Paris Olympic 2024: ରବିବାର ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତ ପ୍ରଥମ ପଦକ ଜିତିଛି। ଭାରତର ତାରକା ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
Trending Photos
Paris Olympic 2024: ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୨୪ ରେ ଭାରତର ତାରକା ମହିଳା ସୁଟର ମନୁ ଭାକର ଚମତ୍କାର ପ୍ରଦର୍ଶନ କରିଛନ୍ତି ଓ ଭାରତ ପାଇଁ ସେ ପ୍ରଥମ ପଦକ ଜିତିବାରେ ସଫଳ ହୋଇଛନ୍ତି। ୨୨ ବର୍ଷାୟା ମନୁ ପ୍ରତିପକ୍ଷଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କରିଥିଲେ ଓ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅଲିମ୍ପିକ୍ସରେ ମନୁ ଭକରଙ୍କ ଏହା ପ୍ରଥମ ପଦକ ଥିଲା ଓ ସେ ଗତ ଅଲିମ୍ପିକ୍ ଯଥା ୨୦୧୮ ଟୋକିଓରେ ସେ କୌଣସି ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ମନୁ ଭାକର ମଧ୍ୟ ଅଲିମ୍ପିକ୍ସରେ ଭାରତ ପାଇଁ ସୁଟିଂରେ ପଦକ ଜିତିଥିବା ପ୍ରଥମ ମହିଳା ଖେଳାଳି ହୋଇଛନ୍ତି।
୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ମନୁ ଭାକର ୨୨୧.୭ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲେ।
Manu Bhaker wins India's first medal at #Paris2024 and what a way to do so! From heartbreak at Tokyo to winning a Bronze at Paris, Manu Bhaker's redemption story has been wonderful to witness.
A superb effort from her and here's hoping… pic.twitter.com/O7tqOuGFTa
— India at Paris 2024 Olympics (@sportwalkmedia) July 28, 2024
ମନୁ ଅଲିମ୍ପିକ୍ସରେ ପଦକ ଜିତିବାରେ ପଞ୍ଚମ ଭାରତୀୟ ସୁଟର ଅଟନ୍ତି। ୨୦୦୪ ରେ ଏଥେନ୍ସ ଅଲିମ୍ପିକ୍ସରେ ଭାରତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଥିଲା। ଏହାପରେ ରାଜବର୍ଦ୍ଧନ ସିଂ ରାଠୋର ଡବଲ୍ ଟ୍ରାପ୍ ଇଭେଣ୍ଟରେ ରୌପ୍ୟ ଜିତିଥିଲେ। ୨୦୦୮ରେ ବେଜିଂରେ ୧୦ ମିଟର ଏୟାର ରାଇଫଲରେ ଅଭିନବ ବିନ୍ଦ୍ରା ସୁନା ପଦକ ଜିତିଥିଲେ। ଏକ ବ୍ୟକ୍ତିଗତ କ୍ରୀଡ଼ାରେ ଏହା ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଥିଲା। ୨୦୧୨ ରେ ଲଣ୍ଡନରେ ୨୫ ମିଟର ପୁରୁଷ ପିସ୍ତଲ ଇଭେଣ୍ଟରେ ବିଜୟ କୁମାର ର ରୌପ୍ୟ ଜିତିଥିଲେ। ଲଣ୍ଡନ ଅଲିମ୍ପିକ୍ସରେ ଗଗନ ନାରଙ୍ଗ ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ଜିତିଥିଲେ।
ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପିଏମ ମୋଦୀ ଏହାକୁ ଏକ ଅବିଶ୍ୱସନୀୟ ସଫଳତା ବୋଲି କହିଛନ୍ତି। ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, "ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବାରୁ ମନୁ ଭକରଙ୍କୁ ଅଭିନନ୍ଦନ। ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ। ଏହି ସଫଳତା ଅଧିକ ସ୍ୱତନ୍ତ୍ର କାରଣ ସେ ପ୍ରଥମ ମହିଳା ହୋଇ ଭାରତ ପାଇଁ ସୁଟିଂରେ ପଦକ ଜିତିଛନ୍ତି। ଏକ ଅବିଶ୍ୱସନୀୟ ସଫଳତା। ”