IND vs NZ 3rd T20I: ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ମ୍ୟାଚ୍ ଟାଇ ହେବାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାହିଁକି ହେଲାନି ସୁପରଓଭର?
Advertisement

IND vs NZ 3rd T20I: ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ମ୍ୟାଚ୍ ଟାଇ ହେବାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାହିଁକି ହେଲାନି ସୁପରଓଭର?

IND vs NZ 3rd T20I: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ୩ଟି ଟି-20 ମ୍ୟାଚର ସିରିଜକୁ ୧-୦ରେ ନିଜ ନାମରେ କରିନେଇଛି । ନାପିଆରରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା । ପ୍ରଥମେ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା ଓ ପରେ ମଝିରେ ବନ୍ଦ କରିବାକୁ ପଡିଥିଲା । 

IND vs NZ 3rd T20I: ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ମ୍ୟାଚ୍ ଟାଇ ହେବାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାହିଁକି ହେଲାନି ସୁପରଓଭର?

India vs New Zealand 3rd T20I: ଗତକାଲି (ମଙ୍ଗଳବାର) ଅର୍ଥାତ ନଭେମ୍ୱର ୨୨ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚ୍ (IND vs NZ 3rd T20 Match) ଟାଇ ହୋଇଛି । ଏହା ସହିତ ଟିମ୍ ଇଣ୍ଡିଆ (Team India) ଏହି ସିରିଜକୁ ଜିତି ନେଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ୩ଟି ଟି-20 ମ୍ୟାଚର ସିରିଜ (IND vs NZ T20 Series) କୁ ୧-୦ରେ ନିଜ ନାମରେ କରିନେଇଛି । ନାପିଆରରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା । ପ୍ରଥମେ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା ଓ ପରେ ମଝିରେ ବନ୍ଦ କରିବାକୁ ପଡିଥିଲା । କିନ୍ତୁ ଯେତେବେଳେ ମ୍ୟାଚ୍ ଟାଇ ଘୋଷିତ ହେଲା, ପ୍ରଶଂସକଙ୍କ ମନରେ ମଧ୍ୟ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହେଲା । 

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପ୍ରାୟତଃ ଦେଖାଯାଏ ଯେ ଡକ୍ୱର୍ଥ-ଲୁଇସ୍ ନିୟମ କେବଳ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟ (ICC Tournament) ର ପ୍ଲେ ଅଫ୍ ମ୍ୟାଚରେ ବ୍ୟବହୃତ ହୁଏ, ଅନ୍ୟ ମ୍ୟାଚ୍ ଗୁଡିକରେ ମ୍ୟାଚ୍ ବାତିଲ୍ ଘୋଷିତ ହୁଏ । କିନ୍ତୁ ନାପିଆରରେ ହୋଇଥିବା ତୃତୀୟ ଟି-20 ମ୍ୟାଚରେ ଏହା ଘଟି ନଥିଲା । ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆଇସିସିର ନୂତନ ନିୟମ ବୁଝିବା ଆବଶ୍ୟକ । ନାପିଆରରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୬୦ ସ୍କୋର କରିଥିଲା । ଡିଭନ୍ କନୱେ (Devon Conway) ଓ ଗ୍ଲେନ୍ ଫିଲିପ୍ସ (Glenn Phillips) ଙ୍କ ଅର୍ଦ୍ଧ ଶତକୀୟ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ଏହି ସ୍କୋରରେ ପହଞ୍ଚିଥିଲା, ଗୋଟିଏ ସମୟରେ ଏହା ମଧ୍ୟ ୨୦୦ ଅତିକ୍ରମ କରିପାରେ ବୋଲି ମନେ ହେଉଥିଲା । କିନ୍ତୁ ଟିମ୍ ଇଣ୍ଡିଆ ତରଫରୁ ଅର୍ଶଦୀପ ସିଂ (Arshdeep Singh) ଓ ମହମ୍ମଦ ସିରାଜ (Mohammad Siraj) ୪-୪ ୱିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ଅଟକାଇଥିଲେ ।

