Advertisement
Article Detail0/zeeodisha/odisha2314913
Zee OdishaOdisha SportsT20 World Cup 2024: ସତ ହେଲା ଜୟ ଶାହାଙ୍କ ଭବିଷ୍ୟବାଣୀ, ବାରବାଡୋସରେ ତ୍ରିରଙ୍ଗା ଉଡ଼ାଇଲେ ରୋହିତ ଶର୍ମା, ଦେଖନ୍ତୁ ଭିଡିଓ

T20 World Cup 2024: ସତ ହେଲା ଜୟ ଶାହାଙ୍କ ଭବିଷ୍ୟବାଣୀ, ବାରବାଡୋସରେ ତ୍ରିରଙ୍ଗା ଉଡ଼ାଇଲେ ରୋହିତ ଶର୍ମା, ଦେଖନ୍ତୁ ଭିଡିଓ

T20 World Cup 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ ଜୟ ଶାହା କହିଥିଲେ, "ବିଶ୍ୱକପ ଉପରେ ମୋର ବୟାନକୁ ସମସ୍ତେ ଅପେକ୍ଷା କରିଥିଲେ। ୨୦୨୩ ମସିହାରେ ଭାରତ କ୍ରମାଗତ ୧୦ ଟି ମ୍ୟାଚ ଜିତି ବିଶ୍ୱକପ ଜିତି ପାରି ନଥିଲା, କିନ୍ତୁ ଆମେ ହୃଦୟ ଜିତିଥିଲୁ।"

 

Rohit Sharma plants India flag on the barbados cricket stadium
Rohit Sharma plants India flag on the barbados cricket stadium

T20 World Cup 2024 Final: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ଟି-୨୦ କ୍ରିକେଟ୍ ବିଶ୍ୱକପ୍ ପାଇଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଘୋଷଣା କରିବାବେଳେ ଭାରତର ବିଜୟର ଭବିଷ୍ୟବାଣୀ କରିଥିଲେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବାରବାଡୋସରେ ଟି-୨୦ ବିଶ୍ୱକପ ଟ୍ରଫି ଉଠାଯିବ ଓ ପଡ଼ିଆରେ ଭାରତୀୟ ପତାକା ଲଗାଯିବ ବୋଲି ସେ ଦାବି କରିଥିଲେ।

ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ସେ ଘରୋଇ ଗ୍ରାଉଣ୍ଡରେ ଭାରତ ଏକଦିବସୀୟ ବିଶ୍ୱକପ ହାରିଥିଲେ ସେତେବେଳେ ସେ ଏହି ବିୟାନ ଦେଇଥିଲେ। ଏହି ସମୟରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଅନେକ ଆଲୋଚନା ହୋଇଥିଲା। ଏହା ପରେ ଜୟ ଶାହା ପ୍ରତିଶୃତି ଦେଇଥିଲେ ଯେ ଭାରତ ଟି-୨୦ ବିଶ୍ୱକପ୍ ଉଠାଇବ ଓ ବାରବାଡୋସରେ ତ୍ରିରଙ୍ଗାକୁ ଉଡାଇବ।

fallback

Add Zee News as a Preferred Source

ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ପଡ଼ିଆ ମଝିରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଜୟ ଶାହାଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଏକ ନୂଆ ନାମ ଦେଇଛନ୍ତି। ସେ ଲେଖିଛନ୍ତି, “ବହୁତ ଭଲ, ଜୟ ଶାହା। ତୁମର ନୂଆ ନାମ ଜୟ ନୋଷ୍ଟ୍ରାଡମସ୍ ଶାହା। ଆପଣ ରୋହିତ ଶର୍ମାଙ୍କୁ ୪ ମାସ ପୂର୍ବରୁ ଅଧିନାୟକ କରିସାରିଥିଲେ ଓ ଭବିଷ୍ୟବାଣୀ କରିଥଲେ ଯେ ଆଜି ଭାରତ ଏହି କପ ଜିତିବ।"

କ’ଣ କହିଥିଲେ ଜୟ ଶାହା?
ଜୟ ଶାହା ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ କହିଥିଲେ, "ବିଶ୍ୱକପ ଉପରେ ମୋର ବୟାନକୁ ସମସ୍ତେ ଅପେକ୍ଷା କରିଥିଲେ। ୨୦୨୩ ମସିହାରେ ଭାରତ କ୍ରମାଗତ ୧୦ଟି ମ୍ୟାଚ ଜିତି ବିଶ୍ୱକପ ଜିତି ପାରିନାହିଁ ସତ କିନ୍ତୁ ଆମେ ହୃଦୟ ଜିତିଥିଲୁ। କିନ୍ତୁ ମୁଁ ଏକ ପ୍ରତିଶୃତି ଦେଉଛି। ମୁଁ ଚାହୁଁଛି ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଜିତିବ ଓବାରବାଡୋସରେ ଆମକ ପତାକା ଉତ୍ତୋଳନ କରିବ ।"

About the Author