Jyoti Chhetri: ଜ୍ୟୋତିଙ୍କୁ ଘର ଦେଲେ ସରକାର, ଘର ଭାଙ୍ଗିବାକୁ ଆସିଥିଲା ନୋଟିସ
Advertisement
Article Detail0/zeeodisha/odisha2120803

Jyoti Chhetri: ଜ୍ୟୋତିଙ୍କୁ ଘର ଦେଲେ ସରକାର, ଘର ଭାଙ୍ଗିବାକୁ ଆସିଥିଲା ନୋଟିସ

ଜ୍ୟୋତି ୨୦୨୩ ମସିହାରେ ଭାରତ ପାଇଁ ଖେଳି ସ୍ୱର୍ଣ୍ଣ ପଦକ ହାସଲ କରିସାରିଛନ୍ତି। ସେ ବିଗତ ବର୍ଷ ଇଂଲଣ୍ଡ ବିପକ୍ଷରେ ଭାରତୀୟ ସିନିୟନ ଟିମରେ ପଦାର୍ପଣ କରିଥିଲେ। ସେବେଠାରୁ ସେ ଦଳର ନିୟମିତ ସଦସ୍ୟ ହୋଇ ଆସିଛନ୍ତି। 

Jyoti Chhetri: ଜ୍ୟୋତିଙ୍କୁ ଘର ଦେଲେ ସରକାର, ଘର ଭାଙ୍ଗିବାକୁ ଆସିଥିଲା ନୋଟିସ

Jyoti Chhetri: ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଏବେ ବେଶ ଦମଦାର ଫର୍ମ ରହିଛି। ନିକଟରେ FIH ପ୍ରୋଲିଗରେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ଆମେରିକା ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା। ଏହି ସମୟରେ ଦଳର ପ୍ରାୟ ସମସ୍ତ ଖେଳାଳି ଉନ୍ନତ ତଥା ଲଢୁଆ ପ୍ରଦର୍ଶନ କରିଥିଲେ। କିନ୍ତୁ ଓଡ଼ିଆ ଖେଳାଳି ଜ୍ୟୋତି ଛେତ୍ରୀଙ୍କ ନାଁ ବେଶ ଚର୍ଚ୍ଚାରେ ରହିଆସିଥିଲେ। 

୨୦ ବର୍ଷୀୟ ଜ୍ୟୋତି ୧୮ ଫେବୃଆରୀରେ ଆମେରିକା ବିପକ୍ଷରେ ନିଜର ଲଢୁଆ ପ୍ରଦର୍ଶନ ବଳରେ ସମସ୍ତ ଖେଳପ୍ରେମୀଙ୍କୁ ବେଶ ଚକିତ କରିଦେଇଥିଲେ। ଖାସ କଥା ହେଉଛି କି ଯେଉଁ ଷ୍ଟାଡ଼ିୟମରେ ଏହି ମ୍ୟାଚ ଖେଳାଯାଉଥିଲା ସେଠାରୁ ତାଙ୍କ ଘର ମାତ୍ର ଦୁଇ କିଲୋମିଟର ଦୂର ରହିଥିଲା। ନିକଟରେ ଥିବା ତାଙ୍କ ଘର ଉପରେ କେବେବି ତାଙ୍କ ଘର ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦିଆଯାଇପାରେ। 

ଗଣମାଧ୍ୟମ ରିପୋର୍ଟ ଆଧାରରେ ଜ୍ୟୋତିଙ୍କ ପରିବାରକୁ ସରକାରୀଙ୍କ ତରଫରୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଛି। ଏହି ଘରେ ଜ୍ୟୋତିଙ୍କ ସହିତ ତାଙ୍କ ବାପା ମା ଓ ଭାଇ ରହି ଆସୁଛନ୍ତି। ପାଖାପାକି ୨୦ ବର୍ଷ ପୂର୍ବରୁ ଏହି ସରକାରୀ ଜମି ଉପରେ ଘର କରି ରହିଆସୁଛନ୍ତି। ତେବେ ରାସ୍ତା ପ୍ରଶସ୍ତିକରଣ କାରଣରୁ ଏହି ଘରକୁ ଭାଙ୍ଗିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। 

