IPL 2023: କେବଳ ଦୁଇଟି ଓ୍ୱିକେଟ ନେଇ ଇତିହାସ ରଚିଲେ ହର୍ଷଲ ପଟେଲ
Advertisement
Article Detail0/zeeodisha/odisha1647588

IPL 2023: କେବଳ ଦୁଇଟି ଓ୍ୱିକେଟ ନେଇ ଇତିହାସ ରଚିଲେ ହର୍ଷଲ ପଟେଲ

ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଆରସିବିକୁ ଗୋଟିଏ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଆରସିବି (RCB) ୨୧୨ ରନ୍ ସ୍କୋର କରିଥିଲା।

IPL 2023: କେବଳ ଦୁଇଟି ଓ୍ୱିକେଟ ନେଇ ଇତିହାସ ରଚିଲେ ହର୍ଷଲ ପଟେଲ

Harshal Patel News in Odia: ନୂଆଦିଲ୍ଲୀ: ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ଆରସିବିକୁ (Royal Challengers Bangalore) ଗୋଟିଏ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଆରସିବି (RCB) ୨୧୨ ରନ୍ ସ୍କୋର କରିଥିଲା, କିନ୍ତୁ ଲକ୍ଷ୍ନୌ (Lucknow Super Giants) ନିକୋଲାସ୍ ପୁରାନ୍ (Nicholas Pooran) ଏବଂ ମାର୍କସ୍ ଷ୍ଟୋଇନିସଙ୍କୁ (Mark Stonis) ଧନ୍ୟବାଦ ଅର୍ପଣ କରିଥିଲେ। ମ୍ୟାଚ୍ ହାରିଯିବା ପରେ ମଧ୍ୟ ଆରସିବି (RCB) ବୋଲର ହର୍ଷଲ ପଟେଲ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। 

ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ହର୍ଷଲ ଗୋଟିଏ ଓ୍ୱିକେଟ ନେଇ ୧୦୦ଟି ଓ୍ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌକୁ ବିଜୟ ପାଇଁ ୪ ରନର ଆବଶ୍ୟକତା ରହିଥିଲା। କିନ୍ତୁ ସେହି ସମୟରେ ଆରସିବିର କ୍ୟାପଟେନ ଫାପ ଡୁ ପ୍ଲେସିସ ହର୍ଷଲଙ୍କ ଉପରେ ଭରସା ଦେଖାଇଥିଲେ। ବୋଲିଂ କରିବାକୁ ତାଙ୍କୁ ସୁଯୋଗ ଦେଇଥିଲେ। ଏହି ଓଭରରେ ହର୍ଷଲ ପଟେଲ ବେଶ ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ବଲରେ ଗୋଟିଏ ରନ ବ୍ୟୟ କରିଥିଲେ। ସେହିପରି ଦ୍ୱିତୀୟ ବଲରେ ମାର୍କ ଉଡ଼ଙ୍କୁ ଆଉଟ କରିଥିଲେ ହର୍ଷଲ। ସେହି ଓଭରର ପଞ୍ଚମ ବଲରେ ଜୟଦେବ ଉନାଦକତଙ୍କୁ ଆଉଟ କରିଥିଲେ। ସେ ମ୍ୟାଚର ୪ ଓଭରରେ ୪୮ ରନ ବ୍ୟୟ କରି ୨ ଓ୍ୱିକେଟ ନେଇଥିଲେ। ଏହା ପରେ ହର୍ଷଲ ୧୦୦ ତମ ଓ୍ୱିକେଟ କ୍ଲବରେ ସାମିଲ ହୋଇଥିଲେ। 

ହର୍ଷଲଙ୍କ କ୍ୟାରିୟର
ହର୍ଷଲ ପଟେଲ ୨୦୧୨ ମସିହାରେ ଆଇପିଏଲରେ ଖେଳି ଆସୁଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲର ୮୧ଟି ମ୍ୟାଚରୁ ୧୦୧ଟି ଓ୍ୱିକେଟ ହାସଲ କରିଛନ୍ତି। ଏଥିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୭ ରନ ଦେଇ ୫ଟି ଓ୍ୱିକେଟ ହାତେଇଛନ୍ତି। ଧୀମା ବୋଲିଂ କରି ଚଟାପଟ ଓ୍ୱିକେଟ ହାତେଇବାର କଳା ତାଙ୍କୁ ବେଶ ଭଲସେ ଜଣା। ଏହା ବ୍ୟତୀତ ଡେଥ ଓଭରରେ ବେସ ଜବରଦସ୍ତ ବୋଲିଂ କରିବାରେ ସେ ମାହିର। 

ଏକ ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଆରସିବିକୁ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଆରସିବି ଦଳ ୨୧୨ ରନ୍ ସଂଗ୍ରହ କରିଥିଲା। ଆରସିବିର ବ୍ୟାଟସମ୍ୟାନମାନେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ଏହି ତିନିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଖେଳାଳିମାନଙ୍କ କାରଣରୁ ହିଁ ଆରସିବି ବଡ଼ ସ୍କୋରରେ ପହଞ୍ଚିପାରେ। ଦ୍ରୁତ ବ୍ୟାଟିଂ କରୁଥିବା ବେଳେ କୋହଲି ୪୪ ବଲରେ ୬୧ ରନ୍ ସଂଗ୍ରହ କରିଥିଲେ। ଡୁ ପ୍ଲେସିସ୍ ୪୬ ବଲରେ ୭୯ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ମ୍ୟାକ୍ସୱେଲ ୨୯ ବଲରେ ୫୯ ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ପାଇଁ ନିକୋଲାସ୍ ପୁରନ୍ ୬୨ ରନ୍ ସଂଗ୍ରହ କରିଥିଲେ। ଏଥିସହିତ ମାର୍କସ ଷ୍ଟୋଏନିସ ୬୫ ରନର ଇନିଂସ ଖେଳିଥିଲେ। ଶେଷରେ ଆୟୁଷ ବଦୋନୀ ୩୦ ରନ୍ ସଂଗ୍ରହ କରିଥିଲେ। ଏହି ଖେଳାଳିଙ୍କ କାରଣରୁ ଲକ୍ଷ୍ନୌ ଜିତିବାରେ ସଫଳ ହୋଇଥିଲା।

Also Read: IPL 2023: ହାଇ ଭୋଲଟେଜ୍ ମ୍ୟାଚରେ RCBକୁ ପରାସ୍ତ କଲା LSG, କାମ ଦେଲାନି ବିରାଟ କୋହଲି, ମ୍ୟାକ୍ସୱେଲଙ୍କ ଧୂଆଁଧାର ଇନିଂସ

Also Read: IPL 2023: ରୋଚକପୂର୍ଣ୍ଣ ସ୍ଥିତିରେ ପହଞ୍ଚିଲା ଅରେଞ୍ଜ-ପର୍ପଲ କ୍ୟାପ୍ ରେସ, ଜାଣନ୍ତୁ ବର୍ତ୍ତମାନର ସ୍ଥିତି

Also Read: IPL 2023: କେକେଆର ବିଜୟ ପରେ ରିଙ୍କୁ ସିଂହଙ୍କୁ ଶୁଭେଚ୍ଛା ଜଣାଇଲା ଆଇସିସି