IPL 2024 Auction: ଷ୍ଟିଭ୍ ସ୍ମିଥ୍ ଠାରୁ ମନୀଷ ପାଣ୍ଡେ ପର୍ଯ୍ୟନ୍ତ, UNSOLD ରହିଗଲେ ଏସବୁ ବଡ଼ ଖେଳାଳି
Advertisement

IPL 2024 Auction: ଷ୍ଟିଭ୍ ସ୍ମିଥ୍ ଠାରୁ ମନୀଷ ପାଣ୍ଡେ ପର୍ଯ୍ୟନ୍ତ, UNSOLD ରହିଗଲେ ଏସବୁ ବଡ଼ ଖେଳାଳି

IPL 2024 Auction: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ବ୍ୟତୀତ ମନୀଷ ପାଣ୍ଡେ ଓ କରୁଣ ନାୟାରଙ୍କ ଭଳି ଭାରତୀୟ ଖେଳାଳି ବିକ୍ରି ହୋଇ ନାହାଁନ୍ତି । ଏହା ବ୍ୟତୀତ କୌଣସି ଦଳ ଦକ୍ଷିଣ ଆଫ୍ରିକାର ଖେଳାଳି ରେଲି ରୋସୋଙ୍କୁ ମଧ୍ୟ କିଣି ନଥିଲେ ।

 

IPL 2024 Auction

IPL 2024 Auction: ଆଇପିଏଲ୍ ନିଲାମରେ ଷ୍ଟିଭ୍ ସ୍ମିଥ୍ ଓ ମନୀଷ ପାଣ୍ଡେଙ୍କ ଭଳି ଖେଳାଳିଙ୍କ ଉପରେ କୌଣସି ଦଳ ବିଡ୍ କରି ନାହାଁନ୍ତି । ଅର୍ଥାତ୍ ଏହି ଖେଳାଳିମାନ ନିଲାମରେ ବିକ୍ରି ହୋଇ ପାରି ନାହାଁନ୍ତି । ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଖେଳାଳି ରିଲି ରୋସୋଙ୍କ ବ୍ୟତୀତ ଭାରତୀୟ କରୁଣ ନାୟାରଙ୍କ ନାମ ମଧ୍ୟ ସାମିଲ ରହିଛି । ଯଦିଓ ଏହି ବିକ୍ରି ହୋଇନଥିବା ଖେଳାଳିମାନେ ପୁନର୍ବାର ଏକ ସୁଯୋଗ ପାଇବେ । ଏହି ନିଲାମ ଶେଷରେ, ଏହି ବିକ୍ରି ହୋଇନଥିବା ଖେଳାଳିଙ୍କ ପାଇଁ ପୁନର୍ବାର ବିଡିଂ ହେବ । ଯଦିଓ, ବିଶ୍ୱାସ କରାଯାଏ ଯେ ଏହି ବିକ୍ରି ହୋଇନଥିବା ଖେଳାଳୀମାନଙ୍କ ମଧ୍ୟରୁ କୌଣସି ଦଳମାନେ ମଧ୍ୟ ପରେ କିଣିପାରନ୍ତି ।

ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭ ସ୍ମିଥ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ରିଲି ରୋସୋଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା । ଯେଉଁଠାରେ ଭାରତୀୟ ଖେଳାଳି ମନୀଷ ପାଣ୍ଡେ ଓ କରୁଣ ନାୟାରଙ୍କ ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା । କିନ୍ତୁ କୌଣସି ଦଳ ବିଡିଂ କରି ନଥିଲେ ।

ବିକ୍ରୟ ହୋଇ ନାହାଁନ୍ତି ଏସବୁ ଖେଳାଳି

  • ଷ୍ଟିଭ୍ ସ୍ମିଥ୍ 
  • କରୁଣ ନାୟାର 
  • ମନୀଷ ପାଣ୍ଡେ
  • ରିଲି ରୋସୋ 
  • ଜୋସ୍ ଇଂଲିସ
  • ଫିଲ୍ ସଲ୍ଟ
  • କୁସାଲ ମେଣ୍ଡିସ୍ 

ନିକଟରେ ଅଷ୍ଟ୍ରେଲିଆ ଖେଳାଳି ଜୋଶ ଇଂଲିଶ ଭାରତ ବିପକ୍ଷ ଟି-୨୦ ସିରିଜରେ ତୋଫାନୀ ଇନିଂସ ଖେଳିଥିଲେ । କିନ୍ତୁ ଆଜି ନିଲାମରେ ସେ ବିକ୍ରି ହୋଇନାହାଁନ୍ତି । ବିଶ୍ୱାସ କରାଯାଉଥିଲା ଯେ ଜୋଶ ଇଂଲିଶ ଭଲ ଟଙ୍କା ପାଇବେ, କିନ୍ତୁ କୌଣସି ଦଳ ତାଙ୍କ ପ୍ରତି ଆଗ୍ରହ ଦେଖାଇ ନାହାଁନ୍ତି । ଏହା ବ୍ୟତୀତ ଇଂଲଣ୍ଡର ଫିଲ୍ ସଲ୍ଚ ଓ ଶ୍ରୀଲଙ୍କାର କୁସାଲ ମେଣ୍ଡିସଙ୍କୁ କ୍ରେତା ମିଳିନାହିଁ ।

ଏଥି ସହିତ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି । ପ୍ୟାଟ୍ କମିନ୍ସଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା, କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦.୫୦ କୋଟିରେ କିଣିଛି । ସନରାଇଜର୍ସ ହାଇଦ୍ରାବାଦ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ୟାଟ୍ କମିନ୍ସଙ୍କ ନେବା ପାଇଁ ଚେଷ୍ଟା କରିଥିଲା ।