World cup 2023: INDIA Vs PAK ୱାର୍ଲ୍ଡ କପ୍ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ, ବଦଳିଲା ସିଡ୍ୟୁଲ୍
Advertisement
Article Detail0/zeeodisha/odisha1803835

World cup 2023: INDIA Vs PAK ୱାର୍ଲ୍ଡ କପ୍ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ, ବଦଳିଲା ସିଡ୍ୟୁଲ୍

India vs Pakistan: କ୍ରିକେଟ ବିଶ୍ୱକପକୁ(Cricket World cup) ନେଇ ବଡ଼ ଖବର। କ୍ରିକେଟ୍ ୱାର୍ଡ କପ୍ ୨୦୨୩ରେ ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ପ୍ରୋଫାଇଲ୍ ମ୍ୟାଚ୍ ଉପରେ ରହିଛି ଏବେ ସମସ୍ତଙ୍କ ନଜର।ତେବେ ପୂର୍ବରୁ ସ୍ଥିର ହୋଇଥିବା ୱାର୍ଲ୍ଡକପ୍ ତାରିଖରେ ସାମାନ୍ୟ ପରିବର୍ତ୍ତନ ହୋଇଛି।

ସାଙ୍କେତିକ ଫଟୋ: Cricket Wordcup 2023

India vs Pakistan:  କ୍ରିକେଟ୍ ୱାର୍ଡ କପ୍ ୨୦୨୩ରେ ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ପ୍ରୋଫାଇଲ୍ ମ୍ୟାଚ୍ ଉପରେ ରହିଛି ଏବେ ସମସ୍ତଙ୍କ ନଜର।ତେବେ ପୂର୍ବରୁ ସ୍ଥିର ହୋଇଥିବା ୱାର୍ଲ୍ଡକପ୍ ତାରିଖରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ବର୍ତ୍ତମାନ ଅକ୍ଟୋବର ୧୫ରେ ନୁହେଁ, ବରଂ ଅକ୍ଟୋବର ୧୪ ତାରିରେ ଅହମ୍ମଦାବାଦ(Ahmedabad) ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ(Narendra Modi Stadium) ଖେଳାଯିବ। ନବରାତ୍ରୀ ମହୋତ୍ସବ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ବଡ଼ ମ୍ୟାଚର ତାରିଖ ପରିବର୍ତ୍ତନ କରାଯାଇଛି।

ବର୍ତ୍ତମାନ ଏହି ଦିନ IND ବନାମ PAK ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହେବ-

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୩ ବିଶ୍ୱକପର ଏହି ହାଇ ପ୍ରୋଫାଇଲ୍ ମ୍ୟାଚ୍ ପୁନଃ ସ୍ଥିର ହୋଇଛି। ନବରାତ୍ରୀ ୧୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହେଉଛି । ଏହି ସମୟରେ ଗୁଜୁରାଟ ଅହମ୍ମଦାବାଦରେ ନବରାତ୍ରୀ ପାଇଁ ଗରବାର ମାହୋଲ ରହିବ। ତେଣୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚର ତାରିଖ ବଦଳାଇବାକୁ ସୁରକ୍ଷା ଏଜେନ୍ସି ବିସିସିଆଇକୁ ପରାମର୍ଶ ଦେଇଥିଲା। ଅକ୍ଟୋବର ୧୫ରୁ, ଯେବେ କି ଅହମ୍ମଦାବାଦରେ ନବରାତ୍ରୀ ଭିଡ଼ ଭିଡ଼ ଦେଖିବାକୁ ମିଳିବ, ସେହି ସମୟରେ ଦୁନିଆର କୋଣ ଅନୁକୋଣରୁ କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଉକ୍ତ ସ୍ଥାନରେ ମ୍ୟାଚ୍ ଦେଖିବା ପାଇଂ ଏକାଠି ହେବେ ।ସୂଚନାନୁସାରେ, ସେହି ପରିସ୍ଥିତିର ମୁକାବିଲା ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୩ ବିଶ୍ୱକପ୍‌ର ଏହି ହାଇ ପ୍ରୋଫାଇଲ୍ ମ୍ୟାଚ୍‌ର ତାରିଖ ପରିବର୍ତ୍ତନ କରାଯାଇଛି।

