MI vs DC: ଶେଷ ବଲରେ ରୋମାଞ୍ଚକର ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ, କାମ ଦେଲାନି ୱାର୍ନରଙ୍କ ରଣନୀତି
Advertisement
Article Detail0/zeeodisha/odisha1648714

MI vs DC: ଶେଷ ବଲରେ ରୋମାଞ୍ଚକର ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ, କାମ ଦେଲାନି ୱାର୍ନରଙ୍କ ରଣନୀତି

MI vs DC: ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଜିତିବାକୁ ୧୭୩ ରନ୍ ଆବଶ୍ୟକ ଥିଲା । ରୋହିତ ଶର୍ମାଙ୍କ ଦଳ ଶେଷ ବଲରେ ଏହି ମ୍ୟାଚକୁ ଜିତି ନେଇଥିଲା । ଏହିପରି ମୁମ୍ବାଇ ଇଣ୍ଡିଆନ୍ସ ସିଜିନର ପ୍ରଥମ ବିଜୟ ପଞ୍ଜିକରଣ କରିଛି ।

ସୌ: ସୋସିଆଲ ମିଡିଆ

MI vs DC Match Highlights: ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ୧୭୩ ରନ୍ କରିବାର ଆବଶ୍ୟକ ଥିଲା । ଶେଷ ବଲରେ ରୋହିତ ଶର୍ମାଙ୍କ ଦଳ ଏହି ମ୍ୟାଚକୁ ଜିତି ନେଇଥିଲା । ଏହିପରି ମୁମ୍ବାଇ ଇଣ୍ଡିଆନ୍ସ ସିଜିନର ପ୍ରଥମ ବିଜୟ ପଞ୍ଜିକରଣ କରିଛି । ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନର ନିଜର ପ୍ରଥମ ବିଜୟକୁ ଅପେକ୍ଷା କରିଛି । କ୍ୟାପଟେନ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୪୫ ବଲରେ ସର୍ବାଧିକ ୬୫ ରନ ଖେଳିଥିଲେ । ସେ ତାଙ୍କ ଇନିଂସରେ ୬ଟି ଚୌକା ଓ ୪ଟି ଛକା ମାରିଥିଲେ ।

ଏହା ବ୍ୟତୀତ ତିଲକ ଭର୍ମା ୨୯ ବଲରେ ୪୧ ରନ୍ ସଂଗ୍ରହ କରିଥିଲେ । ସେ ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ୪ଟି ଛକା ମାରିଥିଲେ । ଏଥି ସହିତ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ନିରାଶ କରିଥିଲେ । ସୂର୍ଯ୍ୟକୁମାର ଯାଦବ କୌଣସି ରନ୍ ସ୍କୋର ନକରି ପ୍ରଥମ ବଲରେ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମୁକେଶ କୁମାର ସର୍ବାଧିକ ୨ ୱିକେଟ୍ ନେଇଥିଲେ । ଏଥି ସହିତ ମୁସ୍ତାଫିଜୁର ରହମାନ ଗୋଟିଏ ସଫଳତା ପାଇୂଥିଲେ ।

fallback

ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଥିଲା ୧୭୩ ରନର ଲକ୍ଷ୍ୟ
ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪ ଓଭରରେ ୧୭୩ ରନ୍ କରି ଅଲ ଆଉଟ ହୋଇ ଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅକ୍ଷର ପଟେଲ ସର୍ବାଧିକ ରନ୍ ସ୍କୋର କରିଥିଲେ । ଏହି ଅଲରାଉଣ୍ଡର ୨୫ ବଲରେ ୫୫ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ନିଜ ଇନିଂସରେ ୪ଟି ଚୌକା ଓ ୫ଟି ଛକା ମାରିଥିଲେ । ଅଧିନାୟକ ଡେଭିଡ ୱାର୍ନର ୪୬ ବଲରେ ୫୧ ରନ୍ ସଂଗ୍ରହ କରିଥିଲେ । ସେ ନିଜ ଇନିଂସରେ ୬ଟି ଚୌକା ମାରିଥିଲେ । ଏହା ବ୍ୟତୀତ ମନୀଷ ପାଣ୍ଡେ ୧୮ ବଲରେ ୨୬ ରନ୍ ସଂଗ୍ରହ କରିଥିଲେ । ପୃଥ୍ଵୀ ଶ' ୧୦ ବଲରୁ ୧୫ ରନ୍ ସଂଗ୍ରହ କରିଥିଲେ । ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ଥିଲା ମୁମ୍ବାଇ ଇଣ୍ଡିଆନ୍ସ ବୋଲରଙ୍କ ପ୍ରଦର୍ଶନ
ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ବିଷୟରେ କଥାବାର୍ତ୍ତା କଲେ ଲେଗ୍ ସ୍ପିନର ପୀୟୁଷ ଚାୱଲା ଚମତ୍କାର ବୋଲିଂ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପୀୟୁଷ ଚାୱଲା ଓ ଜେସନ ବେହେରେଣ୍ଡର୍ଫ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ରେଲି ମେରେଡିଥ୍ ୨ ଟି ସଫଳତା ପାଇଥିଲେ । ଏହା ବ୍ୟତୀତ ହ୍ରିତିକ ଶୋକେନ ମଧ୍ୟ ଏକ ୱିକେଟ୍ ହାସଲ କରିଥିଲେ ।

ଏହା ବି ପଢନ୍ତୁ: IPL 2023: କାହିଁକି ଆଇପିଏଲ ମ୍ୟାଚ୍ ଖେଳୁନାହାଁନ୍ତି ଜୋଫ୍ରା ଆର୍ଚ୍ଚର, କେବେ ଦଳକୁ କରିବେ ପ୍ରତ୍ୟାବର୍ତ୍ତନ? ଜାଣନ୍ତୁ ଉତ୍ତର

ଏହା ବି ପଢ଼ନ୍ତୁ: ODI World Cup 2023: ଭାରତର ଏହି ଦୁଇଟି ସହରରେ ବିଶ୍ୱକପ ମ୍ୟାଚ୍ ଖେଳିବାକୁ କହିଲା ପାକିସ୍ତାନ; ଆଇସିସି ଦେଲା ସୂଚନା