IPL ୨୦୦୮ ରୁ ୨୦୨୧ ପର୍ଯ୍ୟନ୍ତ, ଜାଣନ୍ତୁ କିଏ କିଏ ଜିତିଛନ୍ତି ଅରେଞ୍ଜ କ୍ୟାପ୍?
Advertisement

IPL ୨୦୦୮ ରୁ ୨୦୨୧ ପର୍ଯ୍ୟନ୍ତ, ଜାଣନ୍ତୁ କିଏ କିଏ ଜିତିଛନ୍ତି ଅରେଞ୍ଜ କ୍ୟାପ୍?

IPL 2022: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର ଡେଭିଡ୍ ୱାର୍ଣ୍ଣର ଏଯାଏଁ ତିନି ଥର ଓ ସଚିନ, ବିରାଟଙ୍କ ଭଳି ଖେଳାଳି ଥରେ ଲେଖାଏଁ ଅରେଞ୍ଜ କ୍ୟାପ୍ ଜିତିଛନ୍ତି ।

 

(ଫାଇଲ ଫଟୋ)

IPL 2022: ଇଣ୍ଡିଆନ ପ୍ରିମିଅର ଲିଗର ୧୫ତମ ସିଜିନ ଅର୍ଥାତ୍ ଆଇପିଏଲ୍ 2022 ପାଇଁ ବିଗୁଲ ବାଜି ସାରିଛି । ମାର୍ଚ୍ଚ ୨୬ରୁ ୧୦ଟି ଟିମ୍ ମଧ୍ୟରେ ଟାଇଟେଲ ଲଢ଼େଇ ପାଇଁ ଟକ୍କର ହେବ । ଗୋଟିଏ ପଟେ ଯେତେବେଳେ ଟ୍ରଫି ପାଇଁ ଟିମଗୁଡ଼ିକ ମଧ୍ୟରେ ଫାଇଟିଂ ହେବ, ସେତବେଳେ ଅନ୍ୟପଟେ ଅରେଞ୍ଜ କ୍ୟାପ୍ ପାଇଁ ବି କମ୍ପିଟିସନ ଦମଦାର ହେବ । ସିଜିନ ଶେଷରେ ଯେଉଁ ଖେଳାଳୀ ସର୍ବାଧିକ ରନ୍ ବନାଇବେ, ତାଙ୍କୁ ଅରେଞ୍ଜ କ୍ୟାପ୍ ମିଳିବ । ତେବେ ନଜର ପକାନ୍ତୁ ଆଇପିଏଲ ଇତିହାସର ଅରେଞ୍ଜ କ୍ୟାପ୍ ଜିତି ସାରିଥିବା ଖେଳାଳୀଙ୍କ ଉପରେ..

IPL 2008 - ଆଇପିଏଲ ପ୍ରଥମ ସିଜିନ ଅର୍ଥାତ୍ ୨୦୦୮ରେ ଅଷ୍ଟ୍ରେଲିଆର ସନ୍ ମାର୍ଶ ସର୍ବାଧିକ ୬୧୬ ରନ୍ ହାସଲ କରି ଅରେଞ୍ଜ କ୍ୟାପ୍ ହାତେଇଥିଲେ ।

IPL 2009 -ଆଇପିଏଲ ଦ୍ୱିତୀୟ ସିଜିନରେ ମଧ୍ୟ ଅରେଞ୍ଜ କ୍ୟାପ୍ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଖରେ ରହିଥିଲା । ମାଥ୍ୟୁ ହେଡେନ୍ ୨୦୦୯ରେ ୫୨ ଆଭରେଜରେ ୫୭୨ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ ।

IPL 2010 -ଆଇପିଏଲ ୨୦୧୦ରେ ବେଶ ଗର୍ଜିଥିଲା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍ । ସେ ଆଇପିଏଲ ୨୦୧୦ରେ ୪୬୭.୫୩ ଆଭରେଜରେ ୬୧୮ ରନ୍ ସ୍କୋର କରି ଅରେଞ୍ଜ କ୍ୟାପ ହକଦାର ହୋଇଥିଲେ ।

IPL 2011 -ୟୁନିଭର୍ସ ବସ୍ କ୍ରିସ୍ ଗେଲ୍ ଆଇପିଏଲ ୨୦୧୧ରେ ୬୭.୫୫ ଆଭରେଜ୍ ଓ ୧୮୩.୧୩ ଷ୍ଟ୍ରାଇକ୍ ରେଟରେ ୬୦୩ ରନ୍ ସ୍କୋର କରି ଅରେଞ୍ଜ କ୍ୟାପ୍ ଜିତିଥିଲେ ।

