ଶେଷ ସମୟରେ ଚକମା ଦେଲା ଭାରତୀୟ ଟିମ୍, ମ୍ୟାଚ୍ ହେଲା ଡ୍ର
Advertisement
Article Detail0/zeeodisha/odisha2358904

ଶେଷ ସମୟରେ ଚକମା ଦେଲା ଭାରତୀୟ ଟିମ୍, ମ୍ୟାଚ୍ ହେଲା ଡ୍ର

ପ୍ରଥମରୁ ୦-୧ ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ୍ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲ ଦେବା ସହ ସ୍ଥିତି ୧-୧ କରିବାରେ ସକ୍ଷମ ହୋଇଛି । ଆଜିର ମ୍ୟାଚ ପରେ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ବଢିବା ପାଇଁ ଆଶା ଉଜ୍ଜୀବିତ ରଖିଛି ଭାରତୀୟ ଟିମ୍ ।

ଶେଷ ସମୟରେ ଚକମା ଦେଲା ଭାରତୀୟ ଟିମ୍, ମ୍ୟାଚ୍ ହେଲା ଡ୍ର

india vs argentina hockey match draw: ଭାରତୀୟ ପୁରୁଷ ହକି ଟିମ କଡ଼ା ସଂଘର୍ଷ ମଧ୍ୟରେ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିବାରେ ସକ୍ଷମ ହୋଇଛି। ପ୍ରଥମରୁ ୦-୧ ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ୍ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲ ଦେବା ସହ ସ୍ଥିତି ୧-୧ କରିବାରେ ସକ୍ଷମ ହୋଇଛି । ଆଜିର ମ୍ୟାଚ ପରେ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ବଢିବା ପାଇଁ ଆଶା ଉଜ୍ଜୀବିତ ରଖିଛି ଭାରତୀୟ ଟିମ୍ ।

ଭାରତୀୟ ଟିମ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇଥିଲା କିନ୍ତୁ ଆର୍ଜେଣ୍ଟିନା ଟିମ ଆଜି ଚକମା ଦେଖାଇଦେଇଥିଲା ପଡିଆରେ । ଆର୍ଜେଣ୍ଟିନାର ଦମଦାର କାଉଣ୍ଟର ଆଟାକର ଶିକାର ହୋଇଥିଲେ ଭାରତୀୟ ଟିମ୍ । ମ୍ୟାଚରେ ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ଥିଲା । ଭାରତ ପାଖରେ ବଲ ପୋଜିସନ ଅଧିକ ରହିଥିଲା କିନ୍ତୁ ଆର୍ଜେଣ୍ଟିନା କୌଣସି ସୁଯୋଗକୁ ହାତଛଡା କରିନଥିଲା । ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟାନକୁ ଘନଘନ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲ ଦେବାରେ ବିଫଳ ହୋଇଥିଲା । ଆର୍ଜେଣ୍ଟିନା ଭାରତୀୟ ଖେଳାଳିଙ୍କ ଉପରେ ଚାପ ପକାଇ ଚାଲିଥିଲେ ମଧ୍ୟ ଭାରତୀୟ ଟିମ ଚତୁରତାର ସହ ମୁକାବିଲା କରିଥିଲେ । ୨୨ତମ ମିନିଟରେ ଦଳର ଷ୍ଟାର ଖେଳାଳି ଲୁକାସ ମାର୍ଟିନେଜ ଫିଲ୍ଡ ଗୋଲ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରିଥିଲେ ।  ତୃତୀୟ କ୍ୱାର୍ଟର ସୁଦ୍ଧା ମ୍ୟାଚ୍‌ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା କିନ୍ତୁ ୪ର୍ଥ କ୍ୱାର୍ଟରରେ ଭାରତ ଗୋଲ କିପର ଶ୍ରୀଜେଶଙ୍କୁ ବାହାର କରି ଅତିରିକ୍ତ ଖେଳାଳିଙ୍କୁ ମିଡ ଫିଲ୍ଡକୁ ଛାଡ଼ି ଥିଲା। ଅଧିନାୟକ ହରମନପ୍ରୀତ ସିଂହ ୪ର୍ଥ ପ୍ରୟାସରେ ଗୋଲ କରି ଭାରତକୁ ଏକ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ।

Also Read- ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

Also Read- ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ, ନିଆଗଲା ଏହି ନିଷ୍ପତ୍ତି