Lionel Messi: ଫିଫା ବିଶ୍ୱକପ ୨୦୨୬ରେ ବି ଖେଳିବେ ମେସି! ଆର୍ଜେଣ୍ଟିନା ମ୍ୟାନେଜରଙ୍କ ଏହି ବୟାନ ପ୍ରଶଂସକଙ୍କୁ କରିଦେବ ଖୁସ୍
Advertisement

Lionel Messi: ଫିଫା ବିଶ୍ୱକପ ୨୦୨୬ରେ ବି ଖେଳିବେ ମେସି! ଆର୍ଜେଣ୍ଟିନା ମ୍ୟାନେଜରଙ୍କ ଏହି ବୟାନ ପ୍ରଶଂସକଙ୍କୁ କରିଦେବ ଖୁସ୍

Lionel Messi FIFA World Cup:  ଆପଣଙ୍କୁ କହି ରଖୁଛୁ ଯେ, ମେସିର ୨ ଗୋଲର ସାହାଯ୍ୟରେ ରବିବାର ଫିଫା ବିଶ୍ୱକପର ରୋମାଞ୍ଚକର ଫାଇନାଲର ଅତିରିକ୍ତ ସମୟ ଶେଷରେ ଆର୍ଜେଣ୍ଟିନା ଓ ଫ୍ରାନ୍ସର ସ୍କୋର ୩-୩ ରହିଥିଲା । ଗୋଲକିପର ଏମିଲିଆନୋ ମାର୍ଟିନେଜ ସୁଟଆଉଟରେ ଦୁଇଟି ସ୍ପଟ୍-କିକ୍ ରକ୍ଷା କରିଥିଲେ ।

Lionel Messi: ଫିଫା ବିଶ୍ୱକପ ୨୦୨୬ରେ ବି ଖେଳିବେ ମେସି! ଆର୍ଜେଣ୍ଟିନା ମ୍ୟାନେଜରଙ୍କ ଏହି ବୟାନ ପ୍ରଶଂସକଙ୍କୁ କରିଦେବ ଖୁସ୍

Lionel Messi FIFA World Cup 2026: ଆର୍ଜେଣ୍ଟିନା ଦଳ (Argentina Team) ଫିଫା ବିଶ୍ୱକପ୍ ୨୦୨୨ ଟାଇଟଲ୍ (FIFA World Cup 2022 Trophy) ଜିତିବା ପରେ ଆର୍ଜେଣ୍ଟିନାର ମ୍ୟାନେଜର (Argentina Association Football Manager) ଲିଓନେଲ ସ୍କାଲୋନି ଷ୍ଟାର (Lionel Scaloni) ଫୁଟବଲର୍ ଲିଓନେଲ ମେସି (Lionel Messi) ଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ଲିଓନେଲ ସ୍କାଲୋନିଙ୍କ ଅନୁଯାୟୀ, ଲିଓନେଲ ମେସି ୨୦୨୬ ଫିଫା ବିଶ୍ୱକପ (FIFA World Cup 2026) ପର୍ଯ୍ୟନ୍ତ ଖେଳି ପାରନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ମେସିର ୨ ଗୋଲର ସାହାଯ୍ୟରେ ରବିବାର ଫିଫା ବିଶ୍ୱକପର ରୋମାଞ୍ଚକର ଫାଇନାଲର ଅତିରିକ୍ତ ସମୟ ଶେଷରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ (Argentina vs France) ର ସ୍କୋର ୩-୩ ରହିଥିଲା । ଗୋଲକିପର ଏମିଲିଆନୋ ମାର୍ଟିନେଜ (Emiliano Martinez) ସୁଟଆଉଟରେ ଦୁଇଟି ସ୍ପଟ୍-କିକ୍ ରକ୍ଷା କରିଥିଲେ ।

