ଜସପ୍ରୀତ ବୁମ୍ରା ଭାଙ୍ଗିଲେ ବ୍ରାଏନ୍ ଲାରାଙ୍କ ରେକର୍ଡ; ବ୍ରଡଙ୍କ ଖୁସିକୁ କରିଦେଲେ ଚୁରମାର
Advertisement
Article Detail0/zeeodisha/odisha1241658

ଜସପ୍ରୀତ ବୁମ୍ରା ଭାଙ୍ଗିଲେ ବ୍ରାଏନ୍ ଲାରାଙ୍କ ରେକର୍ଡ; ବ୍ରଡଙ୍କ ଖୁସିକୁ କରିଦେଲେ ଚୁରମାର

England vs India 5th Test: ଟେଷ୍ଟ କ୍ରିକେଟର ୧୪୫ ବର୍ଷର ଇତିହାସରେ ଷ୍ଟୁଆର୍ଟ ବ୍ରଡ ଗୋଟିଏ ଓଭରରେ ସର୍ବାଧିକ ରନ୍ ଦେଇଥିଲେ । ବୁମ୍ରା ତାଙ୍କର ଗୋଟିଏ ଓଭରରେ ୩୫ ରନ୍ କରିଥିଲେ ।

ସୌ: ସୋସିଆଲ ମିଡିଆ

Jasprit Bumrah breaks world record: ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଜସପ୍ରୀତ ବୁମ୍ରାଙ୍କୁ (Jasprit Bumrah) ଭାରତୀୟ ଦଳର ଅଧିନାୟକତ୍ୱ ପ୍ରଦାନ କରାଯାଇଥିଲା । ସେ ପ୍ରଥମେ ବ୍ୟାଟ୍ ସହିତ ଓ ପରେ ବୋଲିଂ ଆରମ୍ଭରେ ବଲ୍ ସହିତ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ସେ ନିଜ ବ୍ୟାଟିଂରେ ୧୬ ବଲରୁ ଅପରାଜିତ ୩୧ ରନ୍ କରିଥିଲେ । ଏହି ସମୟରେ ସେ ଷ୍ଟୁଆର୍ଟ ବ୍ରଡର (Stuart Broad) ଗୋଟିଏ ଓଭରରେ ୩୫ ରନ୍ କରିଥିଲେ । ଏହି ଓଭରରେ ବୁମ୍ରାଙ୍କ ବ୍ୟାଟରୁ ୨୯ ରନ୍ ଓ ବ୍ରଡ୍ ୬ ରନ୍ ଏକ୍ସଟ୍ରା ଦେଇଥିଲେ । ଏହାପୂର୍ବରୁ ଶେଷ ଓଭରରେ ବ୍ରଡ ମହମ୍ମଦ ଶାମିଙ୍କୁ ଆଉଟ କରି ନିଜର ୫୫୦ ତମ ଟେଷ୍ଟ ୱିକେଟ୍ ପୂରଣ କରିଥିଲେ କିନ୍ତୁ ସେ ଏହାକୁ ଅଧିକ ସମୟ ସେଲିବ୍ରେଟ କରିପାରିନଥିଲେ ।

