IPL 2023: ଆଇପିଏଲରେ ଗୋଟିଏ ମ୍ୟାଚ୍ ପାଇଁ ଏତିକି ଟଙ୍କା ଚାର୍ଜ କରିଥାଆନ୍ତି ଚିୟର ଗର୍ଲ, ସବୁଠୁ ଅଧିକ ଦରମା ଦେଇଥାଏ ଏହି ଟିମ୍
Advertisement

IPL 2023: ଆଇପିଏଲରେ ଗୋଟିଏ ମ୍ୟାଚ୍ ପାଇଁ ଏତିକି ଟଙ୍କା ଚାର୍ଜ କରିଥାଆନ୍ତି ଚିୟର ଗର୍ଲ, ସବୁଠୁ ଅଧିକ ଦରମା ଦେଇଥାଏ ଏହି ଟିମ୍

IPL Cheerleaders: ପ୍ରତି ମ୍ୟାଚ୍ ରେ ଦରମା ବ୍ୟତୀତ ଚିୟର ଗର୍ଲମାନେ ନିଜର ପ୍ରଦର୍ଶନ ଆଧାରରେ ଅଧିକ ଅର୍ଥ ଉପାର୍ଜନ କରିଥାଆନ୍ତି । ଯଦି ସେମାନଙ୍କ ଦଳ ମ୍ୟାଚରେ ବିଜୟ ହୁଏ ତେବେ ସେମାନଙ୍କୁ ଅଧିକ ସୁବିଧା ମିଳିଥାଏ । 

ସୌ(ସୋସିଆଲ ମିଡିଆ)

IPL Cheerleaders: ଆଇପିଏଲର ୧୬ତମ (ipl season 16) ସିଜନ ଆରମ୍ଭ ହୋଇଛି । ଇତି ମଧ୍ଯରେ ୧୦ଟି ମ୍ୟାଚ୍ ଶେଷ ହୋଇଛି । କ୍ରିକେଟ୍ ଏହି ମହାକୁମ୍ଭକୁ ବେଶ ଉପଭୋଗ କରୁଛନ୍ତି ସବୁ ବୟସର ଲୋକେ । ତେବେ ଖେଳ ଦେଇବା ସମୟରେ ଆପଣ ଦେଖିଥିବେ କି ଖେଳାଳି ମାନେ ମଇଦାରେ ଚକ୍କା ଓ ଚଉକା ମାରିଲେ ପଡ଼ିଆରେ ଥିବା ଚିୟର ଗର୍ଲ ମାନେ (IPL cheerleaders) ନାଚିବା ସହ ଉଭୟ ଖେଳାଳି ଓ ଦର୍ଶକଙ୍କ ମନୋରଞ୍ଜନ କରିଥାଆନ୍ତି । ତେବେ କ’ଣ ଆପଣ ଜାଣିଛନ୍ତି କି, ଏହି ଚିୟର ଗର୍ଲ ମାନେ କେତେ ଦରମା ପାଆନ୍ତି ? ଏହି ଚିୟର ଗର୍ଲଙ୍କ ଦରମା କଥା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ ।

