ODI World Cup 2023: ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ଏହି ୧୦ ବ୍ୟାଟସମ୍ୟାନ
Advertisement
Article Detail0/zeeodisha/odisha1900799

ODI World Cup 2023: ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ଏହି ୧୦ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ: ବିଶ୍ଵ କପ କ୍ରିକେଟର ଶଙ୍ଖନାଦ ହୋଇସାରିଲାଣି। ବିଭିନ୍ନ ଦେଶର ଖେଳାଳି ଭାରତରେ ପହଞ୍ଚି ସାରିଲେଣି । ତେବେ ସମସ୍ତଙ୍କ ନଜର ଭାରତ ଉପରେ। ହୋମ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଚମତ୍କାର ଦେଖାଇବ ବୋଲି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଶା। ଆଗରୁ ଦୁଇଥର ଚାମ୍ପିଅନ ହୋଇଥିବା ଟିମ୍ ଇଣ୍ଡିଆ ଏଥର ରୋହିତଙ୍କ ନେତୃତ୍ବରେ ଚମତ୍କାର କରିବ ବୋଲି ସମସ୍ତେ ଆ

ODI World Cup 2023: ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ଏହି ୧୦ ବ୍ୟାଟସମ୍ୟାନ

CWC22023: ନୂଆଦିଲ୍ଲୀ: ବିଶ୍ଵ କପ କ୍ରିକେଟର ଶଙ୍ଖନାଦ ହୋଇସାରିଲାଣି। ବିଭିନ୍ନ ଦେଶର ଖେଳାଳି ଭାରତରେ ପହଞ୍ଚି ସାରିଲେଣି । ତେବେ ସମସ୍ତଙ୍କ ନଜର ଭାରତ ଉପରେ। ହୋମ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଚମତ୍କାର ଦେଖାଇବ ବୋଲି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଶା। ଆଗରୁ ଦୁଇଥର ଚାମ୍ପିଅନ ହୋଇଥିବା ଟିମ୍ ଇଣ୍ଡିଆ ଏଥର ରୋହିତଙ୍କ ନେତୃତ୍ବରେ ଚମତ୍କାର କରିବ ବୋଲି ସମସ୍ତେ ଆଶା କରୁଛନ୍ତି। ଏଥର ଟିମରେ ଏଭଳି ଦୁଇଜଣ ଖେଳାଳି ଅଛନ୍ତି, ଯେଉଁମାନେ ବିଶ୍ଵକପରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟର ସେହି ୧୦ ଖେଳାଳିଙ୍କ ବାବଦରେ ଯେଉଁମାନେ ବିଶ୍ଵ କପରେ ସର୍ବାଧିକ ରନ୍ କରିଛନ୍ତି।  

୧- ଭାରତ ପାଇଁ ସର୍ବାଧିକ ସ୍କୋର କହିଥିବା ଲିଷ୍ଟର ଏକ ନମ୍ବର ସ୍ଥାନରେ ଆସୁଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ୪୫ଟି ମ୍ୟାଚରୁ ୪୪ ଇନିଂସରେ ୫୬.୫୫ ହାରରେ ୨୨୭୮ ରନ ସଂଗ୍ରହ କରିଛନ୍ତି । ସଚିନ ୧୯୯୨ରୁ ୨୦୧୧ ବିଶ୍ବକପ ଦଳରେ ସ୍ଥାନ ପାଇଥିଲେ ।  

୨- ଏବେ ନଜର ପକାଇବା ଦ୍ବିତୀୟ ସ୍ଥାନରେ ଥିବା ଖେଳାଳିଙ୍କ ଉପରେ । ସଚିନଙ୍କ ଗୋଟିଏ ପରେ ଗୋଟିଏ ରେକର୍ଡକୁ ଅତିକ୍ରମ କରୁଥିବା ବିରାଟ କୋହଲି ଭାରତ ପକ୍ଷରୁ ବିଶ୍ବକପରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ଲିଷ୍ଟର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୨୦୧୧, ୨୦୧୫ ଏବଂ ୨୦୧୯ ବିଶ୍ବକପରେ ଭାରତୀୟ ଦଳର ସଦସ୍ୟ ହୋଇଥିବାବେଳେ ୨୬ଟି ପାଳି ଖେଳିଛନ୍ତି । ୪୬.୮୧ ହାରରେ ସେ ୧୦୩୦ ରନ ସଂଗ୍ରହ କରିଛନ୍ତି । 

୩. ଦାଦା ସୌରଭ ଗାଙ୍ଗୁଲି ବିଶ୍ବକପରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୯୯୯ରୁ ୨୦୦୭ ବିଶ୍ବକପ ଖେଳିଥିବାବେଳେ ୨୧ଟି ପାଳିରେ ୫୫.୮୮ ହାରରେ ୧୦୦୬ ରନ କରିଛନ୍ତି ।  

