IND vs Pak Women's T20 World Cup 2023 Score: ପାକିସ୍ତାନର ଅଧିନାୟକ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ସମିତ ୨୦ ଓଭର ପରେ ୪ ୱିକେଟ୍ ହରାଇ ପାକିସ୍ତାନ ୧୪୯ ରନ୍ ସଂଗ୍ରହ କରିଛି ।
Trending Photos
IND vs Pak Women's T20 World Cup 2023 Score Update: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଷ୍ଟମ ଆଇସିସି ମହିଳା ଟି-୨୦ ବିଶ୍ୱକପ ୧୦ ଫେବୃଆରୀରୁ ଆରମ୍ଭ ହୋଇଛି । କିନ୍ତୁ ମହିଳା ଟି-୨୦ ବିଶ୍ୱକପ୍ର ଗ୍ରୁପ୍-ବି ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଖେଳାଯାଉଛି । ମିସବା ମାରୋଫ ପାକିସ୍ତାନ ଅଧିନାୟକ ଥିବାବେଳେ, ହରମାନପ୍ରୀତ କୌରଙ୍କ ଭାରତର ଅଧୀନୟକତ୍ୱ ଭାର ସମ୍ଭାଳିଛନ୍ତି । ପାକିସ୍ତାନର ଅଧିନାୟକ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓ ସମିତ ୨୦ ଓଭର ପରେ ୪ ୱିକେଟ୍ ହରାଇ ପାକିସ୍ତାନ ୧୪୯ ରନ୍ ସଂଗ୍ରହ କରିଛି । ପାକିସ୍ତାନ ପକ୍ଷରୁ ଅଧିନାୟକ ବିସ୍ମା ମାରୋଫ ସର୍ବାଧିକ ୬୮ ରନ୍ ସ୍କୋର କରିଥିଲେ ।
ପାକିସ୍ତାନ ୨୦ ଓଭରରେ ୪ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଛି । ଟିମ୍ ଇଣ୍ଡିଆକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଭରରେ ୧୫୦ ରନ୍ କରିବାକୁ ପଡିବ । ପାକିସ୍ତାନ ପାଇଁ ବିସ୍ମା ମାରୁଫ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୫ ବଲରେ ୬୮ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସରେ ୭ ଟି ଚୌକ ମଧ୍ୟ ସାମିଲ ଥିଲା । ଆୟେଶା ନାସିମ ୪୩ ରନ୍ କରି ଅପରାଜିତ ଥିଲେ । ସେ ୨୫ ବଲରେ ସମ୍ମୁଖୀନ ହୋଇ ୨ଟି ଚୌକା ଓ ୨ଟି ଛକା ମାରିଥିଲେ । ରାଧା ଯାଦବ ଭାରତ ପାଇଁ ସର୍ବାଧିକ ୨ ୱିକେଟ୍ ନେଇଥିଲେ । ଦୀପ୍ତି ଶର୍ମା ଏବଂ ପୂଜା ବସ୍ତ୍ରାକାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଉଭୟ ଦଳର ପ୍ଲେଇଂ ଇଲେଭେନ୍
ଭାରତୀୟ ମହିଳା ଦଳ: ଶେଫାଲୀ ଭର୍ମା, ୟୁଷ୍ତିକା ଭାଟିଆ, ଜେମିମା ରୋଡ୍ରିଗୁସ୍, ହାର୍ଲେନ୍ ଦେଓଲ୍, ହରମାନପ୍ରୀତ କୌର (ଅଧିନାୟକ), ରିଚା ଘୋଷ (WK), ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକାର, ରାଧା ଯାଦବ, ରାଜେଶ୍ୱରୀ ଗାଇକୱାଡ, ରେଣୁକା ସିଂ
ପାକିସ୍ତାନ ମହିଳା ଦଳ: ଜାଭେରିଆ ଖାନ, ମୁନିବା ଅଲି (WK), ବିସ୍ମା ମାରୋଫ (ଅଧିନାୟକ), ନିଦା ଦାର, ସିଦ୍ଧ୍ରା ଆମିନ, ଆଲିଆ ରିଆଜ, ଆୟେଶା ନାସିମ, ଫାତିମା ସନା, ଐମନ ଅନୱର, ନାଶ୍ରା ସାନ୍ଧୁ, ସାଦିଆ ଇକବାଲ
ଏହା ବି ପଢ଼ନ୍ତୁ: Hardik Pandya Marriage: ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ନିଜ ଅଢ଼େଇ ବର୍ଷ ପୁଅ ଆଗରେ ନେବେ ସାତଫେରା
ଏହା ବି ପଢ଼ନ୍ତୁ: Sharma Means Dipti Sharma: ଭାରତର ଝିଅ ନିଜ ପ୍ରଦର୍ଶନ ସହିତ ବଦଳାଇଲେ ବିଜ୍ଞାପନର ଭାଷା! କୋହଲି ମଧ୍ୟ କଲେ ସମର୍ଥନ