ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆରମ୍ଭ ହେଲା 'କନ୍ୟା ବିବାହ ଯୋଜନା', ବଧୂକୁ ମିଳିବ ୫୫,୦୦୦ ଟଙ୍କା
Advertisement

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆରମ୍ଭ ହେଲା 'କନ୍ୟା ବିବାହ ଯୋଜନା', ବଧୂକୁ ମିଳିବ ୫୫,୦୦୦ ଟଙ୍କା

ସୀହୋର ଜିଲ୍ଲାରେ ଆୟୋଜିତ ଏକ ସାମୁହିକ ବିବାହ ଉତ୍ସବରେ ଯୋଜନାର ଘୋଷଣା କରାଯାଇଛି। 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ରେ କନ୍ୟାକୁ ୫୫ ହଜାର ଟଙ୍କାର ମିଳିବ।

ପ୍ରତିକାତ୍ମକ ଫଟୋ

ଭୋପାଲ: କୋରୋନା ଆତଙ୍କ କମିଲା ପରେ ପୁଣି ଥରେ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଆରମ୍ଭ ହୋଇଛି। ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଯୋଜାନର ପୁନଃ ଶୁଭାରମ୍ଭ କରିଛନ୍ତି। ସୀହୋର ଜିଲ୍ଲାରେ ଆୟୋଜିତ ଏକ ସାମୁହିକ ବିବାହ ଉତ୍ସବରେ ଯୋଜନାର ଘୋଷଣା କରାଯାଇଛି। 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ରେ କନ୍ୟାକୁ ୫୫ ହଜାର ଟଙ୍କାର ମିଳିବ। ତେବେ ଏହା ନଗଦ ନୁହଁ, ବରଂ ଚେକ୍ ଓ ବିଭିନ୍ନ ସାମଗ୍ରୀ ମାଧ୍ୟମରେ ଦିଆଯିବ।

ଗୁରୁବାର ମଧ୍ୟପ୍ରଦେଶ (Madhyapradesh) ସୀହୋର ଜିଲ୍ଲାର ନସରୁଲ୍ଲାଗଞ୍ଜରେ ଏକ ସାମୁହିକ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ତାଙ୍କ ପତ୍ନୀ ସାଧନା ସିଂହ ଯୋଗ ଦେଇଥିଲେ। ସୀହୋର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସାମୁହିକ ବିବାହ ଉତ୍ସବରେ ପ୍ରାୟ ୫୦୦ ଯୁବକ ଯୁବତୀ ସାମିଲ ହୋଇଥିଲେ। ନବବିବାହିତ ଦମ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ଚୌହାନ (Shivraj Singh Chouhan) ଓ ତାଙ୍କ ପତ୍ନୀ ଆଶୀର୍ବାଦ ଦେଇଥିଲେ। ଏହି ସମୟରେ ସୀହୋର ଜିଲ୍ଲାପାଳ ସମେତ ଜିଲ୍ଲା ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Also Read: ୨୦୨୪ରେ ପୁଣି ନବୀନ! ଜାଣନ୍ତୁ, BJDର ପୁରା ଷ୍ଟ୍ରାଟେଜି

ସାମୁହିକ ବିବାହ (Mass Marriage) ରେ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଘୋଷଣା କରାଯାଇଛି। ଏହି ଯୋଜନା (Kanya Vivah Yojana) ମୁତାବକ ପ୍ରତ୍ୟେକ କନ୍ୟାକୁ ୩୮ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ, ୧୧ ହଜାର ଟଙ୍କାର ଚେକ ଦିଆଯିବାର ପ୍ରାବଧାନ ରହିଛି। ଏହା ବ୍ୟତୀତ ବିବାହ ଆୟୋଜନ ପାଇଁ ୬ ହଜାର ଟଙ୍କା ବ୍ୟୟ ହେବ। ଏପରି ଭାବରେ ରାଜ୍ୟ ସରକାର ଗୋଟିଏ କନ୍ୟା ପ୍ରତି ୫୫ ହଜାର ଟଙ୍କା ଖର୍ଚ୍ଚ କରିବେ। 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' କେବଳ ସାମୁହିକ ବିବାହ କ୍ଷେତ୍ରରେ ଲାଗୁହେବ। ଏଥିରେ ଜାତି, ଧର୍ମ, ବର୍ଣ୍ଣର କୌଣସି ପ୍ରଭେଦ ନାହିଁ।

ମଧ୍ୟ ପ୍ରଦେଶରେ ୨୦୦୬ ମସିହାରେ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଆରମ୍ଭ ହୋଇଥିଲା। ଆର୍ଥିକ ଅନାଗ୍ରସର ପରିବାରର ୧୮ରୁ ଅଧିକ ବୟସର କନ୍ୟାଙ୍କ ପାଇଁ ଏହି ଯୋଜନା ଆସିଥିଲା। କୋରୋନା କାଳରେ ସାମୁହିକ ବିବାହ ଉପରେ ରୋକ ଲାଗିଥିଲା, ତେଣୁ ଅନେକ ହିତାଧିକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଝିତ ହୋଇଥିଲେ। ଗୁରୁବାର ଠାରୁ ପୁଣି ଥରେ ସାମୁହିକ ବିବାହର ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା  'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ରେ ମଧ୍ୟପ୍ରଦେଶର ବିଭିନ୍ନ ଧର୍ମାଲମ୍ବୀ ୫,୬୪,୫୭୫ ଜଣ କନ୍ୟାଙ୍କୁ ବିବାହ କରାଯାଇଛି। 

Also Read: ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ଏତିକି ସଂଖ୍ୟକ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମୋହର

'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ର ଲାଭ ଉଠାଇବା ପାଇଁ ଏହି ସବୁ ଦସ୍ତାବିଜ ଆବଶ୍ୟକ-

  • ପରିଚୟ ପ୍ରମାଣ ପତ୍ର
  • ଆଧାର କାର୍ଡ
  • ବିପିଏଲ କାର୍ଡ
  • ଆବାସୀକ ପ୍ରମାଣ ପତ୍ର
  • ଆୟ ପ୍ରମାଣ ପତ୍ର
  • ବ୍ୟାଙ୍କ ପାସବୁକ୍
  • ବିବାହ ସାର୍ଟିଫିକେଟ
  • ବର-କନ୍ୟାଙ୍କ ଫଟୋ
  • ମୋବାଇଲ ନମ୍ବର