IPL 2023: ହିଟମ୍ୟାନ୍ ନୁହଁନ୍ତି 'ଫ୍ଲପମ୍ୟାନ୍' ହୋଇସାରିଛନ୍ତି ରୋହିତ ଶର୍ମା, ଏଥର ଆଇପିଏଲରେ କରିଛନ୍ତି ସବୁଠାରୁ ଖରାପ ପ୍ରଦର୍ଶନ
Advertisement

IPL 2023: ହିଟମ୍ୟାନ୍ ନୁହଁନ୍ତି 'ଫ୍ଲପମ୍ୟାନ୍' ହୋଇସାରିଛନ୍ତି ରୋହିତ ଶର୍ମା, ଏଥର ଆଇପିଏଲରେ କରିଛନ୍ତି ସବୁଠାରୁ ଖରାପ ପ୍ରଦର୍ଶନ

IPL 2023: Rohit Sharma poor performance Continuing: ଏହା କ୍ରମାଗତ ଦ୍ୱିତୀୟ ଆଇପିଏଲ୍ ସିଜିନ୍ ଚାଲିଛି, ଯେତେବେଳେ କି ରୋହିତଙ୍କ ବ୍ୟାଟରୁ ରନ୍ ବାହାରୁ ନାହିଁ । ଆଇପିଏଲ-୨୦୨୨ ପରି ଚଳିତ ଆଇପିଏଲରେ ଅମଧ୍ୟ ରୋହିତ ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ।

ସୌ: ସୋସିଆଲ ମିଡିଆ

Rohit Sharma IPL: ରୋହିତ ଶର୍ମାଙ୍କ ଖରାପ ବ୍ୟାଟିଂ ଫର୍ମ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC 2023 Final) ର ଫାଇନାଲ ପୂର୍ବରୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଦେଇଛି । ରୋହିତ ବର୍ତ୍ତମାନ ଆଇପିଏଲରେ ଖେଳୁଛନ୍ତି କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର (Mumbai Indians) ଅଧିନାୟକ ଭାବେ ତାଙ୍କ ଚଳିତ ସିଜିନ ଏପର୍ଯ୍ୟନ୍ତ ନିରାଶାରେ ପରିପୂର୍ଣ୍ଣ ହୋଇଛି । ବ୍ୟାଟ୍ସମ୍ୟାନ 'ହିଟମ୍ୟାନ୍' ବର୍ତ୍ତମାନ 'ଫ୍ଲପମ୍ୟାନ୍' ହୋଇଯାଇଛନ୍ତି ଓ ତାଙ୍କ ଦଳର ମୁମ୍ବାଇର ପ୍ରଦର୍ଶନ ଏପର୍ଯ୍ୟନ୍ତ ଏତେ ଭଲ ମଧ୍ୟନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ ଖେଳିଛି ଓ ସେଥି ମଧ୍ୟରୁ ମାତ୍ର ୫ଟି ଜିତିଛି ଓ ୧୦ ପଏଣ୍ଟ ସହ ନେଟ୍ ରନ ରେଟ୍ ଆଧାରରେ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।

ଏଥିରୁ ସ୍ପଷ୍ଟ ଯେ ଯଦି MI ପାଇଁ ଆଗାମୀ ରାସ୍ତା କଷ୍ଟସାଧ୍ୟ, ତେବେ ରୋହିତ ଶର୍ମାଙ୍କ ପାଇଁ ଏହା ଅଧିକ କଷ୍ଟସାଧ୍ୟ ଅଟେ । WTC ଫାଇନାଲରେ ବ୍ୟାଟିଂ କରିବା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକଙ୍କୁ ପୁନର୍ବାର ଫର୍ମ ଫେରିବାକୁ ପଡିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୭ ଜୁନରୁ ୧୧ ମଧ୍ୟରେ ଖେଳାଯିବ ।