ଏମାନଙ୍କ ବ୍ୟତୀତ ବିଶ୍ୱକପ୍ କାର୍ଯ୍ୟସୂଚୀରେ ଅନ୍ୟ କିଛି ପରିବର୍ତ୍ତନ ମଧ୍ୟ କରିଛି ବୋର୍ଡ। ଏହି ସମସ୍ତ ପରିବର୍ତ୍ତନ ଆଜି ଘୋଷଣା କରାଯିବା ନେଇ ଅନୁମାନ କରାଯାଉଛି। ନିକଟରେ ବିସିସିଆଇ ସଚିବ କହିଛନ୍ତି ଯେ ୨୦୨୩ ବିଶ୍ୱକପ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବ। ଆଇସିସି କ୍ରିକେଟ୍ ବିଶ୍ୱକପ୍ ୫ ଅକ୍ଟୋବର ୨୦୨୩ ରୁ ୧୯ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଭାରତର ଆୟୋଜନରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ । ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ହାଇ ପ୍ରୋଫାଇଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡିକର ସକାଳ ୧୦:୩୦ ଏବଂ ଅପରାହ୍ନ ୨:୦୦ ରେ ରଖାଯାଇଛି । ବିଶ୍ୱକପ ଯେତିକି ପାଖେଇ ଆସୁଛି ମ୍ୟାଚ୍‌ ସହ ଜଡ଼ିତ ବିଭିନ୍ନ ଜିନିଷରେ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳୁଛି।

ବିଶ୍ୱକପ୍ ୨୦୨୩ରେ ଭାରତର କାର୍ଯ୍ୟସୂଚୀ-

-ଭାରତ ବନାମ ଅଷ୍ଟ୍ରେଲିଆ( ୮ ଅକ୍ଟୋବର, ଚେନ୍ନାଇ)

-ଭାରତ ବନାମ ଆଫଗାନିସ୍ତାନ (୧୧ ଅକ୍ଟୋବର, ଦିଲ୍ଲୀ)

-ଭାରତ ବନାମ ପାକିସ୍ଥାନ (୧୪ ଅକ୍ଟୋବର, ଅହମ୍ମଦାବାଦ)

-ଭାରତ ବନାମ ବାଂଲାଦେଶ (୧୯ ଅକ୍ଟୋବର, ପୁଣେ)

-ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ 22 ଅକ୍ଟୋବର ଧରମସାଲା |

-ଭାରତ ବନାମ ଇଂଲଣ୍ଡ(୨୯ ଅକ୍ଟୋବର, ଲକ୍ଷ୍ନୌ)

-ଭାରତ ବନାମ ନେଦରଲ୍ୟାଣ୍ଡ, (୨ ନଭେମ୍ବର, ମୁମ୍ବାଇ)

-ଭାରତ ବନାମ ଦକ୍ଷିଣ ଆଫ୍ରିକା,(୫ ନଭେମ୍ବର, କୋଲକାତା)

-ଭାରତ ବନାମ ଶ୍ରୀଲଙ୍କା (୧୧ ନଭେମ୍ବର, ବେଙ୍ଗାଲୁରୁ)

Also Read: Reliance Jio ଆଜି ଲଞ୍ଚ କରିବ ନୂଆ ଜେନେରେସନ ଲାପଟପ୍, ମାତ୍ର ୨୦ ହଜାର ଟଙ୍କା...
Every Indian Will earn 1 Million Dollar: ୮ କୋଟି ଟଙ୍କା ରୋଜଗାର କରିବାକୁ କେତେ ଦିନ ସମୟ ଲାଗିବ? ସାମ୍ନାକୁ ଆସିଲା ଏହି ରିପୋର୍ଟ