ଏଠାରେ କହି ରଖୁ କି ଜ୍ୟୋତିଙ୍କ ବାପା ଭୀମ ଛେତ୍ରୀ ଜଣେ ରାଜମିସ୍ତ୍ରୀ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜ୍ୟୋତିଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ରାଉରକେଲା ଯେତେବେଳେ ପ୍ରଥମ ଥର ଏଠାକୁ ଆସିଲେ ସେ ପ୍ରଥମେ ଗୋଟିଏ ହଷ୍ଟେଲରେ ଚୌକିଦାର କାମ କରୁଥିଲି। ସେଠାରେ ମୋତେ ରହିବା ପାଇଁ ଗୋଟିଏ କ୍ୱାର୍ଟର ଦିଆଯାଇଥିଲା। ତେବେ ମୋର ବାହାଘର ହୋଇଯିବା ପରେ ପରିବାର ଧରି ସେଠାରେ ରହିବା ବଡ଼ ମୁସ୍କିଲ ହୋଇ ପଡ଼ିଥିଲା। ଏହା ପରେ ସେହି ହଷ୍ଟେଲର ଜଣେ ଅଧିକାରୀ ଗେଟ ବାହାରେ ଥିବା ସରକାରୀ ଜମିରେ ଗୋଟିଏ ଛୋଟ ଘର କରିବାକୁ କହିଥିଲେ। ଜ୍ୟୋତି ଜନ୍ମ ହେବା ପରେ ମୁଁ ପରିବାର ସହିତ ସେଠାକୁ ଚାଲିଯାଇଥିଲି। 

ଭୀମ ଆହୁରି ମଧ୍ୟ କହିଛନ୍ତି କି କିଛି ଅଧିକାରୀ ଦୁଇ ବର୍ଷ ପୂର୍ବରୁ ଏଠାକୁ ଆସି ମାପଚୂପ କରିଥିଲେ। ଆଉ ଆମକୁ କହିଥିଲେ କି ଏହି ଘରକୁ ଏଠାରେ ଭାଙ୍ଗି ଦିଆଯିବ। ସେ ଆମକୁ ଆରବର୍ଷ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ୨୦୨୬ ସୁଦ୍ଧା ଆମକୁ ଘର ଖାଲି କରିବାକୁ ହେବ। ଆମ ନିକଟରେ ନୂଆ ଘର କିମ୍ବା ଜାଗା କିଣିବାକୁ ଅର୍ଥ ନାହିଁ। ଆମେ ସରକାରୀ ଅଧିକାରୀଙ୍କୁ ଥଇଥାନ କରିବାକୁ ଅନୁରୋଧ କରିଛୁ। ସେ ଆମର ଆଧାର କାର୍ଡ ଓ ଅନ୍ୟ ଦସ୍ତାବିଜ ମଧ୍ୟ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ। ଆମକୁ ଜଣା ନାହିଁ ଆଗକୁ କଣ ହେବ। ଏନେଇ ଜ୍ୟୋତିକୁ ଆମେ ଜଣାଇନାହୁଁ। ବିନା ଚିନ୍ତାରେ ଖେଳିବାକୁ ତାକୁ କହିଛୁ। ଆମେ ଭଗବାନଙ୍କ ଦୟାରେ ବଞ୍ଚିଛୁ ବୋଲି ଭୀମ କହିଥିଲେ। 

ସେପଟେ ଏହି ମାମଲାରେ ସୁନ୍ଦରଗଡ଼ର ଜିଲ୍ଲାପାଳ ପରାଗ ହର୍ଷଦ ସାହାଯ୍ୟ ପାଇଁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ମୋ ନିକଟରେ ଏ ମାମଲାର ସମ୍ପୂର୍ଣ୍ଣ ସୂଚନା ନାହିଁ। କିନ୍ତୁ ଏହି ମାମଲାର ତଦନ୍ତ କରି ନିଶ୍ଚିତ ଭାବେ ସରକାରୀ ନୀତିନିୟମ ଅନୁଯାୟୀ ତାଙ୍କୁ ସାହାଯ୍ୟ କରାଯିବ। ସେପଟେ ଜ୍ୟୋତି ୨୦୨୩ ମସିହାରେ ଭାରତ ପାଇଁ ଖେଳି ସ୍ୱର୍ଣ୍ଣ ପଦକ ହାସଲ କରିସାରିଛନ୍ତି। ସେ ବିଗତ ବର୍ଷ ଇଂଲଣ୍ଡ ବିପକ୍ଷରେ ଭାରତୀୟ ସିନିୟନ ଟିମରେ ପଦାର୍ପଣ କରିଥିଲେ। ସେବେଠାରୁ ସେ ଦଳର ନିୟମିତ ସଦସ୍ୟ ହୋଇ ଆସିଛନ୍ତି।