IPL 2024: ନାଇଟ୍ ରାଇଡର୍ସକୁ ପୁଣି ଝଟକା, ବାଦ ପଡ଼ିବେ ଏହି ଖେଳାଳି
Advertisement

IPL 2024: ନାଇଟ୍ ରାଇଡର୍ସକୁ ପୁଣି ଝଟକା, ବାଦ ପଡ଼ିବେ ଏହି ଖେଳାଳି

IPL 2024: ଆଇପିଏଲ୍ ୨୦୨୪ (IPL 2024) ନେଇ ସମୟ ଯେତିକି ସମୟ ପାଖେଇ ଆସୁଛି କ୍ରିକେଟ୍ ପ୍ରେମୀଙ୍କ ମଧ୍ଯରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ତେବେ ଆଇପିଏଲ ଆରମ୍ଭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ପାଇଁ ସମସ୍ୟା ବଢିବାରେ ଲାଗିଛି । ଦଳର ଜଣେ ଖେଳାଳି ପ୍ରାରମ୍ଭିକ ମ୍ୟାଚ୍ ରୁ ବାଦ ପଡ଼ିବ ନେଇ ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ, ମାର୍ଚ୍ଚ ୨୩ରୁ କୋଲକାତା ଆଇପିଏଲରେ ନିଜର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ (sunrisers Hyderabad) ସହ ମୁହାଁମୁହିଁ ହେବ ଦଳ । ତେବେ ଜେସନ୍ ରୟଙ୍କ (Jason Roy) ନାଁ ପ୍ରତ୍ୟାହାର ପରେ ଦଳକୁ ଝଟକା ଲାଗିଥିବା ବେଳେ ଏବେ ଆଉ ଜଣେ ଖେଳାଳି ପ୍ରାରମ୍ଭିକ କିଛିଟା ମ୍ୟାଚ୍ ରୁ ବାଦ ପଡ଼ିବା ନେଇ ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ ଟିମ୍ ଉପରେ ଚାପ ବଢିପାରେ ବୋଲି କୁହାଯାଉଛି । ବାସ୍ତବରେ, ବର୍ତ୍ତମାନ ଭାରତରେ ରଣଜୀ ଟ୍ରଫି (Ranji Trophy 2024) ଖେଳାଯାଉଛି । ମୁମ୍ବାଇ ଓ ବିଦର୍ଭ (Mumbai vs Vidarbha) ମଧ୍ୟରେ ଫାଇନାଲ ମ୍ୟାଚ୍ ଜାରି ରହିଛି । କେକେଆର ଅଧିନାୟକ ଶ୍ରେୟାସ ଆୟର (Shreyas Iyer) ମୁମ୍ବାଇ ପାଇଁ ଏହି ମ୍ୟାଚ୍ ଖେଳୁଛନ୍ତି। ଅନ୍ତିମ ମ୍ୟାଚ୍ ରେ ଶ୍ରେୟସ୍ ୯୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଯେଉଁଥିରେ ୧୦ ଚୌକା ଓ ୩ଟି ଛକା ସାମିଲ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଇନିଂସ ସମୟରେ ଶ୍ରେୟାସଙ୍କ ପିଠିରେ ଆଘାତ ଲାଗିଥିଲା । ଯାହା ଫଳରେ ସେ ଆଇପିଏଲ୍ ର ପ୍ରଥମ ୪ଟି କିମ୍ବା ୫ଟି ମ୍ୟାଚ୍ ରୁ ବାଦ ପଡ଼ିପାରନ୍ତି ବୋଲି କୁହାଯାଉଛି । କେବଳ ଏତିକି ନୁହେଁ, ରଣଜୀ ଟ୍ରଫି ୨୦୨୪ ଫାଇନାଲର ଚତୁର୍ଥ ଦିନରେ ମଧ୍ଯ ଆୟରଙ୍କୁ ପଡ଼ିଆ ଛାଡିବାକୁ ପଡ଼ିଥିଲା ।  ତେବେ ଏନେଇ କୌଣସି ସରକାରୀ ସୂଚନା ମିଳିନାହିଁ। ଯଦି ଏପରି ହୁଏ ତାହାଲେ ଏହା କେକେଆର ପାଇଁ ସମସ୍ୟା ବଢିଯିବ।

ପ୍ରକାଶ ଥାଉ କି, ଆଘାତ ଯୋଗୁଁ ଆୟର ଆଇପିଏଲ ( IPL 2023)ରୁ ମଧ୍ଯ ବାଦ ପଡ଼ିଥିଲେ । ଖାଲି ଏତିକି ନୁହେଁ, ଆହତ ସମସ୍ୟା ଯୋଗୁଁ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ଟେଷ୍ଟ ସିରିଜ୍ ମଧ୍ଯ ଖେଳି ନଥିଲେ ଏହି ଯୁବ ଖେଳାଳି । ଏହା ଏକ ରଣଜୀ ମ୍ୟାଚ୍ ରୁ ମଧ୍ଯ ବାଦ ପଡ଼ିଥିଲେ । ରଣଜୀ ଟ୍ରଫିକୁ ଅଣଦେଖା କରିବା ନେଇ ବିସିସିଆଇ ଆୟରଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି ।