IND vs ENG: ବିରାଟ ବିନା ଖେଳ ଅଧା ! କୋହଲିଙ୍କୁ ମନେ ପକାଉଛନ୍ତି ପ୍ରଶଂସକ
Advertisement
Article Detail0/zeeodisha/odisha2083102

IND vs ENG: ବିରାଟ ବିନା ଖେଳ ଅଧା ! କୋହଲିଙ୍କୁ ମନେ ପକାଉଛନ୍ତି ପ୍ରଶଂସକ

IND Vs ENG, 1st Test: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ସମସ୍ତଙ୍କର ପ୍ରିୟ ଖେଳାଳି ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍ ମ୍ୟାଚରୁ ବାଦ ପଡିଛନ୍ତି। ସମସ୍ତ ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ବିବେଚନା କରାଯାଏ । ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବିରାଟ କୋହଲିଙ୍କ ଅନୁପସ୍ଥିତିର କିପରି ରହିଛି ପ୍ରଭାବ ତାହା ସୋସିଆଲ ମିଡିଆରୁ ସ୍ପଷ୍ଟ ବାରିହୋଇପଡୁଛି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳ ୨୩୧ ରନ୍ ଲକ୍ଷ୍ୟ ହାସଲ କରିଛି। ଚତୁର୍ଥ ଇନିଂସରେ ଏହି ଲକ୍ଷ୍ୟ ହାସଲ କରିବା ଭାରତୀୟ ଦଳ ପାଇଁ ଏକ କଷ୍ଟସାଧ୍ୟ କାର୍ଯ୍ୟ ପରି ମନେ ହେଉଥିଲା। ୧୧୯ ରନରେ ଭାରତୀୟ ଦଳ ୭ଟି ୱିକେଟ୍ ହରାଇଛି। ଏହା ସହିତ ଭାରତର ବିଜୟ ଆଶାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Post- 

ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନ ମଧ୍ୟକେ ଭାରତୀୟ ଦଳ ଇଂଲଣ୍ଡ ଉପରେ ପ୍ରାଧାନ୍ୟ ଦେଉଥିଲା। ପ୍ରଥମ ଇନିଂସରେ ୨୪୬ ସ୍କୋର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ ସଂଗ୍ରହ କରିଥିଲା । ଲାଗୁଥିଲା ଯେ, ଭାରତୀୟ ଦଳ ଏହି ମ୍ୟାଚକୁ ସହଜରେ ଜିତି ପାରିବ କିନ୍ତୁ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିଥିଲା।

Post- 

ଇଂଲଣ୍ଡ ପକ୍ଷରୁ ଓଲି ପୋପ୍ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ଇନିଂସରେ ୧୯୬ ରନ୍ ସଂଗ୍ରହ କରିଥିଲେ। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳ ୪୨୦ ରନ୍ ହାତେଇ ନେଇଥିଲା । ଏହି ମ୍ୟାଚ୍ ଜିତିବା ପାଇଁ ଭାରତ ପାଇଁ ୨୩୧  ରନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟ ହାସଲ କରିବା ସମୟରେ ଭାରତୀୟ ଦଳ ବିଭିନ୍ନ ଅସୁବିଧାରେ ପଡ଼ିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Post- 

ପ୍ରଶଂସକମାନେ ବିରାଟ କୋହଲିଙ୍କୁ ମନେ ପକାଇଛନ୍ତି । ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ମଧ୍ୟ ଦ୍ୱିତୀୟ ଇନିଂସରେ ଏତେଟା ଭଲ ପ୍ରଦର୍ଶନ କରିନାହାନ୍ତି । ପ୍ରଥମ ଇନିଂସରେ ଦଳ ପାଇଁ ମୂଲ୍ୟବାନ ଇନିଂସ ଖେଳିଥିବା ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲ ମଧ୍ୟ ପ୍ୟାଭିଲିୟନକୁ ଫେରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ବିରାଟ କୋହଲି ଟ୍ରେଣ୍ଡ କରୁଛନ୍ତି। କୋହଲିଙ୍କ ପ୍ରଶଂସକମାନେ ନିଜର କ୍ଷୋଭକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । କିଛି ପ୍ରଶଂସକ ଲେଖିଛନ୍ତି ଯେ, ଯଦି ବିରାଟ ଥାଆନ୍ତେ ତେବେ ନିଶ୍ଚିତ ଭାବରେ ଭାରତୀୟ ଦଳ ନିଜର ଲକ୍ଷ ପୂରଣ କରିପାରିଥାନ୍ତା ।

Also Read- Budh Gochar 2024: ଫେବୃଆରୀ ୧ରେ ବୁଧ ଗୋଚର, ଏହି ରାଶିରେ ବଡ଼ ପ୍ରଭାବ

Also Read- ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ ଓଲଟି ଜଣେ ମୃତ