T20 WC: ଟିମ୍ ଇଣ୍ଡିଆକୁ ବଡ ଝଟକା, ଟି-୨୦ ବିଶ୍ୱକପରୁ ବାଦ୍ ପଡିଲେ ଜସପ୍ରୀତ ବୁମ୍ରା!
Advertisement
Article Detail0/zeeodisha/odisha1373123

T20 WC: ଟିମ୍ ଇଣ୍ଡିଆକୁ ବଡ ଝଟକା, ଟି-୨୦ ବିଶ୍ୱକପରୁ ବାଦ୍ ପଡିଲେ ଜସପ୍ରୀତ ବୁମ୍ରା!

Jasprit Bumrah Out of T20 WC: ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଆହତ କାରଣରୁ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି । ବିସିସିଆଇର ସୂତ୍ର ଏହି ସୂଚନା ଦେଇଛି ।

ସୌ: ସୋସିଆଲ ମିଡିଆ

Jasprit Bumrah Out of T20 WC: ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଆହତ କାରଣରୁ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି । ବିସିସିଆଇର ସୂତ୍ର ଏହି ସୂଚନା ଦେଇଛି ।

ଆଘାତ ଯୋଗୁଁ ସେ ଏସିଆ କପରେ ମଧ୍ୟ ଖେଳିପାରିନଥିଲେ । ଏଠାରେ ତାଙ୍କର ଅନୁପସ୍ଥିତିର ପ୍ରଭାବ ଏପରି ଥିଲା ଯେ ଭାରତ ଫାଇନାଲରେ ମଧ୍ୟ ପହଞ୍ଚି ପାରି ନଥିଲା ଓ ବୋଲିଂ ସବୁଠୁ ବଡ ଦୁର୍ବଳତା ବୋଲି ପ୍ରମାଣିତ ହୋଇଥିଲା । ଏଭଳି ପରିସ୍ଥିତିରେ ତାଙ୍କ ଅନୁପସ୍ଥିତି, ଭାରତର ଟି-୨୦ ବିଶ୍ୱକପ ଅଭିଯାନ ପାଇଁ ଏକ ବଡ ଝଟକା । ଏହାପୂର୍ବରୁ ଭାରତୀୟ ଦଳର ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଓ ସ୍ପିନର ୟୁଜଭେନ୍ଦ୍ର ଚହଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଖେଳିପାରିନଥିଲେ । ଏହି ସମୟରେ କ୍ୟାପଟେନ ରୋହିତ ଶର୍ମା କହିଥିଲେ ଯେ ବୁମ୍ରା ଆହତ ହୋଇଛନ୍ତି ।

ଅକ୍ଟୋବର ୨୩ ରେ ଏମସିଜିରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଏହା ମଧ୍ୟ ଉଭୟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୨ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ହେବ । ଭାରତ ଖେଳିଥିବା ନିଜ ଶେଷ ବିଶ୍ୱକପରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା ।

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ ।

ଷ୍ଟାଣ୍ଡବାଇ ଖେଳାଳି - ମହମ୍ମଦ ଶାମି, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।

ଏହା ବି ପଢ଼ନ୍ତୁ: Rohit breaks Dhoni record: ରୋହିତ ଶର୍ମା ଭାଙ୍ଗିଲେ ଏମଏସ ଧୋନିଙ୍କ ଏହି ରେକର୍ଡ, କଲେ ଏହି ବଡ କାରନାମା

ଏହା ବି ପଢ଼ନ୍ତୁ: ଏହା ବି ପଢ଼ନ୍ତୁ: ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