ଟୋକିଓ ପାରାଲିମ୍ପିକ୍ସରେ ସିଲଭର ଜିତିଲେ ନିଷାଦ, ଭାରତର ପାଇଲା ଦ୍ୱିତୀୟ ପଦକ
Advertisement

ଟୋକିଓ ପାରାଲିମ୍ପିକ୍ସରେ ସିଲଭର ଜିତିଲେ ନିଷାଦ, ଭାରତର ପାଇଲା ଦ୍ୱିତୀୟ ପଦକ

ଟୋକିଓ ପାରାଲିମ୍ପିକ୍ସର ପୁରୁଷ ହାଇ ଜମ୍ପ ଟି -୪୭ ଇଭେଣ୍ଟରେ ନିଷାଦ କୁମାର ଦେଶକୁ ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟର ଫାଇନାଲରେ ନିଷାଦ ୨.୦୬ ମିଟର ଡେଇଁଥିଲେ ଓ ଏହା ସହ ଚଳିତ ବର୍ଷର ଏସୀୟ ଗେମ୍ସ ରେକର୍ଡ ସହିତ ସମାନ ହୋଇଥିଲେ ।

(ଫଟୋ- Twitter)

Tokyo Paralympics: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ (Tokyo Paralympics) ଭାରତର ନିଷାଦ କୁମାର (Nishad Kumar) ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ହାଇ ଜମ୍ପ ଟି -୪୭ ଇଭେଣ୍ଟରେ ସେ ଦେଶ ପାଇଁ ରୌପ୍ୟ ପଦକ (Silver medal) ଜିତିଛନ୍ତି । ଏହି ଇଭେଣ୍ଟର ଫାଇନାଲରେ ନିଷାଦ ୨.୦୬ ମିଟର ଡେଇଁଥିଲେ ଓ  ଏହା ସହ ଚଳିତ ବର୍ଷର ଏସୀୟ ଗେମ୍ସ ରେକର୍ଡ ସହିତ ସମାନ ହୋଇଥିଲେ । ଏହି ଇଭେଣ୍ଟରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ ।

ସମାନ ଇଭେଣ୍ଟର ଫାଇନାଲରେ ଭାରତର ଦ୍ୱିତୀୟ ପାରା-ଆଥଲେଟ୍ ରାମପାଲ ଚହର ୫ ନମ୍ବର ସ୍ଥାନରେ ରହିଛନ୍ତି । ଯଦିଓ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ୧.୯୪ ମିଟର ଡେଇଁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ପାରାଲିମ୍ପିକ କମିଟି ମୁଖ୍ୟ ଦୀପା ମଲିକ ନିଷାଦଙ୍କୁ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: IND VS ENG: ଚତୁର୍ଥ ଟେଷ୍ଟରେ ହେବ ଏହି ବଡ଼ ପରିବର୍ତ୍ତନ! ଅନେକେ ଖେଳାଳି ହେବେ OUT

ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟରରେ ଲେଖିଛନ୍ତି, ଟୋକିଓରୁ ଆଉ ଏକ ଖୁସି ଖବର ଆସିଛି । ପୁରୁଷ ହାଇ ଜମ୍ପ ଟି -୪୭ ରେ ନିଷାଦ କୁମାର ରୌପ୍ୟ ପଦକ ଜିତିଛନ୍ତି, ଯାହା ମୋତେ ବହୁତ ଖୁସି କରିଛି । ଉତ୍କୃଷ୍ଟ କୌଶଳ ଓ ପରିଶ୍ରମ ସହିତ ସେ ଜଣେ ମହାନ ଆଥଲେଟ୍ ହୋଇପାରିଛନ୍ତି, ତାଙ୍କୁ ଅନେକ ଅନେକ ଅଭିନନ୍ଦନ ।

ନିଶାଦଙ୍କ ପୂର୍ବରୁ ଟେବୁଲ ଟେନିସ ଖେଳାଳି ଭାଭିନା ବେନ ପଟେଲ ଟୋକିଓ ପାରାଲିମ୍ପିକ ଗେମ୍ସରେ ରୌପ୍ୟ ପଦକ ଜିତି ଭାରତ ଆପି ପଦକର ଖାତା ଖୋଲିଥିଲେ । ମହିଳା ସିଙ୍ଗଲ୍ସ କ୍ଲାସ୍ ୪ ର ଫାଇନାଲରେ ଭବୀନା ୧୧-୭, ୧୧-୫, ୧୧-୬ ଚିନର ଜୋ ୟିଙ୍ଗଙ୍କ ଠାରୁ ହାରି ଯାଇଥିଲେ ।