IPL 2024: ଚଳିତବର୍ଷ ଆଇପିଏଲରେ ଦେଖାଦେବ ନୂଆ ନିୟମ, ଜାଣନ୍ତୁ କ'ଣ ?
Advertisement
Article Detail0/zeeodisha/odisha2017896

IPL 2024: ଚଳିତବର୍ଷ ଆଇପିଏଲରେ ଦେଖାଦେବ ନୂଆ ନିୟମ, ଜାଣନ୍ତୁ କ'ଣ ?

IPL 2024: କିଛି ଲୋକ ଏହି ନିୟମକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ଏଥି ସହିତ, ୱାଇଡ ଓ ନୋ ବଲ (IPL No Ball) କ୍ଷେତ୍ରରେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ସମୀକ୍ଷା କରିବାର ଅଧିକାର ଦିଆଯାଇଥିଲା, ଯାହା ଦ୍ୱାରା ଯଦି ତାଙ୍କର ସନ୍ଦେହ ଥାଏ, ତେବେ ସେ ନିଜେ ସମାଧାନ କରିପାରିବେ।

 

IPL 2024: ଚଳିତବର୍ଷ ଆଇପିଏଲରେ ଦେଖାଦେବ ନୂଆ ନିୟମ, ଜାଣନ୍ତୁ କ'ଣ ?

IPL 2024: ଆଉ କିଛିଦିନ ପରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ । ଆଇପିଏଲ ୨୦୨୪ ପାଇଁ ଆଜି ଅର୍ଥାତ୍ ୧୯ ଡିସେମ୍ବରରେ ଦୁବାଇରେ ନିଲାମ କାର୍ଯ୍ୟକ୍ରମ ହେବାକୁ ଯାଉଛି। ହେଲେ ଏହାର ଠିକ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ଲାଟେଷ୍ଟ ରିପୋର୍ଟ ଅନୁୟାୟୀ, ଆଇପିଏଲର ଏହି ଅପକମିଂ ସିଜିନ ରେ କିଛି ନିୟମ ବଦଳିବାକୁ ଯାଉଛି। ଆଉ କିଛି ନିୟମକୁ ଏଥିରେ ଆପ୍ଲାଏ କରିବାକୁ ଯାଉଛି ଆଇପିଏଲ। ଆପଣଙ୍କୁ ଏହା ତ ମନେ ଥିବ, କି ଗତ ଆଇପିଏଲ ପୂର୍ବରୁ ବି ଇଫେକ୍ଟ ପ୍ଲେୟର ଓ ନୋ ବଲ୍ ଓ ୱାଇଡ ବଲ୍ ର ରିଭ୍ୟୁ କରିବା ପାଇଁ ନିୟମ ଅଣାଯାଇଥିଲା।

ଗୋଟିଏ ଓଭରରେ ଦୁଇ ବାଉନ୍ସର୍ସ
ସ୍ପୋର୍ଟସ ଗଣମାଧ୍ୟମ ଖବର EspnCrickInfo ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଆଇପିଏଲର ଆଗାମୀ ସିଜିନ (Ipl Next Season) ଅର୍ଥାତ୍ ଆଇପିଏଲ ୨୦୨୪ ରୁ ବୋଲର ମାନେ ଆଇପିଏଲ ମ୍ୟାଚ୍ ରେ ଗୋଟିଏ ଓଭର ରେ ଅଧିକତମ ୨ ବାଉନ୍ସର୍ସ ପକେଇ ପାରିବେ। ଏବେ ସୁଦ୍ଧା ଏହି ନିୟମ ନଥିଲା।  ଅଦ୍ୟାବଧି, ଆଇପିଏଲରେ ଅନ୍ତର୍ଜାତୀୟ କ୍ରିକେଟ୍ ଭଳି ସମାନ ନିୟମ ପାଳନ କରାଯାଉଥିଲା, ଯାହା ଅନୁଯାୟୀ ବୋଲରମାନେ ଏକ ଓଭରରେ ସର୍ବାଧିକ ଗୋଟିଏ ବାଉନ୍ସର୍ ବୋଲିଂ କରିପାରିବେ, ଏହାଠାରୁ ଅଧିକ ବୋଲିଂ ନୋ ବଲ୍ ବୋଲି ବିବେଚନା କରାଯାଉଥିଲା। 

