IPL 2023: ଆଇପିଏଲରେ ବାଂଲାଦେଶ-ଶ୍ରୀଲଙ୍କାର ଖେଳାଳିଙ୍କ ଖେଳିବା ଉପରେ ଲାଗିବ ବ୍ୟାନ୍! ଜାଣନ୍ତୁ କ'ଣ ରହିଛି BCCIର ପ୍ଲାନ୍
Advertisement

IPL 2023: ଆଇପିଏଲରେ ବାଂଲାଦେଶ-ଶ୍ରୀଲଙ୍କାର ଖେଳାଳିଙ୍କ ଖେଳିବା ଉପରେ ଲାଗିବ ବ୍ୟାନ୍! ଜାଣନ୍ତୁ କ'ଣ ରହିଛି BCCIର ପ୍ଲାନ୍

IPL 2023: ବାଂଲାଦେଶ କ୍ରିକେଟ୍ ବୋର୍ଡ ମଧ୍ୟ ଆଇପିଏଲ୍ ୨୦୨୩ ସମୟରେ ଦ୍ୱିପାକ୍ଷିକ ସିରିଜ୍ ଆୟୋଜନ କରୁଛି । ଏଭଳି ପରିସ୍ଥିତିରେ ଖେଳାଳିମାନେ ବିସିବିରୁ ଏନଓସି ପାଇପାରିବେ ନାହିଁ । ଏଥର କେବଳ ତିନିଜଣ ବାଂଲାଦେଶ ଖେଳାଳି ଆଇପିଏଲରେ ଖେଳିବାକୁ ଯାଉଛନ୍ତି । ସେମାନେ ଶାକିବ ଅଲ ହାସନ, ଲିଟନ ଦାସ ଏବଂ ମୁସ୍ତାଫିଜୁର ରହମାନ । ଏହି ୩ ଖେଳାଳି କେବଳ ଏପ୍ରିଲ ୯ରୁ ମଇ ୫ ଓ ପରେ ମଇ ୧୫ରୁ ଆଇପିଏଲ୍ ପାଇଁ ଉପଲବ୍ଧ ହେବେ ।

IPL 2023: ଆଇପିଏଲରେ ବାଂଲାଦେଶ-ଶ୍ରୀଲଙ୍କାର ଖେଳାଳିଙ୍କ ଖେଳିବା ଉପରେ ଲାଗିବ ବ୍ୟାନ୍! ଜାଣନ୍ତୁ କ'ଣ ରହିଛି BCCIର ପ୍ଲାନ୍

IPL 2023: ବାଂଲାଦେଶ ଓ ଶ୍ରୀଲଙ୍କାର ଖେଳାଳିଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (Indian Premier League-IPL) ର ଭବିଷ୍ୟତରେ ନିଲାମରେ ଶାଡୋ ବ୍ୟାନ (Shadow Ban) ର ସମ୍ମୁଖୀନ ହେବାକୁ ପଡିପାରେ । ଏହାର କାରଣ ହେଉଛି କେବଳ ବାଂଲାଦେଶ କ୍ରିକେଟ୍ ବୋର୍ଡ (Bangladesh Cricket Board) ଓ ଶ୍ରୀଲଙ୍କା କ୍ରିକେଟ୍ (Sri Lanka Cricket) । ବାସ୍ତବରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ମଧ୍ୟ ଆଇପିଏଲ୍ (IPL) ସମୟରେ ଦ୍ୱିପାକ୍ଷିକ ସିରିଜ୍ ଆୟୋଜନ କରୁଛି । ଏଭଳି ପରିସ୍ଥିତିରେ ଖେଳାଳିମାନେ ବିସିବିରୁ ଏନଓସି ପାଇପାରିବେ ନାହିଁ । ଏଥର କେବଳ ତିନିଜଣ ବାଂଲାଦେଶ ଖେଳାଳି ଆଇପିଏଲରେ ଖେଳିବାକୁ ଯାଉଛନ୍ତି । ସେମାନେ ଶାକିବ ଅଲ ହାସନ (Shakib Al Hasan), ଲିଟନ ଦାସ (Liton Das) ଏବଂ ମୁସ୍ତାଫିଜୁର ରହମାନ (Mustafizur Rahman) । ଏହି ୩ ଖେଳାଳି କେବଳ ଏପ୍ରିଲ ୯ରୁ ମଇ ୫ ଓ ପରେ ମଇ ୧୫ରୁ ଆଇପିଏଲ୍ ପାଇଁ ଉପଲବ୍ଧ ହେବେ । ଏଭଳି ପରିସ୍ଥିତିରେ ବାଂଲାଦେଶର NOC ପ୍ରସଙ୍ଗରେ ଉଭୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଓ ଆଇପିଏଲ୍ ଫ୍ରାଞ୍ଚାଇଜ୍ (IPL Franchise) ଖୁସି ନୁହଁନ୍ତି ।

