IND Vs ENG: ସେମିରେ ENG ବିପକ୍ଷରେ INDର ଚୂଡ଼ାନ୍ତ ଏକାଦଶ ଫାଇନାଲ୍, ଏହି ୨ ଖେଳାଳିଙ୍କ ହେବ ରିଟର୍ଣ୍ଣ! କୋଚ୍ ଦ୍ରାବିଡ ଦେଲେ ସଙ୍କେତ
Advertisement

IND Vs ENG: ସେମିରେ ENG ବିପକ୍ଷରେ INDର ଚୂଡ଼ାନ୍ତ ଏକାଦଶ ଫାଇନାଲ୍, ଏହି ୨ ଖେଳାଳିଙ୍କ ହେବ ରିଟର୍ଣ୍ଣ! କୋଚ୍ ଦ୍ରାବିଡ ଦେଲେ ସଙ୍କେତ

IND Vs ENG Semi Final T20 World Cup 2022: ନଭେମ୍ୱର ୧୦ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ସେମିଫାଇନାଲ ମ୍ୟାଚ୍ ଆଡିଲେଡ୍ ଗ୍ରାଉଣ୍ଡରେ ଖେଳାଯିବ । ଏଥିପାଇଁ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ଼ ଏହି ମ୍ୟାଚରେ ବଡ଼ ପରିବର୍ତ୍ତନ ସଙ୍କେତ ଦେଇଛନ୍ତି ।

IND Vs ENG: ସେମିରେ ENG ବିପକ୍ଷରେ INDର ଚୂଡ଼ାନ୍ତ ଏକାଦଶ ଫାଇନାଲ୍, ଏହି ୨ ଖେଳାଳିଙ୍କ ହେବ ରିଟର୍ଣ୍ଣ! କୋଚ୍ ଦ୍ରାବିଡ ଦେଲେ ସଙ୍କେତ

India Vs England Semi Final T20 World Cup 2022: ଭାରତୀୟ କ୍ରିକେଟ୍ ଦଳ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ସେମିଫାଇନାଲ (Semi Final Match) ପାଇଁ ଯୋଗ୍ୟତା ଅର୍ଜନ କରିଛି । ସୁପର-12ର ଗ୍ରୁପ୍-୨ରେ ଟପରେ ରହି ଭାରତୀୟ ଦଳ (Team India) ଯୋଗ୍ୟତା ଅର୍ଜନ କରିଥିଲା । ଆଜି (ଗୁରୁବାର) ଅର୍ଥାତ ନଭେମ୍ୱର ୧୦ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ (IND vs ENG Semi Final Match) ଖେଳିବାକୁ ମୈଦାନକୁ ଓହ୍ଲାଇବ । ଭାରତ ଓ ଇଂଲଣ୍ଡ (England vs India) ମଧ୍ୟରେ ଏହି ସେମିଫାଇନାଲ ମ୍ୟାଚ୍ ଆଡିଲେଡ୍ ଗ୍ରାଉଣ୍ଡରେ ଖେଳାଯିବ । ଏଥିପାଇଁ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ଼ (Rahul Dravid) ଏହି ମ୍ୟାଚରେ ବଡ଼ ପରିବର୍ତ୍ତନ ସଙ୍କେତ ଦେଇଛନ୍ତି ।

ଦ୍ରାବିଡ (Dravid) କହିଛନ୍ତି ଯେ, ଆଡିଲେଡର ପରିସ୍ଥିତି ଅନୁଯାୟୀ ଇଣ୍ଡିଆନ ପ୍ଲେଇଙ୍ଗ ୧୧ (Indian Playing 11) ରେ ଆବଶ୍ୟକ ପରିବର୍ତ୍ତନ କରାଯିବ । ଏଭଳି ପରିସ୍ଥିତିରେ ଲେଗ-ସ୍ପିନର ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । କାରଣ ଆଡିଲେଡ୍ ପିଚ୍ ସାଧାରଣତ ସ୍ଲୋୟର ବୋଲରମାନଙ୍କ ପାଇଁ ସହାୟକ ହୋଇଥାଏ । ଏହା ସହିତ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ମଧ୍ୟ ଦଳକୁ ଫେରିପାରନ୍ତି । ଅନ୍ୟପଟେ ଋଷଭ ପନ୍ତଙ୍କୁ ପୁଣି ଥରେ ବେଞ୍ଚରେ ବସିବାକୁ ପଡ଼ିପାରେ ।

