India Vs Pakistan T20 World Cup 2022: ପାକିସ୍ତାନ ବିପକ୍ଷରେ ଖେଳୁଥିବାର ଦେଖବାକୁ ମିଳିବ ନାହିଁ ଏହି ବଡ଼ ମ୍ୟାଚ୍ ୱିନର! ସମ୍ଭାବ୍ୟ ଏକାଦଶରେ କରିପାରିଲେନି ନିଜ ସ୍ଥାନ
Advertisement
Article Detail0/zeeodisha/odisha1407300

India Vs Pakistan T20 World Cup 2022: ପାକିସ୍ତାନ ବିପକ୍ଷରେ ଖେଳୁଥିବାର ଦେଖବାକୁ ମିଳିବ ନାହିଁ ଏହି ବଡ଼ ମ୍ୟାଚ୍ ୱିନର! ସମ୍ଭାବ୍ୟ ଏକାଦଶରେ କରିପାରିଲେନି ନିଜ ସ୍ଥାନ

Ind vs Pak, ICC T20 World Cup 2022​: ଆଜି ଭାରତ-ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୧.୩୦ରୁ ଖେଳାଯିବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର ଏକ ବଡ଼ ମ୍ୟାଚ୍ ୱିନର୍ ଖେଳାଳି ଖେଳିବା କଷ୍ଟକର ମନେ ହେଉଛି । ଏହି ଖେଳାଳି ବିଗତ କିଛି ସମୟ ଧରି ଚୂଡ଼ାନ୍ତ ଏକାଦେଶରେ ସ୍ଥାନ କରିବାରେ ସଂଘର୍ଷ କରୁଛନ୍ତି । 

India Vs Pakistan T20 World Cup 2022: ପାକିସ୍ତାନ ବିପକ୍ଷରେ ଖେଳୁଥିବାର ଦେଖବାକୁ ମିଳିବ ନାହିଁ ଏହି ବଡ଼ ମ୍ୟାଚ୍ ୱିନର! ସମ୍ଭାବ୍ୟ ଏକାଦଶରେ କରିପାରିଲେନି ନିଜ ସ୍ଥାନ

India Vs Pakistan T20 World Cup 2022: ଆଜି କ୍ରିକେଟ ମୈଦାନରେ ମହାମୁକାବିଲା ହେବାକୁ ଯାଉଛି । ଅକ୍ଟୋବର ୨୩ ଅର୍ଥାତ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଟି-20 ବିଶ୍ୱକପର ମ୍ୟାଚ ଖେଳା ଯିବ । ଆଉ କିଛି ସମୟର ଅପେକ୍ଷା ଉଭୟ ପଡ଼ୋଶୀ ମେଲବର୍ଣ୍ଣର କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଭାରତ ଓ ପାକିସ୍ଥାନ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ (India Pakistan Match) ରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ (Team India Playing XI) ଉପରେ ରହିବ । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦେଶରେ ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଦେଖିବାକୁ ମିଳିପାରେ । ଏହି ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୧.୩୦ରୁ ଖେଳାଯିବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର ଏକ ବଡ଼ ମ୍ୟାଚ୍ ୱିନର୍ ଖେଳାଳି ଖେଳିବା କଷ୍ଟକର ମନେ ହେଉଛି । ଏହି ଖେଳାଳି ବିଗତ କିଛି ସମୟ ଧରି ଚୂଡ଼ାନ୍ତ ଏକାଦେଶରେ ସ୍ଥାନ କରିବାରେ ସଂଘର୍ଷ କରୁଛନ୍ତି । ଟି-20 ବିଶ୍ୱକପ ୨୦୨୨ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଓ ଶେଷ ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା ।​ 