ଏଥି ସହିତ ୪ ଜଣ ଶ୍ରୀଲଙ୍କା ଖେଳାଳି ଆଇପିଏଲ (IPL) ରେ ଖେଳିବାକୁ ଯାଉଛନ୍ତି । ସେମାନେ ମଧ୍ୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସପ୍ତାହରେ ଅଂଶଗ୍ରହଣ କରିପାରିବେ ନାହିଁ । ଶ୍ରୀଲଙ୍କା ଖେଳାଳିମାନେ ନ୍ୟୁଜିଲାଣ୍ଡ ବିପକ୍ଷ ଯାତ୍ରା ପରେ ଏପ୍ରିଲ ୮ରୁ ଆଇପିଏଲରେ ସେମାନଙ୍କର ଫ୍ରାଞ୍ଚାଇଜରେ ଯୋଗଦାନ କରିପାରିବେ । ଶ୍ରୀଲଙ୍କା ଓ ବାଂଲାଦେଶର ସମସ୍ତ ଖେଳାଳି ନିଜ ନିଜ ଫ୍ରାଞ୍ଚାଇଜ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଖେଳାଳିମାନେ ଆଇପିଏଲ୍ ୨୦୨୩ ନିଲାମ ପାଇଁ ରେଜିଷ୍ଟ୍ରେସନ୍ କରାଇଥିଲେ, ଏହା ଜାଣି ମଧ୍ୟ କି ସେମାନେ ଆଂଶିକ ଟୁର୍ଣ୍ଣାମେଣ୍ଟରୁ ବଞ୍ଚିତ ହୋଇପାରନ୍ତି ।

ଇନସାଇଡ୍ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ଫ୍ରାଞ୍ଚାଇଜ୍ (IPL Franchise) ର ଜଣେ ଅଧିକାରୀ କହିଛନ୍ତି ଯେ, " ଆମେ ଅଭିଯୋଗ କରିପାରିବୁ ନାହିଁ କାରଣ ଏହା ବିସିସିଆଇ ଯାହା ଅନ୍ୟ ବୋର୍ଡ ସହିତ କଥାବାର୍ତ୍ତା କରେ । କିନ୍ତୁ ଅବଶ୍ୟ ବର୍ତ୍ତମାନଠାରୁ ଫ୍ରାଞ୍ଚାଇଜ୍ ନିର୍ଦ୍ଦିଷ୍ଟ ଦେଶରୁ ଖେଳାଳି ବାଛିବାରେ ଦ୍ୱନ୍ଦ୍ୱରେ ରହିବେ । ଯଦି ଆପଣ ଦେଖନ୍ତି, ତସ୍କିନ୍ (ଅହମ୍ମଦ) NOC ପାଇଲେ ନାହିଁ ଓ ବର୍ତ୍ତମାନ ଏମାନେ । ଯଦି ସେମାନେ ଚାହୁଁ ନାହାଁନ୍ତି ଯେ ସେମାନଙ୍କ ଖେଳାଳୀ ଖେଳନ୍ତୁ ତେବେ ସେମାନେ ସେମାନଙ୍କୁ ପଞ୍ଜିକରଣ କରିବା ଉଚିତ୍ ନୁହେଁ । କିନ୍ତୁ, ନିଶ୍ଚିତ ଭାବରେ ବାଂଲାଦେଶୀ ଖେଳାଳିଙ୍କ ବିଷୟରେ ଭବିଷ୍ୟତରେ ମତ ପରିବର୍ତ୍ତନ ହେବ ।"

ଅଧିକ ପଢ଼ନ୍ତୁ:-'ମୋତେ ବିଷ ଦିଆଯାଇଛି', ଏହି କ୍ରିକେଟରଙ୍କ ଖୁଲାସାରୁ କ୍ରିକେଟ ଜଗତରେ ହଇଚଇ

ଅଧିକ ପଢ଼ନ୍ତୁ:-BCCI ଲଗାଇଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବ୍ୟାନ୍! ଜସପ୍ରୀତ ବୁମ୍ରାଙ୍କ ସହ ହୋଇପାରିବେନି କଥା

ଅଧିକ ପଢ଼ନ୍ତୁ:-୧୨ ବର୍ଷ ପରେ ବୃହସ୍ପତିଙ୍କ ମେଷ ରାଶିରେ ଗୋଚର; ଆସନ୍ତା ୧ ମାସ ପର୍ଯ୍ୟନ୍ତ ଏସବୁ ରାଶିଙ୍କ ବଢ଼ିବ ସମସ୍ୟା, ରୁହନ୍ତୁ ସତର୍କ

ମୋଟ ଉପରେ ବାଂଲାଦେଶ ଓ ଶ୍ରୀଲଙ୍କାର ୭ ଜଣ ଖେଳାଳି ଆଇପିଏଲ୍ ୨୦୨୩ର ଅଂଶ ଅଟନ୍ତି  | ଭାନୁକା ରାଜପକ୍ଷେ ପୂରା ଟୁର୍ଣ୍ଣାମେଣ୍ଟ ପାଇଁ ଉପଲବ୍ଧ ଥିବାବେଳେ ଅନ୍ୟ ତିନି ଜଣ ଶ୍ରୀଲଙ୍କା ଖେଳାଳି ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବେ । ଫ୍ରାଞ୍ଚାଇଜି ଏଭଳି ସମସ୍ୟାର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ । ଅତୀତରେ ECB NOC ଦେବାକୁ ମନା କରିବା ପରେ ଇଂଲଣ୍ଡ ଖେଳାଳିମାନେ ମଧ୍ୟ ଆଇପିଏଲରୁ ବାଦ୍ ପଡିଥିଲେ । ECB ଓ BCCI ର ନିଶ୍ଚିତତା ପରେ ହିଁ ଫ୍ରାଞ୍ଚାଇଜ୍ ଇଂରାଜୀ ଖେଳାଳୀ ନେବାକୁ ପ୍ରସ୍ତୁତ ହୋଇଥିଲେ । ଏହି କାରଣରୁ ତସ୍କିନ ଅହମ୍ମଦଙ୍କୁ ମଧ୍ୟ ଅଣଦେଖା କରାଯାଇଥିଲା ।