IND vs AUS: ପ୍ରଥମ ଟି-୨୦ ରେ ଏହିପରି ହୋଇପାରେ ଭାରତ-ଅଷ୍ଟ୍ରେଲିଆର ପ୍ଲେଇଂ-11, ଜାଣନ୍ତୁ ପିଚ୍ ରିପୋର୍ଟ ଓ ମ୍ୟାଚ୍ ପ୍ରେଡିକ୍ସନ୍
Advertisement
Article Detail0/zeeodisha/odisha1973666

IND vs AUS: ପ୍ରଥମ ଟି-୨୦ ରେ ଏହିପରି ହୋଇପାରେ ଭାରତ-ଅଷ୍ଟ୍ରେଲିଆର ପ୍ଲେଇଂ-11, ଜାଣନ୍ତୁ ପିଚ୍ ରିପୋର୍ଟ ଓ ମ୍ୟାଚ୍ ପ୍ରେଡିକ୍ସନ୍

IND vs AUS 1st T20I: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୩ ନଭେମ୍ବର ଅର୍ଥାତ୍ ଗୁରୁବାର ଦିନ ଠାରୁ ବିଶାଖାପାଟନମରେ ଖେଳାଯିବ ।

 

India vs Australia 1st T20I

India vs Australia 1st T20I: ୨୩ ନଭେମ୍ବର ଅର୍ଥାତ୍ ଗୁରୁବାର ଦିନ ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ବିଶାଖାପାଟନମର ରାଜାସେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭:୦୦ ରୁ ଆରମ୍ଭ ହେବ । ତେବେ ଆସନ୍ତୁ ଜାଣିବା ମ୍ୟାଚ୍ ପାଇଁ ଉଭୟ ଦଳର ପ୍ଲେଇଂ-11, ପିଚ୍ ରିପୋର୍ଟ ଓ ମ୍ୟାଚ୍ ପ୍ରେଡିକ୍ସନ୍ କ’ଣ ହେବ ।

ଏହି ସିରିଜରେ ସୁର୍ଯ୍ୟକୁମାର ଯାଦବ ଭାରତର ଅଧିନାୟକ ହେବେ । ଯେଉଁଠାରେ ବାମହାତୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ୱେଡ ଅଷ୍ଟ୍ରେଲିଆର ଦାୟିତ୍ୱ ସମ୍ଭାଳିବେ । ଏହି ସିରିଜ ପାଇଁ ଅଧିକାଂଶ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଭାରତୀୟ ଦଳରେ କେବଳ ଦୁଇଜଣ ଖେଳାଳି ରହିବେ, ଯେଉଁମାନେ ବିଶ୍ୱକପ୍ ୨୦୨୩ ରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପ୍ରସିଦ୍ଧ କ୍ରୀଷ୍ଣା ଅଛନ୍ତି । ଯଦିଓ ପ୍ରସୀଦ୍ଧ କ୍ରୀଷ୍ଣା ବିଶ୍ୱକପ୍‌ର କୌଣସି ମ୍ୟାଚ୍ ଖେଳି ନାହାଁନ୍ତି । ସିରିଜର ଶେଷ ଦୁଇଟି ମ୍ୟାଚ୍‌ରେ ଶ୍ରେୟସ୍ ଆୟର ଦଳରେ ଯୋଗଦେବେ ।

ପିଚ୍ ରିପୋର୍ଟ
ବିଶାଖାପାଟନମରେ ଥିବା ରାଜାସେଖରା ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମର ପିଚ୍ ଏକ ପ୍ରକାର ସନ୍ତୁଳିତ, ଯେଉଁଠାରେ ଉଭୟ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ପାଇଁ ଅଧିକ ଅସୁବିଧା ହେବ ନାହିଁ । ଏହା ସହିତ ଉଭୟ ପେସର୍ ଓ ସ୍ପିନରମାନେ ପିଚ୍ ରେ ସାହାଯ୍ୟ ପାଇପାରିବେ । ଯଦିଓ ଏଠାରେ ରନ୍ ପିଛାକରିବା ଭଲ, କାରଣ ପରେ ବ୍ୟାଟିଂ କରୁଥିବା ଦଳ ଏଠାରେ ୬୭ ପ୍ରତିଶତ ମ୍ୟାଚ୍ ଜିତିଛି ।

ମ୍ୟାଚ୍ ପ୍ରେଡିକ୍ସନ୍
ଅଷ୍ଟ୍ରେଲିଆର ୧୫ ସଦସ୍ୟ ବିଶିଷ୍ଟ ଦଳରେ ମୋଟ ୬ ଖେଳାଳି ଏପରି ଅଛନ୍ତି, ଯେଉଁମାନେ ବିଶ୍ୱକପରେ କଙ୍ଗାରୁ ଦଳର ଅଂଶ ଥିଲେ । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ଅଧିକ ବରିଷ୍ଠ ଖେଳାଳିଙ୍କ ଲାଭ ପାଇପାରେ । ତେଣୁ ଆମର ପୂର୍ବାନୁମାନ ମିଟର କହୁଛି ଯେ ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ସହଜ ହେବ ନାହିଁ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଫେଭୋରାଇଟ୍ ହୋଇପାରେ ।

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶାନ (ୱିକେଟ୍ କିପର୍), ଯଶସ୍ୱୀ ଜୈ ସୱାଲ, ତିଲକ ଭର୍ମା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ / ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରୀଷ୍ଣା / ଆବେଶ ଖାନ, ମୁକେଶ କୁମାର ।

ଅଷ୍ଟ୍ରେଲିଆ ଦଳର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ ସର୍ଟ, ଆରୋନ୍ ହାର୍ଡି, ଜୋସ୍ ଇଂଲିସ୍, ମାର୍କସ୍ ଷ୍ଟୋଇନିସ୍, ଟିମ୍ ଡେଭିଡ, ମାଥ୍ୟୁ ୱେଡ (ଅଧିନାୟକ ଓ ୱିକେଟ୍ କିପର), ସେନ୍ ଆବଟ୍ଟ, ନାଥାନ୍ ଏଲିସ୍, ଜେସନ୍ ବେହେରେଣ୍ଡର୍ଫ, ତନଭୀର ସାଙ୍ଘା ।