Hockey WorldCup VS Corona: ହକି ବିଶ୍ୱକପ ସମୟରେ କୋରୋନାର ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିବ ରାଜ୍ୟ ସରକାରଙ୍କ ପ୍ଲାନ୍
Advertisement
Article Detail0/zeeodisha/odisha1495582

Hockey WorldCup VS Corona: ହକି ବିଶ୍ୱକପ ସମୟରେ କୋରୋନାର ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିବ ରାଜ୍ୟ ସରକାରଙ୍କ ପ୍ଲାନ୍

Odisha Corona News Update: ଚୀନ ପରେ ଭାରତକୁ ଘାରିଲା କୋରୋନା ଫେରିବାର ଟେନସନ। କାରଣ ଆମ ରାଜ୍ୟ ଓଡ଼ିଶାରେ ଠାବ ହୋଇଛି ଚୀନର କୋଭିଡ ନୂଆ ଭାରିଆଣ୍ଟ  । ସୂଚନା ଅନୁସାରେ ପଡ଼ୋଶୀ ଦେଶ ଚୀନ ପରେ ଏବେ ଭାରତରେ ଠାବ ହୋଇଛି ଓମିକ୍ରନର ସବ ଭାରିଆଣ୍ଟ BF.7 । ତେବେ ଏହାକୁ ନେଇ ରାଜ୍ୟ ସରକାର ଟେନସନରେ । କାରଣ ଆସନ୍ତା ମାସରେ ଅନୁଷ୍ଠିତ ହେବ ହକି ବିଶ୍ୱକପ। 

Hockey WorldCup VS Corona: ହକି ବିଶ୍ୱକପ ସମୟରେ କୋରୋନାର ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିବ ରାଜ୍ୟ ସରକାରଙ୍କ ପ୍ଲାନ୍

Hockey WorldCup VS Corona: ରାଜ୍ୟ ସରକାରଙ୍କ ନିଦ ହଜାଇବ କୋରୋନାର ନୂଆ ଭାରିଏଣ୍ଟ । କାରଣ ୫ ଟି ଦେଶରେ କୋରୋନା ଓମିକ୍ରନ ସବ ଭାରିଏଣ୍ଟ BF.7 ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି। ହେଲେ ସବୁଠାରୁ ଚିନ୍ତାଜନକ ବିଷୟ ହେଲା ଆଉ କିଛି ଦିନ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ହକି ମହାକୁମ୍ଭ । ଟିକେଟ ବିକ୍ରି ସରିଛି । ସବୁ କିଛି ପ୍ରସ୍ତୁତି ସରିଲାଣି ହେଲେ କୋରୋନାର ଏହି ନୂଆ ଭାରିଏଣ୍ଟ ପୁରା ଦେଶରେ ଓଡ଼ିଶାରୁ ଗୋଟିଏ ଏବଂ ଗୁଜରାଟରୁ ୨ ଟି ମାମଲା ବାହାରିବା ପରେ ସରକାର ଏବେ ଚିନ୍ତାରେ । କାରଣ ହକି ବିଶ୍ୱକପରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହେବେ ଏହି ସମୟରେ କେମିତି କୋରୋନା ସଂକ୍ରମଣକୁ ରୋକିହେବ ସେନେଇ ରାଜ୍ୟ ସରକାର ଚିନ୍ତାପ୍ରକାଶ କରିଛନ୍ତି। 

