Jasprit Bumrah​: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!
Advertisement

Jasprit Bumrah​: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!

Jasprit Bumrah​: ଜସପ୍ରୀତ ବୁମ୍ରା ବାକି ଖେଳାଳିଙ୍କ ସହ ଗୁଆହାଟୀରେ ପହଞ୍ଚି ନାହାଁନ୍ତି । ଏଠାରେ ଜାନୁଆରୀ ୧୦ରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆକୁ ପ୍ରଥମ ଦିନିକିଆ ଖେଳିବାର ଅଛି । ଜାନୁଆରୀ ୩ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ଭାରତୀୟ ଦିନିକିଆ ଦଳରେ ପରିବର୍ତ୍ତନ କରାଯାଇଥିଲା ।

Jasprit Bumrah​: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!

India vs Sri Lanka ODI Series: ଶ୍ରୀଲଙ୍କା ବିପକ୍ଷ ODI ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଧରଣର ଝଟକା ଲାଗିଛି । ଆଘାତ ପରେ ଦଳରେ ଫେରିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ବର୍ତ୍ତମାନ ଏହି ODI ସିରିଜ (IND vs SL ODI Series) ରୁ ବାଦ ପଡିଛନ୍ତି । ଜସପ୍ରୀତ ବୁମ୍ରା ପୂର୍ବରୁ ଏହି ସିରିଜର ଅଂଶ ହୋଇନଥିଲେ, କିନ୍ତୁ ପରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ଏବେ ପୁଣି ଥରେ ତାଙ୍କୁ ଦଳରୁ ହଟାଯାଇଛି । ଜସପ୍ରୀତ ବୁମ୍ରା (Jasprit Bumrah) ବାକି ଖେଳାଳିଙ୍କ ସହ ଗୁଆହାଟୀରେ ପହଞ୍ଚି ନାହାଁନ୍ତି । ଏଠାରେ ଜାନୁଆରୀ ୧୦ରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ (Team India) କୁ ପ୍ରଥମ ଦିନିକିଆ ଖେଳିବାର ଅଛି । ଜାନୁଆରୀ ୩ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଦ୍ୱାରା ଭାରତୀୟ ଦିନିକିଆ ଦଳରେ ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ଜସପ୍ରୀତ ବୁମ୍ରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଏହି ସିରିଜରେ ସାମିଲ କରାଯାଇଥିଲା । ସେହି ସମୟରେ ଲାଗିଥିଲା ଯେ ଜସପ୍ରୀତ ବୁମ୍ରା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ।

କିନ୍ତୁ ODI ବିଶ୍ୱକପକୁ ଧ୍ୟାନରେ ରଖି ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଏହି କାରଣରୁ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କୁ ଶେଷ ମୁହୂର୍ତ୍ତରେ ସିରିଜରୁ ଦୂରେଇ ରଖାଯାଇଛି । ଯାହାଫଳରେ କୌଣସି ତତ୍ପରତା ଯୋଗୁଁ ବଡ଼ ଅସୁବିଧା ନ ହେଉ । ବର୍ତ୍ତମାନ ତାଙ୍କୁ ପଡ଼ିଆକୁ ଫେରିବା ପାଇଁ ସଂପୂର୍ଣ୍ଣ ସମୟ ମିଳିବ । ଏଠାରେ କହି ରଖୁଛୁ ଯେ, ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ (Rishabh Pant) ଆହତ ହୋଇସାରିଛନ୍ତି ଓ ବିଶ୍ୱକପରେ ତାଙ୍କର ଅଂଶଗ୍ରହଣକୁ ନେଇ ସନ୍ଦେହ ରହିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଜସପ୍ରୀତ ବୁମ୍ରା ସେପ୍ଟେମ୍ବର ୨୦୨୨ରୁ କ୍ରିକେଟ୍ ଏକ୍ଟିଭିଟିରୁ ଦୂରେଇ ଅଛନ୍ତି । ସେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳାଯାଇଥିଲା, ଯେଉଁଥିରେ ଜସପ୍ରୀତ ବୁମ୍ରା ଅଂଶଗ୍ରହଣ କରିଥିଲେ । ଏହା ପରେ ସେ ଆହତ କାରଣରୁ ଦଳରୁ ଦୂରେଇ ରହିଥିଲେ, ଜସପ୍ରୀତ ବୁମ୍ରା ଏସିଆ କପ୍ ୨୦୨୨, ଟି-20 ବିଶ୍ୱକପ ୨୦୨୨ରେ ଅଂଶଗ୍ରହଣ କରିପାରି ନଥିଲେ ।

ଅଧିକ ପଢ଼ନ୍ତୁ:-ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର, ଶେଷରେ ବର୍ତ୍ତମାନ ଏକାଠି ଖେଳିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି

ଅଧିକ ପଢ଼ନ୍ତୁ:-କିଡନୀ ପାଇଁ ରାମବାଣ ହେଉଛି ଏସବୁ ଖାଦ୍ୟ, ଲାଭ ଜାଣିଲେ ଆଜିଠୁ ହିଁ ଆରମ୍ଭ କରିବେ ଖାଇବା

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବିଜେପି ନେତାଙ୍କ ପୁଅ ଓ ଜ୍ୱାଇଁଙ୍କ ମୃତ୍ୟୁ

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଖେଳାଯାଇଥିଲା । ଏହି ସିରିଜକୁ ଟିମ୍ ଇଣ୍ଡିଆ ୨-୧ରେ ଜିତିଛି ।  ଅନ୍ୟପଟେ ପ୍ରଥମ ଦିନିକିଆ ଜାନୁଆରୀ ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।