Advertisement
Article Detail0/zeeodisha/odisha2300614
Zee OdishaOdisha SportsDavid Johnson Died: କ୍ରୀଡ଼ା ଜଗତର ଶୋକର ଛାୟା, ନିଜ ଜୀବନ ହାରିଲେ ଏହି ପୂର୍ବତନ ଭାରତୀୟ କ୍ରିକେଟର

David Johnson Died: କ୍ରୀଡ଼ା ଜଗତର ଶୋକର ଛାୟା, ନିଜ ଜୀବନ ହାରିଲେ ଏହି ପୂର୍ବତନ ଭାରତୀୟ କ୍ରିକେଟର

David Johnson Died: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ ଜନସନଙ୍କ (୫୨) ବେଙ୍ଗାଲୁରୁରେ ଦେହାନ୍ତ ହୋଇଛି। ଜନସନ ଭାରତ ପାଇଁ ଦୁଇଟି ଟେଷ୍ଟ ଖେଳି ତିନୋଟି ୱିକେଟ୍ ନେଇଥିଲେ। ଗୌତମ ଗମ୍ଭୀର ଏବଂ ଅନିଲ କୁମ୍ବଲେଙ୍କ ସମେତ ଅନେକ କ୍ରିକେଟର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

 

David Johnson Died
David Johnson Died

David Johnson Died: ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ସେ ଚତୁର୍ଥ ମହଲାରୁ ଡେଇଁ ନିଜ ଜୀବନ ହାରି ଦେଇଛନ୍ତି। ଡେଭିଡ ଜନସନ ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ୧୯୯୬ ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଏବଂ ସେହି ବର୍ଷ ତାଙ୍କର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ଦଳରେ ସୁଯୋଗ ପାଇ ନଥିଲେ। ଏହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଏବଂ ଅନିଲ କୁମ୍ବଲେଙ୍କ ସମେତ ଅନେକ କ୍ରିକେଟରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ସେମାନେ ଏହି ପୂର୍ବତନ କ୍ରିକେଟରଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଡେଭିଡ ଜନସନ ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବା ବ୍ୟତୀତ ଦୀର୍ଘ ଦିନ ଧରି କର୍ଣ୍ଣାଟକ ପାଇଁ ରଣଜୀ କ୍ରିକେଟ୍ ଖେଳିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ଏକ ଘରୋଇ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି। ସେ ଡିପ୍ରେସନର ଶିକାର ହୋଇଥିଲେ। ରିପବ୍ଲିକ୍ ୱାର୍ଲ୍ଡକୁ ସୂତ୍ରରୁ ପ୍ରକାଶ ଯେ ଜନସନ ଡିପ୍ରେସନ ଯୋଗୁଁ ଏହି ପଦକ୍ଷେପ ନେଇଥିଲେ। ସୂଚନା ପାଇବା ପରେ କୋଥାନୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କ୍ରେସେଣ୍ଟ ହସ୍ପିଟାଲକୁ ନେଇଥିଲା।

fallback

Add Zee News as a Preferred Source

ଡେଭିଡ ଜନସନଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଆସିଥିଲା। ଜନସନଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରି ପୂର୍ବତନ ଭାରତୀୟ କ୍ରିକେଟର ଅନିଲ କୁମ୍ବଲେ ଏକ ପୋଷ୍ଟ କରିଛନ୍ତି।

 

ଡେଭିଡ ଜନସନ ଦ୍ରୁତ ବୋଲିଂ କରୁଥିଲେ, କିନ୍ତୁ ତାଙ୍କ କ୍ୟାରିୟର ବେଶୀ ଦିନର ନଥିଲା। ଅକ୍ଟୋବର ୧୯୯୬ରେ, ସେ ଭାରତ ପାଇଁ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ଡିସେମ୍ବର ୧୯୯୬ ରେ ସେ ଟିମ୍ ଇଣ୍ଡିଆ ପାଇଁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ଯାହା ତାଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ସେ କର୍ଣ୍ଣାଟକ ପାଇଁ ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୩୩ଟି ଲିଷ୍ଟ ଏ ମ୍ୟାଚ୍ ଖେଳିଥିଲେ। ସେ ୧୯୯୨ ରେ ଘରୋଇ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ ଏବଂ ୨୦୦୨ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଫିଟନେସ୍ ଏବଂ ଫର୍ମ ଯୋଗୁଁ ସେ ଦୀର୍ଘ ସମୟ ଧରି ଭାରତ ପାଇଁ ଖେଳିବାର ସୁଯୋଗ ପାଇ ନଥଲେ। ସେ ଦୁଇଟି ଟେଷ୍ଟ ମ୍ୟାଚରେ ମାତ୍ର ୩ ୱିକେଟ୍ ନେଇପାରିଥିଲେ।

About the Author