IND vs SL 2nd T20: ଦ୍ୱିତୀୟ ଟି-20 ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ସିରିଜରୁ ବାହାର ହେଲେ ସଞ୍ଜୁ ସାମସନ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
Advertisement

IND vs SL 2nd T20: ଦ୍ୱିତୀୟ ଟି-20 ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ସିରିଜରୁ ବାହାର ହେଲେ ସଞ୍ଜୁ ସାମସନ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

India vs Sri Lanka 2nd T20: ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ଟି-20 ମ୍ୟାଚରେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ଆହତ ହୋଇଥିଲେ । ସଞ୍ଜୁ ସାମସନ୍ କ୍ୟାଚ୍ ଧରିବାବେଳେ ଆଣ୍ଠୁରେ ଆଘାତ ପାଇଥିଲେ, ଏହି କାରଣରୁ ସେ ଟିମ୍ ଇଣ୍ଡିଆ ସହିତ ପୁଣେ ଯାତ୍ରା କରିପାରିନଥିଲେ । ଦ୍ୱିତୀୟ ଟି-20ର ୨୪ ଘଣ୍ଟା ପୂର୍ବରୁ ଟିମ୍ ଇଣ୍ଡିଆରେ ଏହି ପରିବର୍ତ୍ତନ କରାଯାଇଛି । 

IND vs SL 2nd T20: ଦ୍ୱିତୀୟ ଟି-20 ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ସିରିଜରୁ ବାହାର ହେଲେ ସଞ୍ଜୁ ସାମସନ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

India vs Sri Lanka 2nd T20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-20 ସିରିଜ୍ (India vs Sri Lanka T20 Series) ମଧ୍ୟରେ ଏକ ବଡ଼ ଅପଡେଟ୍ ଆସିଛି । ସିରିଜର ଶେଷ ଦୁଇଟି ଟି-20 ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ (team India) ରେ ଏକ ପରିବର୍ତ୍ତନ କରାଯାଇଛି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା (Jitesh Sharma) ଭାରତୀୟ ଦଳ (Indian Team) ରେ ସ୍ଥାନ ପାଇଛନ୍ତି । ଜିତେଶ ଶର୍ମାଙ୍କୁ ସଞ୍ଜୁ ସାମସନ (Sanju Samson) ଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ବୁଧବାର ରାତିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ତରଫରୁ ଏହି ସୂଚନା ଦିଆଯାଇଛି । ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ଟି-20 ମ୍ୟାଚରେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ଆହତ ହୋଇଥିଲେ । ସଞ୍ଜୁ ସାମସନ୍ କ୍ୟାଚ୍ ଧରିବାବେଳେ ଆଣ୍ଠୁରେ ଆଘାତ ପାଇଥିଲେ, ଏହି କାରଣରୁ ସେ ଟିମ୍ ଇଣ୍ଡିଆ ସହିତ ପୁଣେ ଯାତ୍ରା କରିପାରିନଥିଲେ । ଦ୍ୱିତୀୟ ଟି-20ର ୨୪ ଘଣ୍ଟା ପୂର୍ବରୁ ଟିମ୍ ଇଣ୍ଡିଆରେ ଏହି ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ଟି-20 ମ୍ୟାଚ୍ ଆଜି (ଗୁରୁବାର) ଅର୍ଥାତ୍ ଜାନୁୟାରୀ ୫ରେ ପୁଣେରେ ଖେଳାଯିବ ।

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରୁ ଆସୁଥିବା ୨୯ ବର୍ଷୀୟ ଜିତେଶ ଶର୍ମା (Jitesh Sharma) ରଣଜୀ ଟ୍ରଫିରେ ବିଦର୍ଭ ପାଇଁ ଖେଳନ୍ତି । ସେ ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ବ୍ୟାଟିଂ ମଧ୍ୟ କରିଛନ୍ତି । ବର୍ତ୍ତମାନ ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ମିଳିଛି । ଜଣେ ଫିନିସର୍ ଭାବରେ ସେ ଅତୀତରେ ବହୁତ ଉନ୍ନତି କରିଛନ୍ତି ଓ ଯଦି ସେ ପ୍ଲେଇଙ୍ଗ 11ରେ ସ୍ଥାନ ପାଆନ୍ତି, ତେବେ ସେ ଟିମ୍ ଇଣ୍ଡିଆ ପାଇଁ ଭଲ ବ୍ୟାଟିଂ କରିପାରନ୍ତି । ସଞ୍ଜୁ ସାମସନ ପ୍ରଥମ ଟି-20 ମ୍ୟାଚରେ ବିଫଳ ହୋଇଥିଲେ ଓ ମାତ୍ର ୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଯଦି ଆମେ ଜିତେଶ ଶର୍ମାଙ୍କ ରେକର୍ଡକୁ ଦେଖିବା, ତେବେ ସେ ତାଲିକା ଏର ୪୭ ମ୍ୟାଚରେ ୧୩୫୦ ରନ୍ ସଂଗ୍ରହ କରିଥିବାବେଳେ ୭୬ଟି ଟି-20 ମ୍ୟାଚରେ ୧୭୮୭ ରନ୍ କରିଛନ୍ତି ।

ଭାରତ ବନାମ ଶ୍ରୀଲଙ୍କା ଟି20 ସିରିଜ୍ 

ପ୍ରଥମ ଟି-20 ମ୍ୟାଚ୍, ଜାନୁଆରୀ ୩, ସନ୍ଧ୍ୟା ୭ଟା, ମୁମ୍ବାଇ

ଦ୍ୱିତୀୟ ଟି-20 ମ୍ୟାଚ୍, ଜାନୁଆରୀ ୫, ସନ୍ଧ୍ୟା ୭ଟା, ପୁଣେ 

ତୃତୀୟ ଟି-20 ମ୍ୟାଚ୍, ଜାନୁଆରୀ ୭, ସନ୍ଧ୍ୟା ୭ଟା, ରାଜକୋଟ 

ଅଧିକ ପଢ଼ନ୍ତୁ:-ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ

ଅଧିକ ପଢ଼ନ୍ତୁ:-ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ୧୭.୫ କୋଟି ଟଙ୍କାର 'ଚୂନା', IPL 2023ରେ ବୋଲିଂ କରିପାରିବେନି ଏହି ଖେଳାଳି!

ଅଧିକ ପଢ଼ନ୍ତୁ:-କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ? ରେସରେ ସବୁଠୁ ଆଗରେ ଅଛନ୍ତି ଏହି ଓଡ଼ିଆ ନେତା

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।