India vs Sri Lanka: ଦ୍ୱିତୀୟ ଦିନିକିଆରେ ସୁଯୋଗ ପାଇବେ କି ସୂର୍ଯ୍ୟ-କିଶାନ? ଏହା ହେବ ଟିମ୍ ଇଣ୍ଡିଆର ପ୍ଲେଇଂ XI
Advertisement
Article Detail0/zeeodisha/odisha1524575

India vs Sri Lanka: ଦ୍ୱିତୀୟ ଦିନିକିଆରେ ସୁଯୋଗ ପାଇବେ କି ସୂର୍ଯ୍ୟ-କିଶାନ? ଏହା ହେବ ଟିମ୍ ଇଣ୍ଡିଆର ପ୍ଲେଇଂ XI

India vs Sri Lanka 2nd ODI: କୋଲକାତାରେ ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଗୁରୁବାର ଦିନ ଭାରତ ଶ୍ରୀଲଙ୍କା ସହ ନିଜର ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିବ । ଏହି ମ୍ୟାଚରେ ସୁର୍ଯ୍ୟକୁମାର ଯାଦବ ଓ ଇଶାନ କିଶାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ସୌ: ସୋସିଆଲ ମିଡିଆ

India vs Sri Lanka 2nd ODI: ଟି-୨୦ ସିରିଜ ପରେ ଭାରତ ଦିନିକିଆରେ ମଧ୍ୟ ଏକ ଭଲ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୩ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ବର୍ତ୍ତମାନ କେବଳ ଗୋଟିଏ ଦିନର ବ୍ୟବଧାନ ପରେ ଉଭୟ ଦଳ ପୁନର୍ବାର ସଂଘର୍ଷ କରିବାକୁ ଯାଉଛନ୍ତି । ଦ୍ୱିତୀୟ ଦିନିକିଆ କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡ ଖେଳାଯିବ । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ କଷ୍ଟସାଧ୍ୟ ନଥିଲା, କିନ୍ତୁ ଏହା ସତ୍ତ୍ୱେ ପ୍ଲେଇଂ ଇଲେଭନକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା​​ । ସୁର୍ଯ୍ୟକୁମାର ଯାଦବ ଓ ଇଶାନ କିଶାନଙ୍କୁ ପ୍ରଥମ ଦିନିକିଆରେ ସୁଯୋଗ ଦିଆଯାଇ ନ ଥିବାରୁ ଅନେକ ପ୍ରଶ୍ନ ଉଠିଥିଲା ଓ ବର୍ତ୍ତମାନ ଦ୍ୱିତୀୟ ଦିନିକିଆକୁ ନେଇ ମଧ୍ୟ ସମାନ ପ୍ରଶ୍ନ ଉଠିଛି । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପ୍ରଥମ ଦିନିକିଆରେ ବିଜୟ ପରେ ମଧ୍ୟ ଭାରତୀୟ ଦଳ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ଆଣିବ କି?

ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ଶତକ ହାସଲ କରି ନୂଆ ବର୍ଷରେ ଏହି ଫର୍ମାଟରେ ଉତ୍କୃଷ୍ଟ ପଦର୍ଶନ ଜାରି ରଖିଛନ୍ତି । ଏଥି ସହିତ, ଠିକ୍ ଏକ ମାସ ପୂର୍ବରୁ, ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ଯୁବ ଓପନର୍ ଇଶାନ୍ କିଶନ ଏକ ଆଶ୍ଚର୍ଯ୍ୟଜନକ ଇନିଂସ ଖେଳିବାବେଳେ ଦ୍ରୁତତମ ଦ୍ୱିଶତକ ମାରି ରେକର୍ଡ ସୃଷ୍ଟି କରିଥିଲେ । ଏଭଳି ପରିସ୍ଥିତିରେ ଅନେକ କ୍ରିକେଟ୍ ପ୍ରଶଂସକ, ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞମାନେ ବିଶ୍ୱାସ କରୁଥିଲେ ଯେ ଉଭୟ ପ୍ରଥମ ଦିନିକିଆରେ ଖେଳିବା ଉଚିତ୍ ।

ଯଦିଓ, ଏହା ଘଟି ନ ଥିଲା । ରୋହିତ ଶର୍ମାଙ୍କ ସହ ଓପନିଂ ପାଇଁ ଶୁବମନ ଗିଲଙ୍କୁ ସ୍ଥାନ ଦିଆ ଯାଇଥିଲା ଓ ସେ ୭୦ ରନ ସ୍କୋର କରିଥିଲେ । ଏଥିସହିତ ଶ୍ରେୟସ୍ ଆୟର ଓ କେ.ଏଲ୍ ରାହୁଲ ମଧ୍ୟମ କ୍ରମରେ ଭଲ ଖେଳିଥିଲେ, ଯେଉଁମାନେ ବଡ଼ ଇନିଂସ ଖେଳି ପାରିନଥିଲେ ସତ କିନ୍ତୁ ଦ୍ରୁତ ଗତିରେ ସ୍କୋର କରିଥିଲେ । ଏଭଳି ପରିସ୍ଥିତିରେ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ ଦେଖାଯାଉ ନାହିଁ । ବର୍ତ୍ତମାନ ସମୟରେ କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତଙ୍କ ଦ୍ୱାରା ଦିଆଯାଇଥିବା ସଙ୍କେତରୁ କୌଣସି ପରିବର୍ତ୍ତନ ହେବ ବୋଲି ମନେ ହେଉନାହିଁ ।

ବୋଲିଂ ବିଭାଗ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଗୁଆହାଟି ଗ୍ରାଉଣ୍ଡର ପିଚ୍ ବହୁତ ସମତଳ ଥିଲା, ଯେଉଁଠାରେ ବୋଲରମାନଙ୍କ ପାଇଁ କିଛି ଖାସ ନଥିଲା । ଏହା ସତ୍ତ୍ୱେ ଭାରତୀୟ ପେସର୍ ମହମ୍ମଦ ସିରାଜ, ଶାମି ଓ ଉମ୍ରାନ ମଲିକ ମିଳିତ ଭାବେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଲଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲେ । ଦୀର୍ଘ ସମୟ ପରେ ଦଳକୁ ଫେରିଥିବା ଶାମି ଓ ଉମ୍ରାନ ମଲିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ସେମାନେ ୱିକେଟ୍ ନେଇ ଚାଲିଥିଲେ । ଏପରି ପରିସ୍ଥିତିରେ, ଏଠାରେ ମଧ୍ୟ ପରିବର୍ତ୍ତନ ହେବାର ଆଶା ନାହିଁ ।

ଦ୍ୱିତୀୟ ଦିନିକିଆ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷାର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