ଏହା ସତ୍ୟ ଯେ ଟି-୨୦ ଓ ଟେଷ୍ଟ କ୍ରିକେଟର ଖେଳ ସମ୍ପୂର୍ଣ୍ଣ ଭିନ୍ନ । ଟି-୨୦ ରେ, ଯେଉଁଠାରେ ବ୍ୟାଟ୍ସମ୍ୟାନ୍ କ୍ରିଜରେ ପହଞ୍ଚିବା ମାତ୍ରେ ଷ୍ଟ୍ରୋକ ଖେଳିବାକୁ ପଡେ, ଟେଷ୍ଟରେ ଖେଳାଳିନଙ୍କ ଧର୍ଯ୍ୟ ଓ କୌଶଳ ପରୀକ୍ଷା କରାଯାଏ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ବ୍ୟାଟରୁ ଭଲ ରନ ସ୍କୋର ବାହାରିବା ଦ୍ୱାରା ଜଣେ ବ୍ୟାଟ୍ସମ୍ୟାନଙ୍କ ଶରୀର ଭାଷା ଓ ମନୋବଳକୁ ସକାରାତ୍ମକ ରଖିବାରେ ସାହାଯ୍ୟ କରିଥାଏ । ଆଇପିଏଲରେ ରୋହିତଙ୍କ ଦଳ ମୁମ୍ବାଇ ଆଜି ୱାନ୍ଖେଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳୁଛି । ମ୍ୟାଚର ଫଳାଫଳ, ହିଟମ୍ୟାନଙ୍କ ପ୍ରଦର୍ଶନକୁ ପ୍ରଶଂସକମାନେ ମଧ୍ୟ ନଜର ରଖିଛନ୍ତି ।

ଏହି ସିଜିନରେ ଦୁଇଥର ଶୂନରେ ଆଉଟ ହୋଇସାରିଛନ୍ତି ରୋହିତ
ଚଳିତ ଆଇପିଏଲ୍ ବିଷୟରେ କହିବାକୁ ଗଲେ ରୋହିତ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚରେ ମାତ୍ର ୧୮୪ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ହାରାହାରି (୧୮.୩୯) ଓ ଷ୍ଟ୍ରାଇକ୍ ରେଟ୍ (୧୨୬.୮୯) ଅର୍ଥାତ ବହୁତ ସାଧାରଣ ରହିଛି । ସେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ ମାରିବାବାରେ ସକ୍ଷମ ହୋଇଛନ୍ତି ଓ ଦୁଇଥର ନରେ ଆଉଟ ହୋଇସାରିଛନ୍ତି । ଆଇପିଏଲରେ ଅଧିକାଂଶ ଥର ଶୂନରେ ଆଉଟ୍ ହେବାର ଲଜ୍ଜାଜନକ ରେକର୍ଡ ମଧ୍ୟ ରୋହିତଙ୍କ ନାମରେ ରହିଛି, ସେ ଏହି  ଲିଗରେ ସର୍ବାଧିକ ଥର 'ଡକ୍' ରେ ଆଉଟ୍ ହୋଇଛନ୍ତି ।

IPL-2022 ରେ ମଧ୍ୟ ଲଗାଇ ନଥିଲେ ଗୋଟିଏ ବି ଅର୍ଦ୍ଧ ଶତକ
ଏହା କ୍ରମାଗତ ଦ୍ୱିତୀୟ ଆଇପିଏଲ୍ ଲିଗ୍, ଯେତେବେଳେ ରୋହିତଙ୍କ ବ୍ୟାଟ୍ ଶାନ୍ତ ରହିଛି । ଆଇପିଏଲ -୨୦୨୨ ରେ, ରୋହିତ ୧୯.୧୪ ର ଖରାପ ହାରାହାରିରେ ମାତ୍ର ୨୬୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ ଓ ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୨୦.୧୭ ରହିଥିଲା । ଗତ ବର୍ଷ ଆଇପିଏଲରେ 'ହିଟମ୍ୟାନ୍' ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରି ନଥିଲା ଓ ତାଙ୍କର ସର୍ବାଧିକ ସ୍କୋର ୪୮ ରନ୍ ଥିଲା । ମୋଟ ଉପରେ ରୋହିତ ଆଇପିଏଲରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । 

ଏହା ବି ପଢ଼ନ୍ତୁ: Imran Khan Arrested: ଇମ୍ରାନ ଖାନଙ୍କୁ ନେଇ ସୁନୀଲ ଗାଭାସ୍କର ପୂର୍ବରୁ କରିଦେଇଥିଲେ ଏହି ଦୁଇଟି ଭବିଷ୍ୟବାଣୀ