୪. ହିଟମ୍ୟାନ ବା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ୨୦୧୫ ଏବଂ ୨୦୧୯ ଦୁଇଟି ବିଶ୍ବକପ ଦଳରେ ଅଂଶ ହୋଇଥିବାବେଳେ ୧୭ ପାଳିରେ ୬୫.୨୦ ହାରରେ ୯୭୮ ରନ ସଂଗ୍ରହ କରିଛନ୍ତି ।  

୫. ବିଶ୍ବକପରେ ଭାରତ ପାଇଁ ସର୍ବାଧିକ ସ୍କୋର କରିଥିବା ଲିଷ୍ଟର ପଞ୍ଚମ ସ୍ଥାନରେ ରହିଛନ୍ତି ବର୍ତ୍ତମାନ ବିଶ୍ବକପରେ ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ୍ । ୧୯୯୯ରୁ ୨୦୦୭ ମଧ୍ୟରେ ସେ ୨୨ଟି ମ୍ୟାଚରୁ ୨୧ ପାଳିରୁ ୬୧.୪୨ ରନ ହାରରେ ୮୬୦ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।  

୬. ଧୂଆଧାର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହଓ୍ବାଗ । ୨୦୦୩ରୁ ୨୦୧୧ ବିଶ୍ବକପ ଦଳରେ ସ୍ଥାନ ପାଇଥିବାବେଳେ ୨୨ ପାଳି ଖେଳିଛନ୍ତି । ୩୮.୩୧ ହାରରେ ୮୪୩ ରନ ସଂଗ୍ରହ କରିଥିବାବେଳେ ଷଷ୍ଠ ସ୍ଥାନରେ ରହିଛନ୍ତି ।  

୭. ସର୍ବାଧିକ ସ୍କୋର ଲିଷ୍ଟର ସପ୍ତମ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଧିନ । ୧୯୮୭ରୁ ୧୯୯୯ ବିଶ୍ବକପ ଖେଳିଛନ୍ତି । ୩୦ ମ୍ୟାଚରୁ ୨୫ ପାଳିରୁ ୩୯.୩୩ ହାରରେ ୮୨୬ ରନ ସଂଗ୍ରହ କରିଛନ୍ତି ।  

୮. ୨୦୧୧ ବିଶ୍ବକପରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତ ପାଇଁ ବିଶ୍ବକପରେ ସର୍ବାଧିକ ସ୍କୋର କରିଥିବା ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି । ୨୦୦୭ରୁ ୨୦୧୯ ବିଶ୍ବକପ ଦଳରେ ସ୍ଥାନ ପାଇଥିବାବେଳେ ୨୯ ମ୍ୟାଚରୁ ୨୫ ପାଳିରେ ୪୩.୩୩ ହାରରେ ୭୮୦ ରନ ସଂଗ୍ରହ କରିଛନ୍ତି ।  

୯. ଧୂଆଁଧାର ଅଲରାଉଣ୍ଡର ଯୁବରାଜ ସିଂହ । ଏହି ଲିଷ୍ଟର ନବମ ସ୍ଥାନରେ ରହିଛନ୍ତି । ୨୦୦୩ରୁ ୨୦୧୧ ବିଶ୍ବକପ ଦଳରେ ସ୍ଥାନ ପାଇଥିବାବେଳେ ୨୩ ମ୍ୟାଚରୁ ୨୧ ପାଳିରେ ୫୨.୭୧ ହାରରେ ୭୩୮ ରନ ସଂଗ୍ରହ କରିଛନ୍ତି ।  

୧୦. ସେପଟେ ବିଶ୍ବକପରେ ଭାରତ ପାଇଁ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ଲିଷ୍ଟର ୧୦ ନମ୍ବର ସ୍ଥାନରେ ଅଛନ୍ତି ଭାରତକୁ ପ୍ରଥମ ବିଶ୍ବକପ ଜିତାଇଥିବା ଅଧିନାୟକ କପିଲ ଦେବ । ୧୯୭୯ରୁ ୧୯୯୨ ବିଶ୍ବକପ ଦଳରେ ସେ ଅଂଶ ହୋଇଥିବାବେଳେ ୨୬ ମ୍ୟାଚରୁ ୨୪ ପାଳିରେ ୩୭.୧୬ ହାରରେ ୬୬୯ ରନ ସଂଗ୍ରହ କରିଛନ୍ତି । 

Also Read: World Cup 2023: କିଛି ଘଣ୍ଟା ପରେ ଆରମ୍ଭ ହେବ ବିଶ୍ୱକପ୍ ମହାକୁମ୍ଭ, ୧୦ଟି ବିନ୍ଦୁରେ ଜାଣନ୍ତୁ ଟୁର୍ଣ୍ଣାମେଣ୍ଟ ସହିତ ଜଡିତ A ରୁ Z ବିବରଣୀ

Also Read: Virat Kohli Viral: ନିଜ ସାଙ୍ଗ ମାନଙ୍କୁ ଏହି ବିଶେଷ ଅପିଲ୍ କଲେ ବିରାଟ କୋହଲି, ଅନୁଷ୍କା ମଧ୍ୟ ଦେଲେ ପ୍ରତିକ୍ରିୟା