ଯେତେବେଳେ ଟିମ୍ ଇଣ୍ଡିଆର ବ୍ୟାଟିଂ ଆସିଲା, ସେତେବେଳେ ଦଳର ଆରମ୍ଭ ଖରାପ ଥିଲା । ଇଶାନ କିଶନ (Ishaan Kishan), ଋଷଭ ପନ୍ତ (Rishabh Pant) ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ ଓ ଶ୍ରେୟାସ ଆୟର (Shreyas Iyer) ପ୍ରଥମ ବଲରେ ହିଁ ଆଉଟ ହୋଇଥିଲେ । ନୂତନ ରନ୍ ମେସିନରେ ପରିଣତ ହୋଇଥିବା ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏହି ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ କିଛି କରିପାରି ନଥିଲେ । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ସ୍କୋର ୪ ୱିକେଟରେ ୬୦ ରନ୍ ଥିଲା । ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ ଦୀପକ ହୁଡା (Deepak Hooda) ସ୍କୋର ୭୫କୁ ନେଇଥିଲେ, ସେତେବେଳେ ମ୍ୟାଚରେ ବର୍ଷା ଆସିଥିଲା । କିଛି ମିନିଟ୍ ଅପେକ୍ଷା କରିବା ପରେ ମ୍ୟାଚ୍ ଟାଇ ଘୋଷଣା କରାଯାଇଥିଲା । ଡକୱର୍ଥ-ଲୁଇସ୍ ନିୟମ ଏଠାରେ ପ୍ରୟୋଗ କରାଯାଇଥିଲା ଓ ଭାରତର ସ୍କୋର ଲକ୍ଷ୍ୟ ସହିତ ସମାନ ଥିଲା । ଏଭଳି ପରିସ୍ଥିତିରେ ମ୍ୟାଚ୍ ଟାଇ ହୋଇଥିଲା ଓ ଟିମ୍ ଇଣ୍ଡିଆ ସିରିଜକୁ ୧-୦ରେ ଜିତି ନେଇଛି ।

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

ଏହା ବି ପଢ଼ନ୍ତୁ:-ଧୋନିଙ୍କକୁ ନେଇ କୋହଲି କଲେ ହୃଦୟକୁ ସ୍ପର୍ଶ କରିବା ଭଳି ପୋଷ୍ଟ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଆକାଶ ପାତାଳ ତଫାତ୍: ଟି-20 ବିଶ୍ୱକପ ଠାରୁ ୮୦ ଗୁଣା ଅଧିକ ଫିଫାର ପୁରସ୍କାର ରାଶି, ଆଖପାଖରେ ନାହିଁ IPL

 

ଭାରତୀୟ ଦଳ ବ୍ୟାଟିଂ କରୁଥିବାବେଳେ ଏହି ମ୍ୟାଚରେ ଡକୱର୍ଥ-ଲୁଇସ୍ ନିୟମ ପ୍ରୟୋଗ କରାଯାଇଥିଲା । ନିୟମ ଅନୁଯାୟୀ, ଯେତେବେଳେ ଦ୍ୱିତୀୟ ଇନିଂସ ଚାଲିଛି, ସେହି ସମୟରେ ସ୍ଥିର ହୋଇଥିବା ଟାର୍ଗେଟକୁ ଅବଶିଷ୍ଟ ଓଭର, ୱିକେଟ୍ ଆଧାରରେ ଏକ ନୂତନ ଢଙ୍ଗରେ ସ୍ଥିର ହୋଇଥାଏ । ଯେତେବେଳେ ଡକୱର୍ଥ-ଲୁଇସ୍ ପ୍ରୟୋଗ କରାଯାଏ, ଦୁଇ ପ୍ରକାରର ସ୍କୋର ସ୍ଥିର କରାଯାଏ, ପ୍ରଥମଟି ହେଉଛି ବରାବର ସ୍କୋର ଓ ଦ୍ୱିତୀୟଟି ହେଉଛି ଟାର୍ଗେଟ୍ ସ୍କୋର । ବରାବର ସ୍କୋର ଦ୍ୱିତୀୟ ଇନିଂସ ଆରମ୍ଭ ପୂର୍ବରୁ ସ୍ଥିର ହୋଇଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହେବା ପରେ ଟାର୍ଗେଟ ସ୍କୋର ସ୍ଥିର କରାଯାଇଥାଏ । ଏହାପରେ ସ୍ଥିର କରାଯାଇଥାଏ କି ବରାବର ସ୍କୋର ନିୟମିତ ଓଭର ଓ ୱିକେଟ ପରେ ଏକ ନିର୍ଦ୍ଧାରିତ ସ୍କୋର ଯାଏ ପହଞ୍ଚିବା ଜରୁରୀ ହୋଇଥାଏ, ଯାହା ଟିମ୍ ଇଣ୍ଡିଆ ସହିତ ଏହି ମ୍ୟାଚରେ ଘଟିଛ । ଯଦି ଟି-20 ଇଣ୍ଟରନ୍ୟାସନାଲରେ ମ୍ୟାଚ୍ ଟାଇ ହୁଏ, ତେବେ ସୁପର ଓଭରର ପ୍ରାବଧାନ ମଧ୍ୟ ଅଛି, କିନ୍ତୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ସୁପର ଓଭର କରିବା ସମ୍ଭବ ନଥିଲା । କାରଣ ଏଠାରେ ବର୍ଷା ହେଉଥିଲା ଓ ଫିଲ୍ଡ ମଧ୍ୟ ଓଦା ଥିଲା ।