MI vs CSK: IPLରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ରୋହିତ ଶର୍ମା ଦେଲେ ହୃଦୟ ଭାଙ୍ଗିଲା ପରି ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!
Advertisement

MI vs CSK: IPLରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ରୋହିତ ଶର୍ମା ଦେଲେ ହୃଦୟ ଭାଙ୍ଗିଲା ପରି ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

MI vs CSK IPL 2023: ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ୫ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଛି । ରୋହିତ ଶର୍ମା କହିଛନ୍ତି ଯେ, ଆମେ ଚେଞ୍ଜରୁମରେ ଯାହା କହୁଛୁ, ତାହା ମ୍ୟାଚ୍ ମଝିରେ କାମ କରୁନାହିଁ । ଆମେ ଜାଣୁ ଯେ ଆମର ଶେଷ ସିଜନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । କିନ୍ତୁ ଆମେ ସବୁବେଳେ ନୂଆ ଭାବେ ଆରମ୍ଭ କରୁ । 

MI vs CSK: IPLରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ରୋହିତ ଶର୍ମା ଦେଲେ ହୃଦୟ ଭାଙ୍ଗିଲା ପରି ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

Rohit Sharma On MI vs CSK Match: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ (IPL) ରେ ରେକର୍ଡ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ((Mumbai Indians) କୁ ଚଳିତ ସିଜନରେ ଦ୍ୱିତୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଗତକାଲି (ଶନିବାର) ଅର୍ଥାତ ଏପ୍ରିଲ ୮ ରାତିରେ ୱାନକେଡେର ଐତିହାସିକ ପଡ଼ିଆରେ ଖେଳାଯାଇଥିବା ଆଇପିଏଲ ୨୦୨୩ (IPL 2023) ର ଦ୍ୱାଦଶ ମ୍ୟାଚ (Mumbai Indians vs Chennai Super Kings) ରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ୱାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ବହୁ ସଂଖ୍ୟାରେ ଦର୍ଶକଙ୍କ ସାମ୍ନାରେ ମୁମ୍ବାଇ ଦଳକୁ ୭ ୱିକେଟରେ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ସିଜନରେ ଏହା ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ ଥିଲା । ଏହା ପରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ (Mumbai Indians Captain) ରୋହିତ ଶର୍ମା (Rohit Sharma) ଙ୍କ ହୃଦୟ ଭାଙ୍ଗିବା ଭଳି ବୟାନ ମଧ୍ୟ ଆସିଛି ।

ଭେଟେରାନ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଶନିବାର ରାତିରେ ଆଇପିଏଲ ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ପରାସ୍ତ କରିଛି । ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ଏହା ପରେ ଚେନ୍ନାଇ ଦଳ ୧୮.୧ ଓଭରରେ ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଛି । ଭେଟେରାନ ୱିକେଟ୍ କିପର ତଥା ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ଟସ୍ ଜିତି ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ । ଚେନ୍ନାଇ ସ୍ପିନରଙ୍କ ସାମ୍ନାରେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ କିଛି ବିଶେଷ କରିପାରିନଥିଲେ।  ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ୪ ଓଭରରେ ୨୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏଥି ସହ ମିଚେଲ ସାଣ୍ଟନର୍ ୨୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଯୁବ ପେସର ତୁଷାର ଦେଶପାଣ୍ଡେ ୩ ଓଭର ବୋଲିଂ କରି ୩୧ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ରବିନ୍ଦ୍ର ଜାଡେଜାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା ।

fallback

ପରାଜୟ ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (Rohit Sharma) କହିଛନ୍ତି ଯେ, "ଆମେ ମଝି ରାସ୍ତାରେ ଦିଗ ହରାଇଛୁ । ଆମେ ପାଇଥିବା ଆରମ୍ଭର ଲାଭ ଉଠାଇ ପାରିଲୁ ନାହିଁ । ଏହା ଏକ ଭଲ ପିଚ୍ ଥିଲା, ୩୦-୪୦ ରନ୍ କମ୍ ରହିଯାଇଥିଲା । ମଧ୍ୟମ ଓଭରରେ ଏହାର ଫାଇଦା ଉଠାଇପାରି ନଥିଲୁ । ଦଳର ସ୍ପିନରମାନଙ୍କୁ କ୍ରେଡିଟ୍ ଦିଆଯିବା ଆବଶ୍ୟକ, ସେମାନେ ଭଲ ବୋଲିଂ କରି ଆମକୁ ଚାପରେ ରଖିଥିଲେ । ଆପଣଙ୍କୁ ବିଭିନ୍ନ ଜିନିଷ ଚେଷ୍ଟା କରିବାକୁ ପଡିବ । ଆପଣ ଆକ୍ରମଣାତ୍ମକ ଓ ସାହସୀ ହେବା ଆବଶ୍ୟକ ।"

ଅଧିକ ପଢ଼ନ୍ତୁ-ବର୍ତ୍ତମାନ ଏହି ଖେଳାଳି ହେବେ ଚେନ୍ନାଇ ସୁପର କିଙ୍ଗ୍ସର ପରବର୍ତ୍ତୀ ଅଧିନାୟକ!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଆଇପିଏଲରୁ ମଧ୍ୟ ଏହି ଖେଳାଳିଙ୍କୁ କରାଯିବ ବାହାର! ନିଜକୁ ଗୋଡ଼ରେ ମାରିଲେ କୁରାଢ଼ୀ

ଅଧିକ ପଢ଼ନ୍ତୁ-ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...

 

ରୋହିତ ଶର୍ମା ଆହୁରି କହିଛନ୍ତି ଯେ, "ଆମର କିଛି ଯୁବ ଖେଳାଳି ଅଛନ୍ତି ଓ ସେମାନଙ୍କୁ କିଛି ସମୟ ଦିଆଯାଉ । ସେମାନଙ୍କର ପ୍ରକୃତ ପ୍ରତିଭା ଅଛି ଓ ଆମେ ତାଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କ ଦକ୍ଷତା ଉପରେ ବିଶ୍ୱାସ ଦେଖାଇବାକୁ ପଡ଼ିବ, ଯାହା ଆମେ କରୁଛୁ । ବରିଷ୍ଠ ଖେଳାଳିମାନେ ମୋ ସହିତ ଆରମ୍ଭ କରିବା ଆବଶ୍ୟକ । ଆମେ ଆଇପିଏଲର ପ୍ରକୃତି ଜାଣୁ, ଯେତେବେଳେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୁଏ ଆମକୁ କିଛି ରିଦମ୍ ହାସଲ କରିବାର ଆବଶ୍ୟକତା ପଡ଼ିଥାଏ । ଯେତେବେଳେ ଆପଣ ଏହା କରନ୍ତି ନାହିଁ ସେତେବେଳେ ଏହା କଷ୍ଟକର ହୋଇଯାଏ । କେବଳ ଦୁଇଟି ମ୍ୟାଚ୍ ଓ ସବୁ ଏପର୍ଯ୍ୟନ୍ତ ହାରିନାହିଁ । ଆଶାକରେ ଜିନିଷଗୁଡ଼ିକ ବଦଳିବା ଆରମ୍ଭ କରିବ ।"