Odisha Corona Returns: ବିଶ୍ୱର ଚେତାବନୀ, ଚୀନର ଭୟଙ୍କର କୋରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓଡ଼ିଶାରୁ ଠାବ !
Advertisement
Article Detail0/zeeodisha/odisha1495486

Odisha Corona Returns: ବିଶ୍ୱର ଚେତାବନୀ, ଚୀନର ଭୟଙ୍କର କୋରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓଡ଼ିଶାରୁ ଠାବ !

Omicron Sub Variant BF.7: ପ୍ରାୟ ପାଞ୍ଚ ମାସ ଧରି ଭାରତରେ କୋଭିଡ ମାମଲା କ୍ଷେତ୍ରରେ କ୍ରମାଗତ ହ୍ରାସ ଘଟିଛି । ଯଦି ଆମେ ସାପ୍ତାହିକ ହାରକୁ ଦେଖିବା, ଜୁଲାଇ ୧୮-୨୪ ପରେ କୋଭିଡ ମାମଲାରେ ହ୍ରାସ ଆରମ୍ଭ ହୋଇଥିଲା, ସେତେବେଳେ ଦେଶରେ ୧.୩୬ ଲକ୍ଷ ନୂଆ ମାମଲା ପଞ୍ଜିକୃତ ହୋଇଥିଲା । ମାତ୍ର ଏବେ ଓମିକ୍ରନର ସବ ଭାରିଆଣ୍ଟ BF.7 ଓଡ଼ିଶାରେ ଓ ଗୁଜରାଟରେ ଚିହ୍ନଚ ହେବା ପରେ ଟେନସନ ବଢିଛି। 

Odisha Corona Returns: ବିଶ୍ୱର ଚେତାବନୀ, ଚୀନର ଭୟଙ୍କର କୋରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓଡ଼ିଶାରୁ ଠାବ !

Odisha Corona Returns: ଚୀନ ପରେ ଭାରତକୁ ଘାରିଲା କୋରୋନା ଫେରିବାର ଟେନସନ। କାରଣ ଆମ ରାଜ୍ୟ ଓଡ଼ିଶାରେ ଠାବ ହୋଇଛି ଚୀନର କୋଭିଡ ନୂଆ ଭାରିଆଣ୍ଟ  । ସୂଚନା ଅନୁସାରେ ପଡ଼ୋଶୀ ଦେଶ ଚୀନ ପରେ ଏବେ ଭାରତରେ ଠାବ ହୋଇଛି ଓମିକ୍ରନର ସବ ଭାରିଆଣ୍ଟ BF.7 । ଆଉ ଏହି ଭାରିଆଣ୍ଟର ରୋଗୀ ଗୁଜରାଟରେ ଦୁଇଟି ଓ ଓଡ଼ିଶାରେ ଗୋଟିଏ ମାମଲା ଠାବ କରାଯାଇଛି । ତେବେ ଏହି ଭାରିଆଣ୍ଟ ଗତ ଅକ୍ଟୋବର ମାସରେ ଠାବ କରାଯାଇଥିଲା । ଗୁଜରାଟ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏନେଇ ସ୍ପଷ୍ଟ ହେବା ପରେ ଭାରତକୁ ଏବେ ଝଟକା ଲାଗିଛି।

ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବ ପରେ ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ (Central Health Minister) ମନସୁଖ ମାଣ୍ଡଭିୟେଙ୍କ (Mansukh Mandaviya) ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ । ଦେଶରେ କୋଭିଡ ନିୟନ୍ତ୍ରଣ ଲାଗି ସାପ୍ତାହିକ ସମୀକ୍ଷା ବୈଠକ ବସାନ୍ତୁ ।  ଏକଥା ବି କହିଛନ୍ତି ଯେ, ବର୍ତ୍ତମାନ ବି ଦେଶରେ କୋଭିଡ ବିପଦ ଟଳିନାହିଁ। ତେବେ ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ । ସର୍ଭେଲାନ୍ସକୁ ଶକ୍ତିଶାଳୀ କରିବା ସହ ଆଲର୍ଟ ରହିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । 

Also Read: Coronavirus In India: ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା

ସେହିପରି ଦେଶର କୋଭିଡ ସ୍ଥିତିକୁ (Covid Situation) ସମୀକ୍ଷା କରି କୁହାଯାଇଛି ଯେ, ଆନ୍ତର୍ଜାତିକ ଓ ଆଭ୍ୟନ୍ତରୀଣ ବିମାନ ବନ୍ଦରରେ ସତର୍କତାମୂଳକ ପଦକ୍ଷେପ, ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ, କୋଭିଡର ନୂଆ ଭାରିଆଣ୍ଟ ସମ୍ପର୍କରେ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି । ଆଗକୁ ନୂଆବର୍ଷ ଆସୁଥିବାରୁ ସମ୍ଭାବ୍ୟ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ଉପରେ ଗୁରୁତ୍ବ ଦିଆଯାଇଛି । ଚୀନ, ଆମେରିକା, ଜାପାନ, କୋରିଆ, ବ୍ରାଜିଲ ଆଦି ରାଷ୍ଟ୍ରରେ କୋରୋନା ରୋଗୀ (Corona Patient) ସଂଖ୍ୟା ବଢୁଥିବାରୁ ଭାରତରେ ଏହାର ମୁକାବିଲା ଲାଗି ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର (Central Government) । ସେପଟେ ଗତ ୨୪ ଘଣ୍ଟା ଭିତରେ ୧୨୯ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଦେଶରେ ଆକ୍ଟିଭ କେସ ସଂଖ୍ୟା ରହିଛି ୩ ହଜାର ୪୦୮। 

Also Read: Mallikarjun Kharge: ବିଜେପିକୁ କନ୍ଦାଇଦେଲେ ନୂଆ ସଭାପତି ଖଡ଼ଗେ, ଦଳ କରିଲା ଏପରି ଅନୁରୋଧ

ଅନ୍ୟପଟେ କଂଗ୍ରେସର ଜାରି ରହିଥିବା ଭାରତ ଯୋଡୋ ଯାତ୍ରାରେ (Bharat Jodo Yatra) କୋରୋନା ଗାଇଡଲାଇନ ପାଳନ କରିବା ଲାଗି ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ । ନଚେତ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ଯାତ୍ରାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ମନ୍ତ୍ରୀ । ଚୀନ ପରି ବର୍ତ୍ତମାନ ଜାପାନରୁ ସର୍ବାଧିକ ସଂଖ୍ୟକ କୋଭିଡ ମାମଲା ଆସୁଛି । ଏକ ସପ୍ତାହ ମଧ୍ୟରେ ଜାପାନରେ ୧ ମିଲିୟନରୁ ଅଧିକ କୋରୋନା ମାମଲା ରେକର୍ଡ ହୋଇଛି । ଗତ ସପ୍ତାହରେ କୋରୋନା ମାମଲାରେ ୨୩ ପ୍ରତିଶତ ବୃଦ୍ଧି ଘଟିଥିଲା । ୱାର୍ଲ୍ଡୋମିଟର ୱେବସାଇଟ୍ ଅନୁଯାୟୀ ଜାପାନରେ ୧,୬୦୦ରୁ ଅଧିକ ମୃତ୍ୟୁ ଘଟିଛି, ଯାହା ସପ୍ତାହରେ ୧୯ ପ୍ରତିଶତ ବୃଦ୍ଧି ପାଇଛି ।