ଆର୍ଜେଣ୍ଟିନା ମ୍ୟାନେଜର (Argentina Association Football Manager) ଲିଓନେଲ ସ୍କାଲୋନି (Lionel Scaloni) କହିଛନ୍ତି ଯେ, "ପରବର୍ତ୍ତୀ ଫିଫା ବିଶ୍ୱକପ ପାଇଁ ଦଳରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଆମକୁ ଲିଓନେଲ ମେସିଙ୍କ ଆବଶ୍ୟକତା ଅଛି । ଯଦି ସେ ଖେଳିବାକୁ ଚାହାଁନ୍ତି, ତେବେ ସେ ଆମ ସହିତ ରହିବେ ।" ସେପଟେ ଲିଓନେଲ ମେସି (Lionel Messi) ବାରମ୍ବାର କହିଛନ୍ତି ଯେ, ଏହି ବିଶ୍ୱକପ ତାଙ୍କ କ୍ୟାରିୟରର ପଞ୍ଚମ ତଥା ଶେଷ ହେବ । ୨୦୨୧ କୋପା ଆମେରିକା ଓ ବର୍ତ୍ତମାନ ଫୁଟବଲର ସବୁଠାରୁ ସମ୍ମାନଜନକ ପୁରସ୍କାର ଜିତିବା ସତ୍ତ୍ୱେ ସ୍କାଲୋନି ପରାମର୍ଶ ଦେଇଛନ୍ତି ଯେ, ଏବେବି ମେସିଙ୍କ ପାଇଁ କାତାର ପରେ ମଧ୍ୟ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଜାରି ରଖିବା ପ୍ରେରଣା ହୋଇପାରେ ।

ଲିଓନେଲ ସ୍କାଲୋନି (Lionel Scaloni) ଆଗକୁ କହିଛନ୍ତି ଯେ, ସେ (Lionel Messi) ଆର୍ଜେଣ୍ଟିନା ସହିତ ଖେଳିବାକୁ ଚାହୁଁଛନ୍ତି ନା ତାଙ୍କ କ୍ୟାରିୟର ସହିତ ଯାହା କରିବାକୁ ଚାହୁଁଛନ୍ତି, ତାହା ସ୍ଥିର କରିବାର ତାଙ୍କର ଅଧିକ ଅଧିକାର ଅଛି । ସ୍କାଲୋନି ଏହି ବିଜୟକୁ ଆର୍ଜେଣ୍ଟିନାବାସୀଙ୍କୁ ଉତ୍ସର୍ଗ କରି କହିଛନ୍ତି ଯେ, ପ୍ରଶଂସକଙ୍କ ସମର୍ଥନ ସମଗ୍ର ଟୁର୍ଣ୍ଣାମେଣ୍ଟରେ ନିରନ୍ତର ପ୍ରେରଣା ଯୋଗାଇଥାଏ । ଏହି ଦଳ ଆର୍ଜେଣ୍ଟିନା ପ୍ରଶଂସକଙ୍କ ପାଇଁ ଖେଳୁଛି ।

ଏହା ବି ପଢ଼ନ୍ତୁ:-ଲିଓନେଲ ମେସି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ଏହି କନେକଶନ ବିଷୟରେ ଜାଣିଛନ୍ତି କି ଆପଣ? ଏହା ମଧ୍ୟ ବିଜୟର କାରଣ

ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କ ଘର ଆଗରେ ଡଜନ ଡଜନ ଖୁଣ୍ଟ ପୋତିଲା ରେଲୱେ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ନୂଆ ବର୍ଷରେ ଆସିବ ୧୦୦୦ ଟଙ୍କାର ନୂଆ ନୋଟ୍, ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍! ସରକାର ଦେଲେ ବଡ଼ ସୂଚନା

ଏଠାରେ କହି ରଖୁଛୁ, ଲିଓନେଲ ମେସି (Lionel Messi) ଙ୍କ ସବୁଠୁ ବଡ଼ ସ୍ୱପ୍ନ ସାକାର ହୋଇଛି । ଫିଫା ବିଶ୍ୱକପ ୨୦୨୨ର ଫାଇନାଲ (FIFA World Cup Final 2022) ରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ (FIFA World Cup Champion Argentina) ଜିତିଛି । ଏହି ଚମତ୍କାରର ଲେଖକ ହେଉଛନ୍ତି ଲିଓନେଲ ମେସି, ଯିଏ ନିଜ ଦମରେ ନିଜ ଦଳକୁ ଚାମ୍ପିୟନ କରାଇଛନ୍ତି । ଆଉ ୩୬ ବର୍ଷ ପରେ ଆର୍ଜେଣ୍ଟିନାର ସ୍ୱପ୍ନକୁ ପୂରଣ କରିଛନ୍ତି । ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗରେ ପ୍ରାୟ ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ଆର୍ଜେଣ୍ଟିନା ଆଜି ଖୁସିରେ ନାଚୁଛି । ଫୁଟବଲ ହେଉଛି ବିଶ୍ୱର ସର୍ବାଧିକ ଦେଖାଯାଉଥିବା ଖେଳ, ଯାହାର ବିଶ୍ୱକପ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି ।