IND vs NZ: ହେବନି ଦ୍ୱିତୀୟ ଟି-20 ମ୍ୟାଚ୍! ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ଉପରେ ବି ସଙ୍କଟର କଳା ବାଦଲ
Advertisement
Article Detail0/zeeodisha/odisha1447847

IND vs NZ: ହେବନି ଦ୍ୱିତୀୟ ଟି-20 ମ୍ୟାଚ୍! ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ଉପରେ ବି ସଙ୍କଟର କଳା ବାଦଲ

India vs New Zealand 2nd T20 Weather Forecast: ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରୋହିତ ଶର୍ମାଙ୍କ ପରିବର୍ତ୍ତେ ଟିମ୍ ଇଣ୍ଡିଆର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି । ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ୍ ବାତିଲ କରାଯାଇଥିଲା । 

IND vs NZ: ହେବନି ଦ୍ୱିତୀୟ ଟି-20 ମ୍ୟାଚ୍! ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ଉପରେ ବି ସଙ୍କଟର କଳା ବାଦଲ

India vs New Zealand 2nd T20 Weather Forecast: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଶେଷ ହେବା ପରେ ଭାରତୀୟ ଦଳ (Indian Cricket Team) ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଅନେକ ସିନିୟର୍ସ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏହି ଗସ୍ତରେ ରୋହିତ ଶର୍ମା (Rohit Sharma) ଙ୍କ ପରିବର୍ତ୍ତେ ଟିମ୍ ଇଣ୍ଡିଆ (Team India) ର କମାଣ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ରହିଛି । ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 (India vs New Zealand 1st T20 Match) ମ୍ୟାଚ୍ ବାତିଲ କରାଯାଇଥିଲା । 

ବର୍ତ୍ତମାନ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି -20 ମ୍ୟାଚ୍ (IND vs NZ 2nd T20 Match) ନଭେମ୍ବର ୨୦ରେ ୱେ ଓଭାଲ୍ (Bay Oval) ଗ୍ରାଉଣ୍ଡରେ ଖେଳାଯିବ । କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ଟି-20 ମ୍ୟାଚ୍ (India vs New Zealand 2nd T20) ଉପରେ ମଧ୍ୟ ସଙ୍କଟର କଳା ବାଦଲ ଘୁରି ବୁଲୁଥିବାର ଦେଖାଯାଉଛି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-20 ମ୍ୟାଚ୍ ନଭେମ୍ବର ୨୦ରେ ମାଉଣ୍ଟଗୁଏର ୱେ ଓଭାଲରେ ଖେଳାଯିବ । Accuweather ର ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦ ରବିବାର ମାଉଣ୍ଟ ମାଉଣ୍ଟଗୁଇରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ଘଣ୍ଟା ପ୍ରତି ୨୪ କିଲୋମିଟର ବେଗରେ ପବନ ବହିବାର ଆଶାଙ୍କା ରହିଛି । ଏହି ଦିନ ସେଠାରେ ତାପମାତ୍ରା ସର୍ବାଧିକ ୧୯ ଡିଗ୍ରୀ ଓ ସର୍ବନିମ୍ନ ୧୫ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ । ଏପରି ପରିସ୍ଥିତିରେ ଯଦି ବର୍ଷା ହୁଏ, ତେବେ ମ୍ୟାଚ୍ ବାତିଲ ହୋଇପାରେ ।

ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏଭଳି ପରିସ୍ଥିତିରେ ଅନେକ ଯୁବ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଶୁଭମାନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ ଏବଂ ଉମ୍ରାନ ମଲିକଙ୍କ ଭଳି ଖେଳାଳିମାନେ ଭଲ ପ୍ରଦର୍ଶନ କରିବା ଓ ଟିମ ଇଣ୍ଡିଆରେ ସ୍ଥାନ ସୁରକ୍ଷିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଇଛନ୍ତି । 

ଅଧିକ ପଢ଼ନ୍ତୁ:-ଚହଲ ଟି-20 ବିଶ୍ୱକପରେ କାହିଁକି ଗୋଟିଏ ବି ମ୍ୟାଚ୍ ଖେଳିବାକୁ ପାଇଲେ ନାହିଁ ସୁଯୋଗ? ଦୀନେଶ କାର୍ତ୍ତିକ କହିଲେ କାରଣ

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ନିଜ ଘରର ସ୍ୱପ୍ନ ହେବ ସାକାର, ସରକାର କଲେ ବଡ଼ ଘୋଷଣା

ଅଧିକ ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । 

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।