ଅବଶ୍ୟ, ଏହା ବର୍ତ୍ତମାନ ଆଇପିଏଲରେ ଘଟିବ (Ipl New Rule) ନାହିଁ, କିନ୍ତୁ ଏପର୍ଯ୍ୟନ୍ତ ଏହି ନୂତନ ନିୟମ ସମ୍ପର୍କରେ ବିସିସିଆଇରୁ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ।ପ୍ରତିବର୍ଷ ଆଇପିଏଲରେ କିଛି ନୂଆ ନିୟମ ଯୋଡାଯାଉଛି । ଗତ ବର୍ଷ ଆଇପିଏଲ୍ ମ୍ୟାଚ୍ ରେ ଇମ୍ପ୍ୟାକ୍ଟ ପ୍ଲେୟାର୍ (Impact Palyer) ନିୟମ ବହୁତ ପ୍ରଭାବ ପକାଇଥିଲା । କିଛି ଲୋକ ଏହି ନିୟମକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ଏଥି ସହିତ, ୱାଇଡ ଓ ନୋ ବଲ (IPL No Ball) କ୍ଷେତ୍ରରେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ସମୀକ୍ଷା କରିବାର ଅଧିକାର ଦିଆଯାଇଥିଲା, ଯାହା ଦ୍ୱାରା ଯଦି ତାଙ୍କର ସନ୍ଦେହ ଥାଏ, ତେବେ ସେ ନିଜେ ସମାଧାନ କରିପାରିବେ।

ତେବେ, ଆଇପିଏଲ୍ ନିୟମ ପ୍ରସଙ୍ଗ ତ ପରେ ଆସିବ ହେଲେ ଆଇପିଏଲ ଖେଳାଳି(Ipl Players Auction) ନିଲାମୀ ଆଜି ହେବାକୁ ଯାଉଛି। IPL 2024 ପାଇଁ ନିଲାମ ଆଜି ଦୁବାଇରେ ହେବାକୁ ଯାଉଛି । ସମସ୍ତ ୧୦ ଟି ଦଳ ନିଲାମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥର ନିଲାମରେ ୩୩୩ ଖେଳାଳିଙ୍କ ନାମ ଆସିବ, ସେଥିମଧ୍ୟରୁ ୨୧୪ ଖେଳାଳି ଭାରତୀୟ ଏବଂ ୧୧୯ ଖେଳାଳି ବିଦେଶୀ ହେବେ। ତେବେ, ଏହି ନିଲାମରେ ଖେଳାଳିଙ୍କ ପାଇଁ କେବଳ ୭୭ ଟି ସ୍ଲଟ୍ ବାକି ଅଛି, ସେଥିମଧ୍ୟରୁ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍ ସଂଖ୍ୟା ୩୦ ରହିଛି।  ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ୭୭ଖେଳାଳିଙ୍କ ମଧ୍ୟରେ କିଏ ସବୁଠାରୁ ମହଙ୍ଗା ଖେଳାଳି ହେବାକୁ ଯାଉଛି। 

Also Read: IPL 2024 Auction: ଟମ୍ ମୁଡିଙ୍କ ଭବିଷ୍ୟବାଣୀ, IPL ଇତିହାସରେ ଏହି ବୋଲର ହେବେ ସବୁଠୁ ମହଙ୍ଗା ଖେଳାଳି

Also Read: Suryakumar Yadav: କାହିଁକି ଇନଷ୍ଟାଗ୍ରାମରେ Broken ହାର୍ଟ ଇମୋଜି ପୋଷ୍ଟ କଲେ ସୂର୍ଯ୍ୟକୁମାର ଯାଦବ?