ଦ୍ରାବିଡ଼ ଗଣମାଧ୍ୟମକୁ କହିଛନ୍ତି ଯେ, "ମୁଁ ଭାବୁଛି ଆମର ୧୫ ଜଣିଆ ଦଳ ପାଇଁ ଆମେ ସମ୍ପୂର୍ଣ୍ଣ ଖୋଲା ମନୋଭାବ ପୋଷଣ କରୁଛୁ । ଆମେ ନିଶ୍ଚିତ ଯେ ଯିଏ ଏହି ୧୫ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ଅଛନ୍ତି ସେ ଆମକୁ ଦୁର୍ବଳ କରିବେ ନାହିଁ । ଆମେ ଏପରି ଏକ ଦଳ ଚୟନ କରିଛୁ । ମୁଁ ପୁଣି ସମାନ କଥା କହିବି ଯେ ଆମେ ସେଠାକୁ ଯିବା (ଆଡିଲେଡ୍) ଓ ଦେଖିବା । ମୁଁ ଆଜି (ଆଡିଲେଡ୍ ଗ୍ରାଉଣ୍ଡରେ) କିଛି ମ୍ୟାଚ୍ ଦେଖିଲି ଓ ମୁଁ ଜାଣେ ଟ୍ରାକ୍ ସେଠାରେ ଟିକେ ସ୍ଲୋ ଅଛି । ସେଠାରେ ଗ୍ରିପ୍ ଅଛି । ସାମାନ୍ୟ ଟର୍ଣ୍ଣ ଅଛି । ଆମେ ଆଡିଲେଡରେ ଏକ ସମ୍ପୂର୍ଣ୍ଣ ନୂଆ ପିଚରେ ଖେଳିବୁ ।"

ଭାରତୀୟ କୋଚ୍ କହିଛନ୍ତି ଯେ, "ବାଂଲାଦେଶ ବିପକ୍ଷରେ ଆମେ ଯେଉଁ ପିଚରେ ଖେଳିଥିଲୁ, ସତ କହିବାକୁ ଗଲେ ସେଠାରେ କୌଣସି ସ୍ପିନ୍ ନଥିଲା । ଏହା ଏକ ଭିନ୍ନ ପ୍ରକାରର ୱିକେଟ୍ ଥିଲା । ଆଡିଲେଡରେ ମଧ୍ୟ ସମାନ ପିଚ୍ ରହିବ । ମୁଁ ବିଶ୍ୱାସ କରେ ମୁଁ ଏକ ମ୍ୟାଚ୍ ପରେ ଏଠାରେ ବସି ପାରିବି ନାହିଁ ଓ ସେଠାରେ କ’ଣ ହେବ ତାହା ପୂର୍ବାନୁମାନ କରିପାରିବି ନାହିଁ । ଆମ ପାଖରେ ବର୍ତ୍ତମାନ କିଛି ଦିନ ଅଛି । ଆମେ ସେଠାକୁ ଯାଇ ପିଚ୍ ଦେଖିବା ଓ ଏହା ପରେ ଆମେ କଣ କରିପାରିବା ସେ ବିଷୟରେ ଚିନ୍ତା କରିବା ।"

