IND vs SL 2nd T20: ଦ୍ୱିତୀୟ ଟି-20 ମ୍ୟାଚ ପାଇଁ ସ୍ଥିର ହୋଇସାରିଛି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ! ଦଳରୁ ବାଦ ପଡ଼ିବେ ଏହି ୩ ବଡ଼ ଖେଳାଳି
Advertisement
Article Detail0/zeeodisha/odisha1515169

IND vs SL 2nd T20: ଦ୍ୱିତୀୟ ଟି-20 ମ୍ୟାଚ ପାଇଁ ସ୍ଥିର ହୋଇସାରିଛି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ! ଦଳରୁ ବାଦ ପଡ଼ିବେ ଏହି ୩ ବଡ଼ ଖେଳାଳି

IND vs SL Team India Playing 11: ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦ୍ୱିତୀୟ ଟି-20 ମ୍ୟାଚ୍ ଜିତି ନିଜ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ଏହି ଟି-20 ସିରିଜର ଚାମ୍ପିଅନ୍ ହେବାକୁ ଚାହୁଁଛନ୍ତି । ସେପଟେ ଦ୍ୱିତୀୟ ଟି-20 ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ପ୍ରମୁଖ ପରିବର୍ତ୍ତନ କରିପାରନ୍ତି ।

IND vs SL 2nd T20: ଦ୍ୱିତୀୟ ଟି-20 ମ୍ୟାଚ ପାଇଁ ସ୍ଥିର ହୋଇସାରିଛି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ! ଦଳରୁ ବାଦ ପଡ଼ିବେ ଏହି ୩ ବଡ଼ ଖେଳାଳି

India vs Sri Lanka 2nd T20 Match Team India Playing 11: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (IND vs SL T20 Series) ର ଦ୍ୱିତୀୟ ମ୍ୟାଚ୍ (IND vs SL 2nd T20) ଆଜି (ଗୁରୁବାର) ଅର୍ଥାତ ଜାନୁଆରୀ ୫ର ସନ୍ଧ୍ୟା ୭ଟାରୁ ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଶ୍ରୀଲଙ୍କାକୁ ୨ ରନରେ ପରାସ୍ତ କରିଥିଲା । ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ମଧ୍ୟ ଦ୍ୱିତୀୟ ଟି-20 ମ୍ୟାଚ୍ ଜିତି ନିଜ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ଏହି ଟି-20 ସିରିଜର ଚାମ୍ପିଅନ୍ ହେବାକୁ ଚାହୁଁଛନ୍ତି । ସେପଟେ ଦ୍ୱିତୀୟ ଟି-20 ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ (Team India Playing 11) ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ପ୍ରମୁଖ ପରିବର୍ତ୍ତନ କରିପାରନ୍ତି ।

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରୁ ୩ ଜଣ ଖେଳାଳିଙ୍କୁ ବାହାର ରାସ୍ତା ଦେଖାଇପାରନ୍ତି, ଯେଉଁମାନେ ବହୁତ ବଡ଼ ନାମୀ ଖେଳାଳି ଅଟନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚରେ ପାଣ୍ଡ୍ୟା ଆହତ ସଞ୍ଜୁ ସାମସନ (Sanju Samson) ଙ୍କୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ଡ୍ରପ୍ କରିବେ । ପ୍ରଥମ ଟି-20 ମ୍ୟାଚରେ ସଞ୍ଜୁ ସାମସନଙ୍କୁ ଏକ ସୁଯୋଗ ମିଳିଥିଲା, ମାତ୍ର ସେ ମାତ୍ର ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ବର୍ତ୍ତମାନ ଆଘାତ ଯୋଗୁଁ ସଞ୍ଜୁ ସାମସନ ମଧ୍ୟ ଏହି ଟି-20 ସିରିଜରୁ ବାଦ ପଡିଛନ୍ତି ।

ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାର କରିପାରନ୍ତି । ସେ ପ୍ରଥମ ଟି-20 ମ୍ୟାଚରେ ଖରାପ ବୋଲିଂ କରି ୪ ଓଭରରେ ୪୧ ରନ୍ ଦେଇଥିଲେ । ଏହି ମ୍ୟାଚରେ ହର୍ଷଲ ପଟେଲ (Harshal Patel) ଙ୍କୁ ୨ଟି ୱିକେଟ୍ ମିଳିଥାଇ ପାରେ, କିନ୍ତୁ ଏଥିପାଇଁ ସେ ୪୧ ରନ୍ ଖର୍ଚ୍ଚ କରିଥିଲେ । ଦ୍ୱିତୀୟ ଟି-20 ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ଏକ ବଡ଼ ପରିବର୍ତ୍ତନ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଡ୍ରପ କରିବେ ଓ ଡେଥ୍ ଓଭର ବିଶେଷଜ୍ଞ ଫାଷ୍ଟ ବୋଲର ଅର୍ଶଦୀପ ସିଂ (Arshdeep Singh) ଙ୍କୁ ସୁଯୋଗ ଦେବେ ।

ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ (Yuzvendra Chahal) ଙ୍କ ଭାବେ ତୃତୀୟ ବଡ଼ ପରିବର୍ତ୍ତନ କରି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାର ରଖିବେ । ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦର (Washington Sundar) ଙ୍କୁ ସହ ସୁଯୋଗ ମିଳିପାରେ  । ମାରାତ୍ମକ ଅଫ୍ ସ୍ପିନ୍ ବୋଲିଂ ସହିତ ନିମ୍ନ କ୍ରମରେ ବିସ୍ଫୋରକ ବ୍ୟାଟିଂ ପାଇଁ ୱାଶିଂଟନ୍ ସୁନ୍ଦର ମଧ୍ୟ ଜଣାଶୁଣା । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ୟୁଜଭେନ୍ଦ୍ର ଚହଲ ୨ ଓଭରରେ ୨୬ ରନ୍ ଦେଇଥିଲେ । ଏହି ସମୟରେ ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ମଧ୍ୟ ପାଇ ନଥିଲେ । ୟୁଜବେନ୍ଦ୍ର ଚହଲଙ୍କ ଇକୋନୋମି ମଧ୍ୟ ୧୩ ରହିଥିଲା ।

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର, ଦ୍ୱିତୀୟ ଟି-20 ମ୍ୟାଚ୍ ପୂର୍ବରୁ ହିଁ ଫିଟ୍ ହେଲେ ଏହି ଘାତକ ବୋଲର

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟି-20 ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ସିରିଜରୁ ବାହାର ହେଲେ ସଞ୍ଜୁ ସାମସନ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଅଧିକ ପଢ଼ନ୍ତୁ:-ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଏପରି ହୋଇପାରେ ଭାରତର ଚୂଡ଼ାନ୍ତ ଏକାଦଶ

ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡା, ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ ଏବଂ ଶିବମ ମାଭି ।