ଏହି ମ୍ୟାଚରେ ହିଁ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ ଇଲେଭନ୍ ପ୍ରାୟ ସ୍ଥିର ହୋଇସାରିଛି । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା (Rohit Sharma) ଦୀନେଶ କାର୍ତ୍ତିକ (Dinesh Karthik) ଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବାର ସୁଯୋଗ ଦେଇଥିଲେ । ଏଭଳି ପରିସ୍ଥିତିରେ ୨୫ ବର୍ଷୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କୁ ପାକିସ୍ତାନ ବିପକ୍ଷରେ ସ୍ଥାନ ମିଳିବା କଷ୍ଟକର ମନେ ହେଉଛି । ଏସିଆ କପ୍ ୨୦୨୨ରେ ମଧ୍ୟ ଦୀନେଶ କାର୍ତ୍ତିକ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ଥିଲେ । ଏହି କାରଣରୁ ଋଷଭ ପନ୍ତଙ୍କୁ ବଡ଼ ମ୍ୟାଚ୍‌ରେ ବାହାର ବସିବାକୁ ପଡ଼ିଥିଲା । ଏହି ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ପର୍ଥରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା । ଏହି ଉଭୟ ମ୍ୟାଚ୍‌ରେ ଋଷଭ ପନ୍ତ ଓପନର୍ ଭାବରେ ଖେଳିବାର ସୁଯୋଗ ପାଇଥିଲେ । କିନ୍ତୁ ଋଷଭ ପନ୍ତ ଏହି ଦୁଇଟି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ମ୍ୟାଚରେ ଋଷଭ ପନ୍ତ କେବଳ ୯-୯ ରନର ଇନିଂସ ଖେଳିଥିଲେ ।

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର, କେବଳ OTT ନୁହେଁ ଏଠାରେ ବି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ୨ ନୂଆ ଘାତକ ଭାରିଆଣ୍ଟର ଏଣ୍ଟ୍ରି! ଚେତାବନୀ ଜାରି କଲେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ

ଅଧିକ ପଢ଼ନ୍ତୁ:-'ଭାରତ-ପାକିସ୍ତାନ ମ୍ୟାଚରେ ଖେଳିବେ ନାହିଁ ମହମ୍ମଦ ଶାମି', ପୂର୍ବତନ ଦିଗଜ ଖେଳାଳି କାରଣ ବି କହିଲେ

ଋଷଭ ପନ୍ତ କିଛି ସମୟ ହେବ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ବିଜେତା ଖେଳାଳି ବୋଲି ପ୍ରମାଣ କରିଆସୁଛନ୍ତି । କିନ୍ତୁ ଋଷଭ ପନ୍ତ ଟି-20 ଫର୍ମାଟରେ ନିଜର ଛାପ ଛାଡିବାରେ ଅସଫଳ ରହିଛନ୍ତି । ଋଷଭ ପନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୬୨ଟି ଟି-20 ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୪.୦୨ ଏଭେରେଜରେ ୯୬୧ ରନ୍ ସ୍କୋର କରିପାରିଛନ୍ତି । ସେପଟେ ଏହି ମ୍ୟାଚଗୁଡିକରେ ଋଷଭ ପନ୍ତ ମାତ୍ର ୩ ଥର ୫୦ ରନର ଅଙ୍କ ଅତିକ୍ରମ କରିପାରିଛନ୍ତି । ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନର ସମୟରେ ଅନ୍ୟତମ ଦମଦାର୍ କ୍ରିକେଟର ଭାବରେ ପରିଚିତ ଋଷଭ ପନ୍ତଙ୍କ ପାଇଁ ୨୦୨୨ରେ ସୀମିତ ଓଭର କ୍ରିକେଟରେ ଭଲ ବର୍ଷ ଭାବେ ଯାଇନାହିଁ । ସେ ମଧ୍ୟ ଏସିଆ କପ୍ ୨୦୨୨ରେ ଭିତର-ବାହାର ହେଉଥିଲେ । ଯେତେବେଳେ ଦୀନେଶ କାର୍ତ୍ତିକ ଫେରି ଆସିଲେ, ତାଙ୍କର ଅସୁବିଧା ଆହୁରି ବଢ଼ିଗଲା । ଟି-20 ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚରେ ମଧ୍ୟ ଋଷଭ ପନ୍ତ ଖାସ୍ କିଛି କମାଲ କରିପାରି ନଥିଲେ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଥିଲା ।