IPL 2023: ମଉଳୁଛି ବାଙ୍ଗାଲୋରର ପ୍ଲେ ଅଫ ଆଶା, ସେପଟେ ଟପ୍-୩ରେ ମୁମ୍ବାଇ ଇଣ୍ଡିଆନ୍ସ
Advertisement

IPL 2023: ମଉଳୁଛି ବାଙ୍ଗାଲୋରର ପ୍ଲେ ଅଫ ଆଶା, ସେପଟେ ଟପ୍-୩ରେ ମୁମ୍ବାଇ ଇଣ୍ଡିଆନ୍ସ

IPL 2023 Fresh Points table : ମଙ୍ଗବାର ଦିନ ସୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ  ପଏଣ୍ଟ ଟେବୁଲର ଟପ ୪କୁ ପ୍ରବେଶ କରିଛି । ସେପଟେ ମୁମ୍ବାଇଠାରୁ  ପରାଜୟ ପରେ ଆରସିବି ୮ମ ସ୍ଥାନରୁ ସିଧା ତୃତୀୟ ସ୍ଥାନ ଅକତିଆର କରିଛି । ସେହିପରି ମ୍ୟାଚ ପୂର୍ବରୁ ୭ମ ସ୍ଥାନରେ ଥିବା ଆରସିବି ପଏଣ୍ଟ ଟେବୁଲର ୮ ସ୍ଥାନକୁ ଖସିଛି ।

ସୌ(ସୋସିଆଲ ମିଡିଆ) IPL 2023

IPL points table 2023: ମଙ୍ଗବାର ଦିନ ସୁର୍ଯ୍ୟକୁମାର ଯାଦବ ଓ ନେହଲ ୱାଡେରାଙ୍କ ତୂଫାନୀ ଇନିଂସ ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (Royal challengers Bangalore) ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) । ବାଙ୍ଗାଲୋର, ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗ୍ଲେନ୍ ମ୍ୟାକ୍ସୱେଲ (୬୮) ଓ ଫାଫ୍ ଡୁ ପ୍ଲେସିସ୍ (୬୫) ଉତ୍କୃଷ୍ଟ ଇନିଂସ ଆଧାରରେ ୨୦ ଓଭରରେ ୬ ୱିକେଟ ହରାଇ ୧୯୯ ୧୯୯ ରନ୍ ସ୍କୋର କରିଥିଲା । ସୂର୍ଯ୍ୟକୁମାର ଓ ନେହଲ ୱାଡେରା ମଧ୍ୟରେ ଶତକୀୟ ଭାଗିଦାରୀ ଆଧାରରେ ମୁମ୍ବାଇ ୧୬.୩ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ​। ତେବେ ଏହି ବିଜୟ ସହ ମୁମ୍ବାଇକୁ  ୨ ପଏଣ୍ଟ ମିଳିଥିବା ବେଳେ ୧୨ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ଟପ ୪କୁ ପ୍ରବେଶ କରିଛି । ସେପଟେ ମୁମ୍ବାଇଠାରୁ  ପରାଜୟ ପରେ ଆରସିବି ଅସୁବିଧାରେ ପଡ଼ିପାରେ । ସୂଚନା ଥାଉ କି, ଆଇପିଏଲ ୨୦୨୩ ପଏଣ୍ଟ ଟେବୁଲରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବାଙ୍ଗାଲୋରକୁ ହରାଇବା ପରେ  ୮ମ ସ୍ଥାନରୁ ସିଧା ତୃତୀୟ ସ୍ଥାନ ଅକତିଆର କରିଛି । ସେହିପରି ମ୍ୟାଚ ପୂର୍ବରୁ ୭ମ ସ୍ଥାନରେ ଥିବା ଆରସିବି (RCB) ପଏଣ୍ଟ ଟେବୁଲର ୮ ସ୍ଥାନକୁ ଖସିଛି ।

ପ୍ରକାଶ ଥାଉ କି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଦିଆଯାଇଥିବା ୨୦୦ ରନ୍‌ର ଟାର୍ଗେଟକୁ ପିଛା କରି ମୁମ୍ବାଇ ଭଲ ଆରମ୍ଭ କରିଥିଲା । ମଇଦାନକୁ ଆସିବା ପରେ ଇଶାନ କିଶନ (Ishan kishan) ବଡ଼ ସଟ୍ ମାରି ଖେଳ ଆରମ୍ଭ କରିଥିଲେ। ୫ ଓଭରର ଚତୁର୍ଥ ବଲରେ ଇଶାନ କିଶନ ୨୧ ବଲରେ ୪୨ ରନ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସମାନ ଓଭରର ଶେଷ ବଲରେ ୱାନିନ୍ଦୁ ହାସରାଙ୍ଗା ରୋହିତ ଶର୍ମାଙ୍କୁ ଆଉଟ୍ କରିଥିଲେ । ଯଦିଓ ରୋହିତ (Rohit Sharma) ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଦେଖାଯାଉଥିଲେ । ମୁମ୍ବାଇ ଅଧିନାୟକ ୮ ବଲରୁ ୭ ରନ୍ ସ୍କୋର କରିଥିଲେ । ୧୬ ତମ ଓଭରର ଚତୁର୍ଥ ବଲରେ ମୁମ୍ବାଇ ତୃତୀୟ ଝଟକା ପାଇଥିଲା । ଦ୍ରୁତ ବ୍ୟାଟିଂ କରୁଥିବା ସୁର୍ଯ୍ୟକୁମାର ଯାଦବ ୩୫ ବଲରେ ୮୩ ରନର ଇନିଂସ ଖେଳିବା ପରେ ଆଉଟ୍ ହୋଇଥିଲେ । ଏହି ଇନିଂସରେ ଆକାଶ ୭ ଚୌକା ଓ ୬ଟି ଛକା ମାରିଥିଲେ । ବିଜୟକୁମାର ଭୌଶକ ଆରସିବିକୁ (RCB) ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲେ । ପରବର୍ତ୍ତୀ ବଲରେ ଟିମ୍ ଡେଭିଡ୍ ମଧ୍ୟ ମ୍ୟାକ୍ସୱେଲଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ୩୪ ବଲରେ ୫୨ ରନ୍ ସ୍କୋର କରିବା ପରେ ନେହେଲ ୱାଡେରା ଅପରାଜିତ ରହିଥିଲେ ଓ କ୍ୟାମେରନ୍ ଗ୍ରୀନ୍ (Cameron Green ) ୨ ବଲରେ ୨ ରନ୍ ସ୍କୋର କରିଥିଲେ ।

ଟପ ୪ରେ ରହିଛନ୍ତି ଏହିସବୁ ଦଳ

ଗୁଜୁରାଟ ଟାଇଟାନ୍ସ (Gujarat Titans ) ୧୬ ପଏଣ୍ଟ ସହ ଆଇପିଏଲ ୨୦୨୩ ପଏଣ୍ଟ ଟେବୁଲରେ (IPL Points table 2023) ଶୀର୍ଷରେ ଅଛି। ସେହିପରି ୧୩ ପଏଣ୍ଟ ସହ ଚେନ୍ନାଇ ସୁପର କିଙ୍ଗ୍ସ (Chennai super kings), ୧୨ ପଏଣ୍ଟ  ସହ ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ଓ ୧୧ ପଏଣ୍ଟ ସହ ଲକ୍ଷ୍ନୌ (Lucknow super giants) ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ୧୦ ପଏଣ୍ଟ ସହ ପାଞ୍ଚଟି ଦଳ ପ୍ଲେ ଅଫ୍ ଦୌଡ଼ରେ ରହିଛନ୍ତି ।

Also Read-IPL 2023: ହିଟମ୍ୟାନ୍ ନୁହଁନ୍ତି 'ଫ୍ଲପମ୍ୟାନ୍' ହୋଇସାରିଛନ୍ତି ରୋହିତ ଶର୍ମା, ଏଥର ଆଇପିଏଲରେ କରିଛନ୍ତି ସବୁଠାରୁ ଖରାପ ପ୍ରଦର୍ଶନ

Also Read-IPL ମଝିରୁ ବାହାର ହେଲେ ଏହି ଖେଳାଳି, ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଲେ ଏହି ଘାତକ ବୋଲର