ଚୀନ ପରେ ଏବେ ଭାରତ ଆଲର୍ଟରେ ରହିଛି କାରଣ ପଡ଼ୋଶୀ ଦେଶ ଚୀନରେ ଗତ କିଛି ଦିନ ହେଲା କୋରୋନା ବିସ୍ଫୋରଣ ଦେଖିବାକୁ ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ (Central Health Minister) ମନସୁଖ ମାଣ୍ଡଭିୟେଙ୍କ (Mansukh Mandaviya) ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁଯାୟୀ , ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ । ଦେଶରେ କୋଭିଡ ନିୟନ୍ତ୍ରଣ ଲାଗି ସାପ୍ତାହିକ ସମୀକ୍ଷା ବୈଠକ ବସାନ୍ତୁ । ବର୍ତ୍ତମାନ ବି ଦେଶରେ କୋଭିଡ ବିପଦ ଟଳିନାହିଁ। ତେବେ ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ । ତେବେ ସବୁ ରାଜ୍ୟକୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ଚିଠି ଯାଇଛି। 

Also Read: ଚୀନର ଭୟଙ୍କର କୋରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓଡ଼ିଶାରୁ ଠାବ !

ଅନ୍ୟପଟେ ଓଡ଼ିଶାରେ ହକି ବିଶ୍ୱକପ ସମୟରେ ଯଦି ରାଉରକେଲା ଓ ଭୁବନେଶ୍ୱରର ବେଶି ଭିଡ ପରିଲକ୍ଷିତ ହୁଏ ତେବେ ଟେଷ୍ଟିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏମିତିକି ବିମାନ ବନ୍ଦରରେ(Airport) ମଧ୍ୟ ଟେଷ୍ଟିଂ ବ୍ୟବସ୍ଥାକୁ (Corona Testing) ଅଧିକ ଗୁରୁତ୍ୱ ଦିଆଯିବ । ସେହିପରି ରାଉରକେଲା ଓ ଭୁବନେଶ୍ୱରରେ ଟେଷ୍ଟିଂ କୁ ନେଇ ସମସ୍ତ ବ୍ୟବସ୍ଥା ସରିଛି। ପୂର୍ବରୁ ମଧ୍ୟ ନଜିର ରହିଛି କୋରୋନା କାଳ ସମୟରେ ରାଜ୍ୟ ସରକାର କୋରୋନା ସୁରକ୍ଷାକୁ ନେଇ ଅନେକ ଭଲ ପଦକ୍ଷେପ ନେଇ ପୁରା ବିଶ୍ୱରେ ପରିଚିତ ହୋଇଥିଲେ। ସଂକ୍ରମଣକୁ ରୋକ ଲଗାଇବାକୁ ଯାଇ ଲକଡାଉନ ସଟଡାଉନକୁ ଭଲ ଭାବେ ବ୍ୟବହାର କରିଥିଲେ ରାଜ୍ୟ ସରକାର। ତେବେ ଆଶା କରାଯାଉଛି ଯେ, ହକି ବିଶ୍ୱକପ ସମୟରେ କୋରୋନା ଗାଇଡଲାଇନ ପୁଣିଥରେ ରାଜ୍ୟ ସରକାର (Odisha Government) ଲଗାଇପାରନ୍ତି।

Also Read:  Hockey World Cup Ticket: କ୍ରିକେଟକୁ ପଛରେ ପକାଇଲା ହକି କ୍ରେଜ, ଗୋଟେ ଘଣ୍ଟାରେ କାଉଣ୍ଟର ସଫା

ସୂଚନାନୁସାରେ, ଚଳିତ ହକି ବିଶ୍ବକପରେ (Hockey World Cup 2023) ଭାରତ ଜାନୁଆରୀ ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ। ସେହିପରି ୨୯ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୪ଟି ମ୍ୟାଚ୍ ମଧ୍ୟରୁ ମୋଟ ୨୪ ଟି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଅବଶିଷ୍ଟ ୨୦ଟି ମ୍ୟାଚ୍ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ସିଟ୍ କଥା ଯଦି କହିବା ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବା ନେଇ ସୁବିଧା ଥିବା ବେଳେ କଳିଙ୍ଗ ଷ୍ଟାଡିୟମର କାପାସିଟି ରହିଛି ୧୫ ହଜାର। ତେବେ ଅଫଲାଇନ ଟିକେଟ ବିକ୍ରି ମଧ୍ୟ ସରିଛି।