ଏଠାରେ କହି ରଖୁଛୁ ଯେ, ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ କେଏଲ ରାହୁଲ ଦମଦାର୍ ବ୍ୟାଟିଂ କରିଛନ୍ତି । ସେ ଉଭୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପେନିଂ କରିବା ସମ୍ପୂର୍ଣ୍ଣ ନିଶ୍ଚିତ ମନେ ହେଉଛି । ଏହି ଉଭୟ ବ୍ୟାଟ୍ସମ୍ୟାନ୍ ବଡ଼ ମ୍ୟାଚର ଖେଳାଳୀ ଅଟନ୍ତି । ରୋହିତ ଓ କେଏଲ ରାହୁଲ (KL Rahul) ଫର୍ମରେ ଥିଲେ ଯେକୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରି ରନର ବର୍ଷା କରିପାରନ୍ତି । ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଭାରତ ପାଇଁ ତିନି ନମ୍ବରରେ ବ୍ୟାଟିଂ କରିବା ପାଇଁ ମୈଦାନକୁ ଓହ୍ଲାଇବେ । ସେ ତୃତୀୟ ସ୍ଥାନରେ ଥିବା ଭାରତ ପାଇଁ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ । ସେ ନିଜେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇ ଦେଇଛନ୍ତି । ଏସିଆ କପ ୨୦୨୨ ପରଠାରୁ ସେ ବହୁତ ଭଲ ଫର୍ମରେ ଅଛନ୍ତି । ବର୍ତ୍ତମାନର ଟି-20 ବିଶ୍ୱକପରେ ବିରାଟ କୋହଲି ସର୍ବାଧିକ ରନ୍ କରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ସେମିଫାଇନାଲ ମ୍ୟାଚରେ ତାଙ୍କଠାରୁ ଏକ ବଡ଼ ଇନିଂସର ଆଶା କରୁଛନ୍ତି ।

ସେହିପରି ଚତୁର୍ଥ ନମ୍ବରରେ ସୂର୍ଯ୍ୟକୁମାର ଯାଦବ  (Suryakumar Yadav) ଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି  । ଚଳିତ ଟି-20 ବିଶ୍ୱକପରେ ସେ ଦମଦାର୍ ଫର୍ମରେ ଅଛନ୍ତି । ଲଗାତର ତାଙ୍କ ବ୍ୟାଟରୁ ରନର ବର୍ଷା ହେଉଛି ।  ସେ ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ବର୍ତ୍ତମାନ ପର୍ଯ୍ୟନ୍ତ ତିନିଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପାଞ୍ଚ ନମ୍ବରରେ ସ୍ଥାନ ପକ୍କା ବୋଲି ମନେ କରାଯାଉଛି । ସେ ଘାତକ ବୋଲିଂ ଓ ଚମତ୍କାର ବ୍ୟାଟିଂରେ ଜଣେ ପାରଦର୍ଶୀ ଖେଳାଳି । 

ଅଧିକ ପଢ଼ନ୍ତୁ:-ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଆସିଲା ଖରାପ ଖବର, ହଠାତ୍ ଏହି ଘାତକ ବୋଲର ଆହତ କାରଣରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ସବୁ କାମରେ ହେବାକୁ ଚାହୁଁଛନ୍ତି ସଫଳ? ତେବେ ପ୍ରତିଦିନ ସକାଳେ କରନ୍ତୁ ଏସବୁ କାମ, ବର୍ଷିବ ମାଁ ଲକ୍ଷ୍ମୀଙ୍କ କୃପା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି କପିଲ ଦେବ, କହିଲେ-ତାଙ୍କୁ ଲଜ୍ଜା ଲାଗୁଥିଲା

 

ଦୀନେଶ କାର୍ତ୍ତିକ (Dinesh Karthik) ୱିକେଟ୍ କିପର ଦାୟିତ୍ୱ ମିଳିବ ବୋଲି ଆଶା କରାଯାଉଛି । ଜିମ୍ବାୱେ ବିପକ୍ଷରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଥିଲା । ଏହି ମ୍ୟାଚରେ ଋଷଭ ପନ୍ତ ସମ୍ପୂର୍ଣ୍ଣ ରୂପେ ଫ୍ଲପ୍ ହୋଇଥିଲେ । ସେପଟେ ବୋଲିଂର ଦାୟିତ୍ୱ ଆର୍ଶଦୀପ ସିଂ (Arshdeep Singh), ମହମ୍ମଦ ଶାମି ଏବଂ ଭୁବନେଶ୍ୱର କୁମାରଙ୍କ ଉପରେ ରହିବ ବୋଲି ଆଶା କରାଯାଉଛି । ବୋଲିଂ କ୍ଷେତ୍ରରେ ଏମାନେ ନିଜର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ସେପଟେ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳୁଥିବାର ଦେଖିବାକୁ ମିଳିପାରେ ।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ ଏପରି ହୋଇପାରେ:-ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ମହମ୍ମଦ ଶାମି ।