ଏହାର ପରବର୍ତ୍ତୀ ଓଭରରେ ଷ୍ଟୁଆର୍ଟ ବ୍ରଡ ଟେଷ୍ଟ ମ୍ୟାଚରେ ଇତିହାସରେ ଗୋଟିଏ ଓଭରରେ ସର୍ବାଧିକ ରନ୍ ଦେଇ ଲଜ୍ଜାଜନକ ରେକର୍ଡ କରିଥିଲେ । ୨୦୦୭ ଟି-୨୦ ବିଶ୍ୱକପରେ ସେ ଗୋଟିଏ ଓଭରରେ ସର୍ବାଧିକ ରନ୍ ଦେଇଥିଲେ, ଏହି ସମୟରେ ଯୁବରାଜ ସିଂ ତାଙ୍କ ବଲରେ ୬ ଟି ଛକା ମାରିଥିଲେ । ତାଙ୍କ ବ୍ୟତୀତ ଶ୍ରୀଲଙ୍କାର ଅକିଲା ଧନଞ୍ଜୟା ମଧ୍ୟ ଟି-୨୦ କ୍ରିକେଟରେ ଗୋଟିଏ ଓଭରରେ ୩୬ ରନ୍ ଦେଇଛନ୍ତି । କିନ୍ତୁ ଟେଷ୍ଟ କ୍ରିକେଟ୍ ର ୧୪୫ ବର୍ଷର ଇତିହାସରେ, ଅର୍ଥାତ୍ ୧୮୭୭ ମସିହାରେ ପରଠାରୁ ଆଜି ପର୍ଯ୍ୟନ୍ତ ଏହା ବ୍ରଡ ସବୁଠୁ ମହଙ୍ଗା ଓଭର ଥିଲା ​​। 

fallback

କହିରଖୁଛୁ ଯେ ୨୦୦୩ ରେ ବ୍ରାଏନ୍ ଲାରା ଦକ୍ଷିଣ ଆଫ୍ରିକାର ରବିନ୍ ପିଟରସନଙ୍କ ଉପରେ ଗୋଟିଏ ଓଭରରେ ୨୮ ରନ୍ ସ୍କୋର କରିଥିଲେ । ତେବେ ଆଜି, ପ୍ରାୟ ୧୯ ବର୍ଷ ପରେ, ଜସପ୍ରୀତ ବୁମ୍ରା ଷ୍ଟୁଆର୍ଟ ବ୍ରଡ୍ର ଗୋଟିଏ ଓଭରରେ ୩୫ ରନ୍ ସ୍କୋର କରି ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଏହାପୂର୍ବରୁ ଗତ ତିନିଥର ସର୍ବାଧିକ ଓଭର ସ୍କୋର ୨୮ ରନ୍ ଥିଲା, ଯାହା ଲାରାଙ୍କ ସମେତ ତିନିଜଣ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା କରାଯାଇଥିଲା । ଏହି ଓଭରରେ ବୁମ୍ରା ଚାରି ଚାରି, ଦୁଇଟି ଛକା ଓ ଗୋଟିଏ ସିଙ୍ଗିଲ ସମେତ ୨୯ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ବ୍ରଡ ୬ ରନ୍ ଏକ୍ସଟ୍ରା ଦେଇଥିଲେ ।

ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠୁ ମାହାଙ୍ଗା ଓଭର 
୩୫- ଜସପ୍ରୀତ ବୁମ୍ରାଙ୍କ ସାମ୍ନାରେ  ଷ୍ଟୁଆର୍ଟ ବ୍ରଡ୍, ବର୍ମିଂହାମ୍ ୨୦୨୨ *
୨୮- ଜୋହାନ୍ସବର୍ଗ ବ୍ରାଏନ୍ ଲାରାଙ୍କ ସାମ୍ନାରେ ରବିନ୍ ପିଟରସନ ୨୦୦୩ 
୨୮- ଜର୍ଜ ବେଲିଙ୍କ ସାମ୍ନାରେ ଜେମ୍ସ ଆଣ୍ଡରସନ, ପର୍ଥ ୨୦୧୩ 
୨୮- କେଶବ ମହାରାଜଙ୍କ ସାମ୍ନାରେ ଜୋ ରୁଟ୍, ପୋର୍ଟ ଏଲିଜାବେଥ୍ ୨୦୨୦ 

ଏହା ବି ପଢ଼ନ୍ତୁ: ଶତକ ଲଗାଇ ଇତିହାସ ରଚିଲେ ଜାଡେଜା; କପିଲ ଦେବ ଓ ଧୋନିଙ୍କ ସ୍ପେଶାଲ କ୍ଲବରେ ହେଲେ ସାମିଲ