Advertisement
Article Detail0/zeeodisha/odisha2201028
Zee OdishaOdisha SportsIPL 2024: ଲଗାତାର ପରାଜୟ ପରେ RCBକୁ ପୁଣି ବଡ଼ ଝଟକା...

IPL 2024: ଲଗାତାର ପରାଜୟ ପରେ RCBକୁ ପୁଣି ବଡ଼ ଝଟକା...

IPL 2024: ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ୨୦୨୪ର ୨୫ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁକୁ ୭ ୱିକେଟରେ ପରାସ୍ତ କରିଛି । ତେବେ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ପରାଜୟ ବରଣ କରିଛି ଆରସିବି । ତେବେ ଇତି ମଧ୍ଯରେ ଦଳ ପାଇଁ ଆସିଛି ଏକ ଦୁଃଖଦ ଖବର ।

ସୂଚନା ଅନୁଯାୟୀ, ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ରେ ଆରସିବି (RCB)ର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଆହତ ହୋଇଥିଲେ। ଏଭଳି ସ୍ଥିତିରେ ଖେଳାଳି ପରବର୍ତ୍ତୀ ମ୍ୟାଚ୍ ରୁ ବାଦ ପଡିପାରନ୍ତି। ଆରସିବି ପରବର୍ତ୍ତୀ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଏହି ମ୍ୟାଚ୍ ଏପ୍ରିଲ ୧୫ରେ ଘରୋଇ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ।

ମୁମ୍ବାଇ ବିପକ୍ଷରେ ଫିଲ୍ଡିଂ କରୁଥିବା ବେଳେ କ୍ୟାଚ୍ ଧରିବା ସମୟରେ ମ୍ୟାକ୍ସୱେଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ ସେ ମଇଦାନରୁ ଫେରିଯାଇଥିଲେ। ମୁମ୍ବାଇର ଇନିଂସର ଏକାଦଶ ଓଭରରେ ଆକାଶଦୀପ ବୋଲିଂ କରିଥିଲେ। ଓଭରର ଚତୁର୍ଥ ବଲରେ ସୂର୍ଯ୍ୟକୁମାର ଯାଦବ ଧୂଆଁଦାର ବ୍ୟାଟିଂ କରିଥିଲେ। ତେବେ ମ୍ୟାକ୍ସୱେଲ ଏହି ଓଭରରେ ଆସି ବୋଲିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ଏଥିରେ ବିଫଳ ହୋଇଥିଲେ। ଅଧିକ ଯନ୍ତ୍ରଣା ହେବା ପରେ ସେ ପଡ଼ିଆରୁ ଚାଲିଯାଇଥିଲେ ।

Add Zee News as a Preferred Source

ପ୍ରକାଶ ଥାଉ କି, ଆଇପିଏଲ୍ ୨୦୨୪ରେ ବର୍ତ୍ତମାନ ସୁଦ୍ଧା ମ୍ୟାକ୍ସୱେଲଙ୍କ ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ସେ ହାରାହାରି ୫.୩୩ ଓ ଷ୍ଟ୍ରାଇକ୍ ରେଟ୍ ୯୪.୧୧ ରେ ୬ଟି ମ୍ୟାଚ୍ ରେ ମାତ୍ର ୩୨ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୮ ରନ୍। ଗତ ମ୍ୟାଚ୍ ରେ ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖାତା ଖୋଲିପାରିନଥିଲେ।

Also Read- LSG VS DC: ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ - ଦିଲ୍ଲୀ କ୍ୟାପିଟାଲସ୍ ଟକ୍କର

About the Author