IPL 2012 -ଆଇପିଏଲ ୨୦୧୨ ସିଜିନରେ କ୍ରିସ୍ ଗେଲ ଅରେଞ୍ଜ କ୍ୟାପ୍ ରିଟେନ୍ କରିଥିଲେ । ତାଙ୍କ ବ୍ୟାଟରୁ ୬୧.୦୮ ଆଭରେଜରେ ୭୩୩ ରନ୍ ବାହାରିଥିଲା ।

IPL 2013 -ଅଷ୍ଟ୍ରେଲିଆର ମାଇକ୍ ହସି ଅରେଞ୍ଜ କ୍ୟାପ୍ ଜିତିଥିଲେ । ୨୦୧୩ ସିଜିନରେ ସେ ୫୨.୩୫ ଆଭରେଜରେ ୭୩୩ ରନ୍ ବନାଇଥିଲେ ।

IPL 2014 - ଏହି ସିଜିନରେ ରବିନ ଉଥପ୍ପା ଦେଖାଇଥିଲେ ଦମ୍ । ୬୬୦ ରନ୍ ସ୍କୋର କରିଥିଲେ ସେ ଅରେଞ୍ଜ କ୍ୟାପ୍ ୱିନର୍ ବନିଥିଲେ ।

IPL 2015 -ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଡେଭିଡ୍ ୱାର୍ଣ୍ଣରଙ୍କ ପାଖକୁ ଅରେଞ୍ଜ କ୍ୟାପ୍ ଯାଇଥିଲା । ୧୫୬.୫୪ ଦମଦାର ଷ୍ଟ୍ରାଇକ ରେଟ୍ ସହକାରେ ୪୩.୨୩ ଆଭରେଜରେ ସେ ୫୬୨ ରନ୍ ସ୍କୋର କରିଥିଲେ ।  

IPL 2016 -୨୦୧୬ରେ ବିଶ୍ୱ ଦେଖିଥିଲା ବିରାଟ କୋହଲିଙ୍କ ଜଲୱା । ଗୋଟିଏ ସିଜିନରେ ୮୧ ଆଭରେଜରେ ବିରାଟ ୯୭୩ ରନ୍ ସ୍କୋର କରିଥିଲେ । ଯାହା ଆଇପିଏଲ୍ ଇତିହାସରେ ଏଯାଏଁ ସର୍ବାଧିକ ହୋଇ ରହିଛି ।

IPL 2017 -ଆଇପିଏଲ ୨୦୧୭ରେ ୬୪୧ ରନ୍ ସ୍କୋର କରି ଦ୍ୱିତୀୟ ଥର ପାଇଁ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ହାତେଇଥିଲେ ।

IPL 2018 - ୨୦୧୮ରେ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନଙ୍କ ବ୍ୟାଟ୍ ବେଶ ଗର୍ଜିଥିଲା । ୭୩୫ ରନ୍ ସ୍କୋର କରି ସେ ଅରେଞ୍ଜ କ୍ୟାପ୍ ଜିତିଥିଲେ ।  

IPL 2019 - ଏହି ସିଜିନରେ ତୃତୀୟ ଥର ପାଇଁ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ଜିତିଥିଲେ । ୨୦୧୯ ସିଜିନରେ ସେ ୬୯୨ ରନ୍ ସ୍କୋର କରିଥିଲେ ।

IPL 2020 -୨୦୨୦ରେ କେ.ଏଲ୍. ରାହୁଲ ୬୭୦ ରନ୍ ସ୍କୋର କରିଥିଲେ ଓ ଅରେଞ୍ଜ କ୍ୟାପ୍ କବ୍ଜା କରିଥିଲେ ।

ଏହା ବି ପଢ଼ନ୍ତୁ: BJP କୁ ଖୋଲା ଚ୍ୟାଲେଞ୍ଜ କଲେ କେଜ୍ରିୱାଲ; କହିଲେ- '......କରି ଦେଖାଓ, ରାଜନୀତି ଛାଡ଼ିଦେବି'

ଏହା ବି ପଢ଼ନ୍ତୁ: ବୀରଭୂମ୍ ଘଟଣାକୁ ଯଥାର୍ଥ କହି ହେବ ନାହିଁ, କିନ୍ତୁ ଏପରି ଅନ୍ୟ ରାଜ୍ୟରେ ମଧ୍ୟ ଘଟେ: ମମତା