ପ୍ରକାଶ ଥାଉ କି, ଆପଣ ମାନେ ଆଇପିଏଲରେ (ipl) ଦେଖୁଥିବା ଏହି ଚିୟଲ ଗର୍ଲ ମାନେ ବିଦେଶରୁ ଆସିଥାଆନ୍ତି । କିନ୍ତୁ ଏମାନଙ୍କ ମଧ୍ଯରେ କିଛି ଚିୟଲ ଗର୍ଲ ଭାରତର ମଧ୍ୟ ହୋଇଥାଆନ୍ତି । ଯଦି ଆମେ ଏହି ଚିୟଲ ଗର୍ଲଙ୍କ ଦରମା (Salary) କଥା କହିବା ତାହାଲେ ଏମାନେ ଗୋଟିଏ ମ୍ୟାଚ୍ ଲାଗି ପ୍ରାୟ ୧୪୦୦୦-୧୭୦୦୦ ହଜାର ଟଙ୍କା ଚାର୍ଜ କରିଥାଆନ୍ତି । ରିପୋର୍ଟ ଅନୁଯାୟୀ, ଚେନ୍ନାଇ, (chennai super kings) ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ ରାଜଧାନୀ ଦଳର ଚିୟଲ ଗର୍ଲଙ୍କୁ (IPL cheerleader) ଗୋଟିଏ ମ୍ୟାଚ୍ ପାଇଁ ୧୨୦୦୦ରୁ ଅଧିକ ଟଙ୍କା ମିଳିଥାଏ । ଆଇପିଏଲର (IPL) ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପ୍ରତ୍ୟେକ ମ୍ୟାଚ୍ ପାଇଁ ଚିୟର ଗର୍ଲଙ୍କୁ ପ୍ରାୟ ୨୦,୦୦୦ ଟଙ୍କା ପ୍ରଦାନ କରିଥାଏ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (royal challengers Bangalore) ମଧ୍ୟ ପ୍ରତି ମ୍ୟାଚ୍ ପାଇଁ ପ୍ରାୟ ୨୦,୦୦୦ ଟଙ୍କା ଦେଇଥାଏ। ତେବେ କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ତାହାର ଚିୟଲ ଗର୍ଲଙ୍କ ସବୁଠାରୁ ଅଧିକ ଦରମା ଦେଇଥାଆନ୍ତି । କେକେଆର (KKR)  ଗୋଟିଏ ମ୍ୟାଚ୍ ପାଇଁ ଚିୟଲ ଗର୍ଲଙ୍କୁ ପାଇଁ ୨୪୦୦୦ ଟଙ୍କା ପ୍ରଦାନ କରିଥାଏ ।

ଏହା ବି ପଢନ୍ତୁ- IPL 2023: ଆରସିବିକୁ ବଡ଼ ଝଟକା! ଗୋଟିଏ ମ୍ୟାଚ୍ ଖେଳି ପୂରା ସିଜନରୁ ବାଦ ପଡ଼ିଲେ ଏହି ଘାତକ ବୋଲର

ପ୍ରତି ମ୍ୟାଚ୍ ରେ ଦରମା ବ୍ୟତୀତ ଚିୟର ଗର୍ଲମାନେ (cheerleader) ନିଜର ପ୍ରଦର୍ଶନ ଆଧାରରେ ଅଧିକ ଅର୍ଥ ଉପାର୍ଜନ କରିଥାଆନ୍ତି । ଯଦି ସେମାନଙ୍କ ଦଳ ମ୍ୟାଚରେ ବିଜୟ ହୁଏ ତେବେ ସେମାନଙ୍କୁ ଅଧିକ ସୁବିଧା ମିଳିଥାଏ । ଏହା ବ୍ୟତୀତ ସେମାନଙ୍କୁ ପ୍ରତିଦିନ ଖାଦ୍ୟ ମଧ୍ୟ ଦିଆଯାଇଥାଏ । ଅବଶ୍ୟ, ଭରପୂର ଦର୍ଶକଙ୍କ ମଝିରେ ପ୍ରଦର୍ଶନ କରିବାକୁ ଏତେ ସହଜ କାର୍ଯ୍ୟ ନୁହେଁ । ତେବେ ଅନେକ ସମୟରେ ଚିୟଲ ଗର୍ଲମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡି଼ଥାଏ ।

ଏହା ବି ପଢନ୍ତୁ-IPL 2023: କିଏ ଏହି ୧୯ ବର୍ଷୀୟ ସୁୟଶ ଶର୍ମା, ଯିଏ କୋଲକାତା ପାଇଁ ଆଣିଦେଲେ ବିଜୟ

ଏହା ବି ପଢନ୍ତୁ-ମା' ସୁନା ଚେନ୍ ବିକି କିଣି ଦେଇଥିଲେ କ୍ରିକେଟ୍ କିଟ୍, ବାପା ଜଣେ ସୈନିକ, ବର୍ତ୍ତମାନ ପୁଅ ଆଇପିଏଲ କରୁଛନ୍ତି କମାଲ

ଏହା ବି ପଢନ୍ତୁ- IPL 2023: ୧୮୦୦୦ ରନ୍ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ସଞ୍ଜୁ ସାମସନ୍ ଦେବେ କି ସୁଯୋଗ? କରିସାରିଛନ୍ତି ୪୫ ଶତକ, ଶେଷ ମ୍ୟାଚରେ ବସିଥିଲେ ବାହାର