ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ; ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କଲା ଭାରତ
Advertisement

ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ; ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କଲା ଭାରତ

IND W vs PAK W: ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୦ ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ଟିମ୍ ଇଣ୍ଡିଆ ୧୧.୪ ଓଭରରେ ମାତ୍ର ଦୁଇଟି ୱିକେଟ୍ ହରାଇ ହାସଲ କରି ନେଇଥିଲା । 

ସାଙ୍କେତିକ ଫଟୋ

India Women vs Pakistan Women: ବର୍ମିଂହାମ ଠାରେ କମନୱେଲଥ ଗେମ୍ସ ୨୦୨୨ କ୍ରିକେଟରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୦ ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ଟିମ୍ ଇଣ୍ଡିଆ ୧୧.୪ ଓଭରରେ ମାତ୍ର ଦୁଇଟି ୱିକେଟ୍ ହରାଇ ହାସଲ କରି ନେଇଥିଲା । 

ଟିମ୍ ଇଣ୍ଡିଆର ତରଫରୁ ସ୍ମୃତି ମନ୍ଧାନା (Smriti Mandhana) ବିସ୍ଫୋରକ ବ୍ୟାଟିଂ କରିଥିଲେ । ପାକିସ୍ତାନରୁ ୧୦୦ ରନ୍‌ର ଟାର୍ଗେଟକୁ ପଛରେ କରି ଷ୍ଟାର ଓପନର୍ ସ୍ମୃତି ମନ୍ଧାନା ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ଅପରାଜିତ ୬୩ ରନ୍ ସଂଗ୍ରହ କରିଥିଲେ । ସେ ୬୩ ରନର ଏହି ଇନିଂସରେ ମାତ୍ର ୪୨ ବଲରେ ଆଠ ଚୌକା ଓ ତିନୋଟି ଛକା ମାରିଥିଲେ । ସ୍ମୃତି ମନ୍ଧାନା ମାତ୍ର ୩୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । 

କହିରଖୁଛୁ ଯେ ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା  । ଏହି କାରଣରୁ ମ୍ୟାଚକୁ ୧୮ ଓଭରକୁ ହ୍ରାସ କରାଯାଇଥିଲା । ଏହା ପରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ପାକିସ୍ତାନର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା ଓ ୧୮ ଓଭରରେ ୯୯ ଟି ରନ୍ ସଂଗ୍ରହ କରି ପୂରା ଦଳ ଆଉଟ୍ ହୋଇ ଯାଇଥିଲା ।

ଏହା ପରେ ଶେଫାଲୀ ବର୍ମା ଓ ସ୍ମୃତି ମନ୍ଧାନା ୧୦୦ ରନ୍‌ର ଲକ୍ଷ୍ୟକୁ ପିଛାକରି ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଉଭୟ ୫.୫ ଓଭରରେ ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଦଳ ପାଇଁ ସଂଗ୍ରହ କରିଥିଲେ । ଶେଫାଲି ଦୁଇଟି ଚୌକା ଓ ଗୋଟିଏ ଛକା ସହ ଆଉଟ ହୋଇ ଯାଇଥିଲେ । ସେ ୧୬ ରନ୍ ସ୍କୋର କରିଥିଲେ । ତେବେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ଅପରାଜିତ ୬୩ ରନ୍ ସଂଗ୍ରହ କରି ଦଳକୁ ବିଜୟ ଦେଇଥିଲେ ।  

 

ଏହା ବି ପଢ଼ନ୍ତୁ: ପୁଅ ୯ ମାସର ହେବା ପରେ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କଲେ ଏହି ଅନ୍ତର୍ଜାତୀୟ କ୍ରିକେଟର

ଏହା ବି ପଢ଼ନ୍ତୁ: CWG 2022: ଇତିହାସ ରଚିଲେ ଲାଲରିନ୍ନୁଙ୍ଗା ଜେରେମି; ଭାରତ ପାଇଁ ଜିତିଲେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