Pakistani Cricketer Abdur Rehman: 'ରବୀନ୍ଦ୍ର ଜାଡେଜା ଦୁର୍ବଳ ସ୍ପିନର, ଯୁଜବେନ୍ଦ୍ର ଚହଲଙ୍କୁ ପିଟିବା ସବୁଠୁ ସହଜ'
Advertisement
Article Detail0/zeeodisha/odisha1590742

Pakistani Cricketer Abdur Rehman: 'ରବୀନ୍ଦ୍ର ଜାଡେଜା ଦୁର୍ବଳ ସ୍ପିନର, ଯୁଜବେନ୍ଦ୍ର ଚହଲଙ୍କୁ ପିଟିବା ସବୁଠୁ ସହଜ'

Pakistani Cricket on Indian Spinners: ଏକ ୟୁଟ୍ୟୁବ୍ ଚ୍ୟାନେଲ ସହ କଥାବାର୍ତ୍ତା କରିବା ବେଳେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁର ରେହମାନ ଭାରତୀୟ ଦଳର ସବୁଠାରୁ ଖରାପ ସ୍ପୀନର ଭାବେ ରବୀନ୍ଦ୍ର ଜାଡେଜା ଏବଂ ଯୁଜବେନ୍ଦ୍ର ଚହଲଙ୍କ ନାଁ ନେଇଛନ୍ତି। 

Pakistani Cricketer Abdur Rehman: 'ରବୀନ୍ଦ୍ର ଜାଡେଜା ଦୁର୍ବଳ ସ୍ପିନର, ଯୁଜବେନ୍ଦ୍ର ଚହଲଙ୍କୁ ପିଟିବା ସବୁଠୁ ସହଜ'

Ravindra Jadeja and Yuzvendra Chahal: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ୪ ମ୍ୟାଚ୍ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଇନ୍ଦୋର ଠାରେ ଖେଳାଯିବ। ଏହାପୂର୍ବରୁ ଭାରତ ପ୍ରଥମ ଦୁଇଟି ଟେଷ୍ଟ ମୁକାବିଲାରେ ବିଜୟୀ ହୋଇ ବର୍ଡର ଗାଭାସ୍କର ଟ୍ରଫି ୨୦୨୩ ନିଜ ନାମରେ କରିନେଇଛି। ପ୍ରଥମ ଦୁଇଟି ମୁକାବିଲାରେ ଭାରତୀୟ ସ୍ପିନରଙ୍କ ଚମତ୍କାରୀ ବୋଲିଂ ଦେଖିବାକୁ ମିଳିଥିଲା। ବିଶେଷକରି ରବୀନ୍ଦ୍ର ଜାଡେଜା ପ୍ରଥମ ଦୁଇଟି ମ୍ୟାଚରେ ୧୭ ୱିକେଟ୍ ନେଇ ଦଳରେ ନିଜର ପ୍ରତ୍ୟାବର୍ତ୍ତନ ସ୍ମରଣୀୟ କରିପାରିଥିଲେ। ହେଲେ ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ରବୀନ୍ଦ୍ର ଜାଡେଜାଙ୍କ ଦକ୍ଷତା ଉପରେ ସନ୍ଦେହ କରୁଥିଲେ। ଏନେଇ ପାକିସ୍ତାନୀ କ୍ରିକେଟର ଜଣଙ୍କ କହିଛନ୍ତି ଯେ ଯେତେବେଳେ ରବୀନ୍ଦ୍ର ଜାଡେଜା ଆସିଲେ, ସେତେବେଳେ ତାଙ୍କ ପାଇଁ ଖେଳିବା ବହୁତ ସହଜ ଥିଲା। 

ଏକ ୟୁଟ୍ୟୁବ୍ ଚ୍ୟାନେଲ ସହ କଥାବାର୍ତ୍ତା କରିବା ବେଳେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁର ରେହମାନ ଭାରତୀୟ ଦଳର ସବୁଠାରୁ ଖରାପ ସ୍ପୀନର ଭାବେ ରବୀନ୍ଦ୍ର ଜାଡେଜା ଏବଂ ଯୁଜବେନ୍ଦ୍ର ଚହଲଙ୍କ ନାଁ ନେଇଛନ୍ତି। ପାକିସ୍ତାନୀ କ୍ରିକେଟର ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଦେଶ ପାଇଁ ଖେଳୁଥିବା ଖେଳାଳୀ କଦାପି ଖରାପ ନୁହଁନ୍ତି। ଜାଡେଜା ତାଙ୍କ କ୍ୟାରିୟର ଆରମ୍ଭରେ ଜଣେ ଦୁର୍ବଳ ବୋଲର ଥିଲେ। ହେଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନରେ ଜାଡେଜା ବିଶ୍ୱର ଏକ ନମ୍ବର ବୋଲର ହୋଇ ପାରିଥିଲେ। ଅବଦୁର ରେହମାନ ଯୁଜବେନ୍ଦ୍ର ଚହଲଙ୍କୁ ସବୁଠାରୁ ଖରାପ ବୋଲର ବୋଲି କହିଛନ୍ତି।

ଆରମ୍ଭରେ ରବୀଦ୍ର ଜାଡେଜା ଜଣେ ମନ୍ଥର ସ୍ପୀନର ଥିଲେ। ପୂର୍ବରୁ ଜାଡେଜା ଜଣେ ଦୁର୍ବଳ ବୋଲର ଥିଲେ। ଆପଣ ତାଙ୍କୁ ସହଜରେ ମୁକାବିଲା କରିପାରିଥାନ୍ତେ। ତାଙ୍କ ବୋଲିଂ ସେପରି ପ୍ରଭାବଶାଳୀ ନଥିଲା। ତାଙ୍କ ବଲ ଅଧିକ ସ୍ପିନ୍ ହୋଇ ପାରିନଥିଲା। ଏହାକୁ ଦେଖିଲେ ଲାଗୁଥିଲା ଯେ ସେ ଏକ ଲମ୍ବା ଦୌଡ଼ ପାଇଁ ଆବଶ୍ୟକୀୟ ଘୋଡା ନୁହଁନ୍ତି। ରବୀଦ୍ର ଜାଡେଜା ନିକଟରେ ବୋଲି ସହିତ ବ୍ୟାଟିଂ ମଧ୍ୟ ଚମତ୍କାର କରିଥିଲେ। ଜାଡେଜା ବିଶ୍ୱର ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି। ଭାରତୀୟ ଦଳ ପାଇଁ ଜାଡେଜା ୨ ମାର୍ଚ୍ଚରୁ ଇନ୍ଦୋର ଠାରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଖେଳିବେ।