Advertisement
Article Detail0/zeeodisha/odisha2126596

Yashasvi Jaiswal କଲେ ଏକ ବଡ଼ ରେକର୍ଡ, ଡନ୍ ବ୍ରାଡମ୍ୟାନଙ୍କ ସ୍ପେଶାଲ କ୍ଲବରେ ହେଲେ ସାମିଲ

Yashasvi Jaiswal Records: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ୱୀ ଜୈସୱାଲ ଚତ୍ମକାର ବ୍ୟାଟିଂ କରୁଛନ୍ତି। ରାଞ୍ଚି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଜୈସୱାଲ ୭୩ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଜୈସୱାଲ ବର୍ତ୍ତମାନ ଏହି ଟେଷ୍ଟ ସିରିଜରେ ୬୦୦ ରୁ ଅଧିକ ରନ୍ ସ୍କୋର କରି ଡନ୍ ବ୍ରାଡମ୍ୟାନଙ୍କ ସ୍ୱତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି।

 

Yashasvi Jaiswal
Yashasvi Jaiswal

Yashasvi Jaiswal 600 Runs Against England: ଇଂଲଣ୍ଡ ସହ ଖେଳାଯାଉଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ (Yashasvi Jaiswal) ବହୁତ ଭଲ ଫର୍ମରେ ଅଛନ୍ତି। ଏହି ସିରିଜରେ ଏପର୍ଯ୍ୟନ୍ତ ଜୈସୱାଲ ୨ଟି ଦ୍ୱି-ଶତକ ଶତକ ହାସଲ କରିଛନ୍ତି। ଯାହା ପରେ ବର୍ତ୍ତମାନ ଯଶସ୍ୱୀ ଜୈସୱାଲ ଟେଷ୍ଟ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଜୈସୱାଲ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ (Don Bradman) ସ୍ୱତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି।

ଟେଷ୍ଟ ସିରିଜରେ ଯଶସ୍ୱୀ ଜୈସୱାଲ ୬୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ୱୀ ଜୈସୱାଲଙ୍କ ଚତ୍ମକାର ବ୍ୟାଟିଂ କରୁଛନ୍ତି। ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସରେ ଭାରତୀୟ ଦଳ ପାଇଁ ଯଶସ୍ୱୀ ଜୈସୱାଲ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ରାଞ୍ଚି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଜୟସ୍ୱାଲ ୭୩ ରନ୍ ସଂଗ୍ରହ କରିଥିଲେ। ଏହାପୂର୍ବରୁ ସେ ଏହି ସିରିଜରେ ୨ଟି ଦ୍ୱିଶତକ ହାସଲ କରିଛନ୍ତି।

ମୋଟ ଉପରେ, ଯଶସ୍ୱୀ ଜୈସୱାଲ ଏପର୍ଯ୍ୟନ୍ତ ଏହି ଟେଷ୍ଟ ସିରିଜରେ ୬୧୮ ରନ୍ ସଂଗ୍ରହ କରିଛନ୍ତି। ଜୈସୱାଲ ବର୍ତ୍ତମାନ ସାର୍ ଡନ୍ ବ୍ରାଡମ୍ୟାନ୍, ସାର୍ ଗାରଫିଲ୍ଡ ସୋବର୍ସ, ସୁନୀଲ ଗାଭାସ୍କର, ଗ୍ରାମ୍ ସ୍ମିଥ୍ ଏବଂ ଜର୍ଜ ହାଡଲେ ଏବଂ ନିଲ୍ ହାର୍ଭେ ୨୩ ବର୍ଷ ବୟସ ପୂର୍ବରୁ ଏକ ଟେଷ୍ଟ ସିରିଜରେ ୬୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଯୋଗ ଦେଇଛନ୍ତି।

Add Zee News as a Preferred Source

୨୩ ବର୍ଷ ବୟସ ପୂର୍ବରୁ ଏକ ଟେଷ୍ଟ ସିରିଜରେ ୬୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ 
1. ଡନ୍ ବ୍ରାଡମ୍ୟାନ୍ ବନାମ ଇଂଲଣ୍ଡ, ବର୍ଷ ୧୯୩୦ (୯୭୪ ରନ୍)
2. ଗ୍ୟାରି ସୋବର୍ସ ବନାମ ପାକିସ୍ତାନ ୧୯୫୭-୫୮ (୮୨୪ ରନ୍)
3. ସୁନୀଲ ଗାଭାସ୍କର ବନାମ ୱେଷ୍ଟଇଣ୍ଡିଜ୍ ୧୯୭୦-୭1 (୭୭୪ ରନ୍)
4. ଗ୍ରାମ୍ ସ୍ମିଥ୍ ବନାମ ଇଂଲଣ୍ଡ ୨୦୦୩ (୭୧୪ ରନ୍)
5. ଜର୍ଜ ହାଡଲେ ବନାମ ଇଂଲଣ୍ଡ ୧୯୨୯-୩୦ (୭୦୩ ରନ୍)
6. ନିଲ୍ ହାର୍ବେ ବନାମ ଦକ୍ଷିଣ ଆଫ୍ରିକା ୧୯୪୯-୫୦ (୬୬୦ ରନ୍)
7. ଯଶାସ୍ୱୀ ଜୈସୱାଲ ବନାମ ଇଂଲଣ୍ଡ ୨୦୨୪ (୬୧୮* ରନ୍)

About the Author