Pakistan cricket: ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ ଦଳକୁ ବଡ଼ ଝଟକା, ଅବସର ନେଲେ ଏହି ଷ୍ଟାର ଖେଳାଳି
Advertisement

Pakistan cricket: ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ ଦଳକୁ ବଡ଼ ଝଟକା, ଅବସର ନେଲେ ଏହି ଷ୍ଟାର ଖେଳାଳି

Imad Wasim Announces Retirement: ବିଶ୍ୱକପ୍ ୨୦୨୩ ରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ ଦଳକୁ ଏକ ବଡ଼ ଝଟକା ଲାଗିଛି, ଦଳର ଷ୍ଟାର ଅଲରାଉଣ୍ଡର ଇମାଦ୍ ୱାସିମ୍ ଅବସର ନେଇଛନ୍ତି ।

 

Imad Wasim Announces Retirement

Imad Wasim Announces Retirement: ପାକିସ୍ତାନ ଅଲରାଉଣ୍ଡର ଇମାଦ ୱାସିମ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି । X ହ୍ୟାଣ୍ଡେଲରେ ପୋଷ୍ଟ କରି ଇମାଦ୍ ଏହି ସୂଚନା ଦେଇଛନ୍ତି । ଅବସର ଘୋଷଣା କରି ଇମାଦ୍ କହିଛନ୍ତି ଯେ ସେ ପାକିସ୍ତାନ ପାଇଁ ଖେଳିଥିବା ୧୨୧ଟି ମ୍ୟାଚ୍ ପାଇଁ କୃତଜ୍ଞ ଓ ସମର୍ଥନ ପାଇଁ ପ୍ରଶଂସକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ଅବସର ଗ୍ରହଣ କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଇମାଦ୍ ୱାସିମ୍ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, "ବର୍ତ୍ତମାନ ସମୟରେ ମୁଁ ମୋର ଆନ୍ତର୍ଜାତୀୟ କ୍ୟାରିୟର ବିଷୟରେ ବହୁତ ଚିନ୍ତା କରିଛି ଓ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଆନ୍ତର୍ଜାତୀୟ କ୍ରିକେଟ୍ ରୁ ମୋର ଅବସର ଘୋଷଣା କରିବାର ବର୍ତ୍ତମାନ ଉପଯୁକ୍ତ ସମୟ । ମୁଁ PCB କୁ ସେମାନଙ୍କର ସମସ୍ତ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହେଁ । ବର୍ଷ ବର୍ଷ ଧରି ପାକିସ୍ତାନକୁ ପ୍ରତିନିଧିତ୍ୱ କରିବା ପ୍ରକୃତରେ ଗୌରବର ବିଷୟ ।"

ପ୍ରଶଂସକମାନଙ୍କୁ ଦେଇଛନ୍ତି ଧନ୍ୟବାଦ
ଇମାଦ୍ ଆହୁରି ଲେଖିଛନ୍ତି, "ODI ଓ T20I ଫର୍ମାଟରେ ମୋର ୧୨୧ଟି ମ୍ୟାଚ୍ ଏକ ସ୍ୱପ୍ନ ସାକାର ହେବା ପରି । ପାକିସ୍ତାନ କ୍ରିକେଟ୍ ପାଇଁ ନୂଆ କୋଚ୍ ଓ ଆସୁଥିବା ନେତୃତ୍ୱ ସହିତ ଆଗକୁ ବଢ଼ିବା ପାଇଁ ଏହା ଏକ ରୋମାଞ୍ଚକର ସମୟ । ମୁଁ ଚାହୁଁଛି ପ୍ରତ୍ୟେକ ସଫଳତା ପ୍ରତ୍ୟେକ ବ୍ୟକ୍ତି ଏଥିରେ ଜଡିତ ଓ ମୁଁ ଦଳକୁ ଉନ୍ନତ ପ୍ରଦର୍ଶନ କରିବାକୁ ଅପେକ୍ଷା କରିଛି ।”

୨୦୨୨ ମସିହାରେ ଖେଳିଥିଲେ ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ 
ପାକିସ୍ତାନ ଅଲରାଉଣ୍ଡର ଇମାଦ ୱାସିମ ଜଣେ ବାମହାତୀ ସ୍ପିନ୍ ବୋଲର ଥିଲେ । ଏଥି ସହିତ, ଲୋ-ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳି ସେ ପାକିସ୍ତାନ ପାଇଁ ୫୫ଟି ODI ଏବଂ ୬୬ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ସେ ଶେଷ ଥର ପାଇଁ ୨୦୨୨ ରେ ପାକିସ୍ତାନ ପାଇଁ ଖେଳିଥିଲେ । ଅବସର ଘୋଷଣା କରି ସେ ଲେଖିଛନ୍ତି ଯେ "ପାକିସ୍ତାନ ପ୍ରଶଂସକମାନଙ୍କୁ ମୋତେ ସବୁବେଳେ ଏତେ ଉତ୍ସାହର ସହ ସମର୍ଥନ କରିଥିବାରୁ ଧନ୍ୟବାଦ । ଶେଷରେ, ମୋର ପରିବାର ଓ ବନ୍ଧୁମାନଙ୍କୁ ଧନ୍ୟବାଦ, ଯେଉଁମାନେ ମୋତେ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।"