବ୍ୟୁ କରିବା ନେଇ ସୁଯୋଗ ପାଇଥିଲେ। ସୁଯୋଗର ଭରପୂର ଫାଇଦା ଉଠାଇ ଆକାଶ ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ବର୍ତ୍ତମାନ ବୁମରା ଦଳକୁ ଫେରିବା ନେଇ କୁହାଯାଉଛି । ଫଳରେ ଅନ୍ତିମ ଟେଷ୍ଟ ମ୍ୟାଚ୍ ରେ ଭାରତର ପ୍ଲେଇଂ ଇଲେଭେନ୍ ରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି ।

Jasprit Bumrah is likely to return to the squad for the final Test although discussions are still on regarding workload management of players[Cricbuzz]#JaspritBumrah pic.twitter.com/PzPLeDc5tA

ପ୍ରକାଶ ଥାଉ କି, ଇଂଲଣ୍ଡ ସହିତ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚ୍ ରେ ବୁମରା ବେଶ ଭଲ ପ୍ରଦର୍ଶନ କରିଥିଲା। ତିନିଟି ମ୍ୟାଚରେ ବୁମରା ୧୭ଟି ୱିକେଟ୍ ନେଇଥିଲେ।